ଓଡିଶା ଖବର

ବୀଣାପାଣି ଶିଶୁ ବିଦ୍ୟା ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ-୨୦୨୫ଅନୁଷ୍ଠିତ

ଖୋର୍ଦ୍ଧା(AKN NEWS): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଗୋପାଳପୁର ଗ୍ରାମ ପଂଚାୟତ ମୁଖ୍ୟାଳୟ ତାଳତୁମ୍ବ ଠାରେ ୨୦୧୪ ମସିହାରେ ଶୃଙ୍କଳିତ ଗ୍ରାମ ପରିବେଶରେ ଦୁଇ ଅବସର ପ୍ରାପ୍ତ ଶିକ୍ଷକବନ୍ଧୁ ସତ୍ୟବାଦୀ ସାହୁ ଓ ପଞ୍ଚାନନ ରଥଙ୍କ ତତ୍ୱାବଧାନରେ ଗଢିଉଠିଥିଲା ଏହି ବୀଣାପାଣି ଶିଶୁ ମନ୍ଦିର ଶିକ୍ଷା ଅନୁଷ୍ଠାନ l

ପରେ ଯୋଡିହୋଇଥିଲେ ଆଉ ଦୁଇ ବ୍ୟକ୍ତିତ୍ୱ ଗୋଡିପଟଣା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ନାରାୟଣ ସାହୁ ଓ କୋଟଳାଙ୍ଗ ଗ୍ରାମର ସମାଜ ସେବୀ ସ୍ବର୍ଗତ ହରମୋହନ ମାର୍ଥା l ୧୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଶିଶୁ ମନ୍ଦିରରେ ଏବେ ୫୦ଜଣ ଅଧୟନ କରୁଥିଲେହେଁ ଶ୍ରେଣୀଗୃହର ଅଭାବ ଯୋଗୁ ବହୁ ବାଧା ପ୍ରତିଘାତରେ ପୂର୍ବତନ ସରପଞ୍ଚ ବିଜୟ ନାୟକଙ୍କ ନିଜସ୍ୱ ଗୃହରେ ଶିକ୍ଷାଦାନ ଚାଲିଛି l ଏହି ବିଦ୍ୟା ମନ୍ଦିର ୨୦୧୬ ମସିହା ଠାରୁ ସରକାରୀ ସ୍ୱୀକୃତି ପ୍ରାପ୍ତ ହୋଇ ୨୦୧୭ ମସିହା ଠାରୁ ୨୦୨୭ ପର୍ଯ୍ୟନ୍ତ ପ୍ରଯ୍ୟାୟ କ୍ରମେ ଦୁଇଥର N. O. C ପାଇଅଛି l

ଆଜସୁଧା ଅନୁଷ୍ଠାନରୁ ୫ଜଣ ଛାତ୍ରଛାତ୍ରୀ ନବୋଦୟ ଓ ୧୨ଜଣ ଛାତ୍ରଛାତ୍ରୀ ଆଦର୍ଶ ବିଦ୍ୟାଳୟରେ ପଢ଼ିବାର ସୁଯୋଗ ପାଇଛନ୍ତି l ଗତ୨୦୨୨-୨୩ /୨୦୨୩ -୨୪ ମସିହାରେ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ସୃଶ୍ରୀ ଶୁଭଶ୍ରୀ ନାୟକ ବୋଲଗଡ଼ ବ୍ଲକରେ ଟପର ହୋଇଥିଲେ l ଚଳିତ ବର୍ଷ ମଧ୍ୟ ଆଦର୍ଶ ପରୀକ୍ଷାରେ ଏହି ଅନୁଷ୍ଠାନର ଛାତ୍ର ଛାତ୍ରୀମାନେ ୬୦ ଓ ୪୫ ଶତକଡା ମାର୍କ ରଖି ନିଜର କୃତିତ୍ୱ ଅର୍ଜନ କରି ପାରିଛନ୍ତି l ଏବେ ୬ଜଣ ଗୁରୁମା ଓ ୨ଜଣ ଅବସର ପ୍ରାପ୍ତ ଶିକ୍ଷକ ଏବଂ ଜଣେ ଧାଈ’ମା ଅନୁଷ୍ଠାନରେ କାର୍ଯ୍ୟ କରୁଛନ୍ତି l ଦୁଃଖ ଓ ପରିତାପର ବିଷୟ ଏଯାବତ ବିଦ୍ୟାଳୟର ନିଜସ୍ୱ ଗୃହ ନଥିବା ବେଳେ ଅନେକ ବଦାନ୍ୟ ବ୍ୟକ୍ତିଙ୍କ ଅର୍ଥ ଦାନରେ ବିଦ୍ୟାଳୟ ଉର୍ନ୍ନତି ପଥେ ଅଗ୍ରସର ହେଉଛି l ସ୍ଥାୟୀ ବିଦ୍ୟାଳୟ ଗଠନ ପାଇଁ ସ୍ଥାନ ଚୟନ ହୋଇ ପୂର୍ବ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ପାଣ୍ଠିରୁ ୫୦ ହଜାର ଟଙ୍କାରେ ଦୁଇ ବଖରା ଶ୍ରେଣୀଗୃହର କେବଳ ଭିତିପ୍ରସ୍ତର ହୋଇ ପଡିରହିଛି l ଆଦ୍ୟ ଦିବସରେ ତାଳତୁମ୍ବ ଶିଶୁମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବେଗୁନିଆ ବିଧାୟକ ପ୍ରଦୀପ ସାହୁ, ମୁଖ୍ୟ ବକ୍ତା ଭାବେ ପିଚୁକୁଳି ୨୭ନଂଜୋନ ଜିଲ୍ଲାପରିଷଦ ପ୍ରଦୀପ କିଶୋର ଛୋଟରାୟ, ସଂମ୍ମାନିତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ବାରିକ, ତାଳତୁମ୍ବ ଗ୍ରାମ ସଭାପତି ଶ୍ରୀଧର ସାହୁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପୁରୁଷୋତମ ବେହେରା, ଶିକ୍ଷାବିତ ଅଧ୍ୟାପଜ ତ୍ରିଲୋଚନ ସାହୁ, ପଂଚାୟତ ବିଜେଡି ସଭାପତି ପ୍ରଦୀପ ସାହୁ, ବିଦ୍ୟାଳୟର ସ୍ଥାୟୀ ସଭାପତି ପଞ୍ଚାନାନ ରଥ,ସମ୍ପାଦକ ବିଜୟ ନାୟକ ମଞ୍ଚାସିନ ଥିଲେ l ପ୍ରଧାନ ଅଚ୍ୟାର୍ଯ୍ୟା ଝରଣା ସେଠୀଙ୍କ ପୌରୋହିତରେ କାର୍ଯ୍ୟ ସମ୍ପାଦନ ହୋଇଥିବା ବେଳେ ପ୍ରଦୀପ କୁମାର ସାହୁ ଅତିଥି ପରିଚୟ ସହିତ ମଞ୍ଚ ପରିଚାଳନା କରିଥିଲେ l ସରିତା ସାହୁ ସହଯୋଗୀ ରିତୁପୂର୍ଣ୍ଣା ଚମ୍ପତିଙ୍କ କୋରିଓ ଗ୍ରାଫି ଦ୍ୱାରା କୁନି ଛାତ୍ର ଛାତ୍ରୀ ମାନେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ l ବିଦ୍ୟାଳୟ ପାଠ୍ୟକ୍ରମ ସହିତ, ପଠାଣିସାମନ୍ତ ମେଧାବୃତ୍ତି, କ୍ରୀଡା, କୁଇଜ, ପ୍ରବନ୍ଧ ଲିଖନ, ସଂଗୀତ ଓ ନୃତ୍ୟ ଆଦି ବିଭିର୍ନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ହସ୍ତରେ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରା ଯାଇଥିଲା l ଗୁରୁମା ଉଷାରାଣି ପଳେଇ, ଅର୍ଚ୍ଚନା ବେହେରା, ସରୋଜିନୀ ଲେଙ୍କା, ମିଲି ରାଉତରାୟ ଓ ଗୁରୁଜୀ ପ୍ରଶାନ୍ତ ଦାସ ସହଯୋଗ କରିଥିଲେ l ସମସ୍ତ ଅତିଥି, ଉପସ୍ଥିତ ସାମ୍ବାଦିକ ବନ୍ଧୁ ଓ ଅଭିଭାବକମାନଙ୍କୁ ଗୁରୁଜୀ ପ୍ରଫୁଲ କୁମାର ରାଉତ ଧନ୍ୟବାଦ ଦେବାସହିତ ପ୍ରସାଦ ସେବନ କରିଯିବାପାଇଁ ଅନୁରୋଧ କରିଥିଲେ l

ଖୋର୍ଦ୍ଧାରୁ ଜିଲ୍ଲା ପ୍ରତିନିଧି ହାଡିବନ୍ଧୁ ଲେଙ୍କାଙ୍କ ରିପୋର୍ଟ Akn News

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!