ସାମ୍ବାଦିକ ବନ୍ଧୁ ମାନଙ୍କ ଅବଗୋତ ନିମନ୍ତେ ଓଡ଼ିଶା ସାମାଜିକ ନିରାପତ୍ତା ପେନସନଧାରୀ ମହାସଙ୍ଘର ୬ ଦଫା ଦାବୀପତ୍ର ପ୍ରଦାନ ।

ଚନ୍ଦାହାଣ୍ଡି (AKN NEWS): ଆଜି ନବରଙ୍ଗପୁର ଜିଲ୍ଲା ଓଡିଶା ସାମାଜିକ ନିରାପତ୍ତା ପେନସନଧାରୀ ମହାସଙ୍ଘ ପକ୍ଷରୁ ସକାଳ ୧୧ ଘଣ୍ଟା ସମୟରେ ଏକ ୬ ଦଫା ଦାବୀପତ୍ର ଚନ୍ଦାହାଣ୍ଡି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଓ ଜିଲ୍ଲାପାଳ ନବରଙ୍ଗପୁର ଙ୍କ ନିକଟକୁ ଏକ ୬ ଦଫା ଦାବୀପତ୍ର ପ୍ରଦାନ ଯାଇଛି । ଉକ୍ତ ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ରାଜେଶ ଜାନି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ l ବ୍ଲକ ଆବାହିକା ପାର୍ବତୀ ଧରୁଆ ଙ୍କ ନେତୃତ୍ୱ ରେ ଚନ୍ଦାହାଣ୍ଡି ବ୍ଲକ ର ଶତାଧିକ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ , ବିଧବା ଓ ଅସହାୟ ପେନସନଧାରୀ ମାନେ ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପଦର୍ଶନ କରିବା ସହ ୬ ଦଫା ସମ୍ମଳିତ ଦାବୀ ପତ୍ର ଚନ୍ଦାହାଣ୍ଡି BDO କୁ ପ୍ରଦାନ କରି ଥିଲେ l ଦାବୀପତ୍ର ରେ (୧) ସମସ୍ତ ପେନସନାଧାରି ମାନଙ୍କୁ ମାସିକ 3000 ଟଙ୍କା ପେନସନ ଦିଆଯାଉ (୨) ସମସ୍ତ ପେନସନ୍ ଧାରୀ ମାନଙ୍କୁ ମାସକୁ ମାଗଣା ବିଦ୍ୟୁତ ଯୋଗାଇ ଦେବା (୩) ସମସ୍ତ ପେନସନ୍ ଧାରୀ ମାନଙ୍କୁ ପୂର୍ବ ଭଳି ହାତକୁ ହାତ ପେନସନ (୪) ସମସ୍ତ ପେନାସନଧାରୀ ମାନଙ୍କୁ ମାସିକ 20 କେଜି ଚାଉଳ ପ୍ରଦାନ (୫) ସମସ୍ତ ପେନସନାଧାରୀ ମାନଙ୍କୁ ବାସଗୃହ ଦିଆଯାଉ (୬) ସମସ୍ତ ପେନସନଧାରୀ ମାନଙ୍କୁ ସ୍ଵତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଯାଉ ବୋଲି ଦାବୀପତ୍ର ରେ ଉଲ୍ଲେଖ କରାଯାଇଛି l
ଦାବୀପତ୍ର ପ୍ରଦାନ ସମୟ ରେ ଝରିଗାଁ ବ୍ଲକ ଆବାହକ ସୁବାଷ ପୂଜାରୀ, ଚନ୍ଦାହାଣ୍ଡି ବ୍ଲକ ମଧ୍ୟର ୧୪ ଗୋଟି ପଞ୍ଚାୟତ ଗୁଡ଼ିକର ନେତୃତ୍ୱ ନେଇଥିବା ଉଲ୍ଲାସ ମାଝି, ସୁନିତା ଭୋଇ, ଲକ୍ଷ୍ମୀ ମାଝୀ, ତପସ୍ଵିନୀ ପୁଜାରୀ, ଭୁମିଶୁତା ବିଶି, ନିରମଣି ମାଝୀ, ଖିରମଣି ମାଝୀ, ତେଜସ୍ଵୀନି ମାଝୀ,ମାମିତା ମାଝୀ, ପୂର୍ଣ୍ଣମୀ ମାଝୀ, ଅମିତା କେଉଟ, ଦିପ୍ତିରାଣି ଜଗତ, ଟୁନି ହରିଜନ, ଚକ୍ରଧର ବାଘ ଓ ଦିନାଥ କେଉଟଙ୍କ ସମେତ 14 ଟି ପଞ୍ଚାୟତର ବାର୍ଦ୍ଧକ୍ୟ , ବିଧବା, ଭିନ୍ନକ୍ଷମ ଓ ଅସହାୟ ପେନାସନାଧାରୀ ମାନେ ଉପସ୍ଥିତ ରହିଥିଲେ l ଯଦି ଓଡ଼ିଶା ରାଜ୍ୟ ସରକାର ଆମ୍ଭର ଦାବୀ ପୂରଣ ନ କରନ୍ତି ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ଏବଂ ଆଗାମୀ ଦିନରେ ସମସ୍ତ ପେନସନଧାରୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜିଲ୍ଲା ଆବାହକ ରାଜେଶ ଜାନି ଚେତାବନୀ ଦେଇଛନ୍ତି।
ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS


