ଓଡିଶା ଖବର

ସମାଜ କୁ ନୂତନ ଦିଗ୍ ଦର୍ଶନ ଦେଖାଇ ଛନ୍ତି ପକ୍ଷୀ ପ୍ରେମୀ ଗଗନ ବିହାରୀ ପ୍ରଧାନ ।

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ଗିଲିନାସି ଗ୍ରାମର ସ୍ବର୍ଗତ ବୃନ୍ଦାବନ ପ୍ରଧାନ ଙ୍କ ମଧ୍ୟମ ପୁତ୍ର ଯୁବ ଲେଖକ ଗଗନ ବିହାରୀ ପ୍ରଧାନ ଜଣେ ପଶୁ ପକ୍ଷୀ ପ୍ରେମୀ ଓ ହୃଦୟବାନ ବ୍ୟକ୍ତିତ୍ଵ ସେ ଆଜକୁ ପ୍ରାୟ ୫ବର୍ଷ ହେବ ଅଶୟ ଖରା ଏବଂ ଗରମ ତାତିକୁ ଦୃଷ୍ଟିରେ ରଖି ଏକ ନିଆରା ଢଙ୍ଗରେ ପ୍ଲାଷ୍ଟିକ ବୋତଲ କୁ କାଟି ସେଥିରେ ପାଣି ଭରି ଗଛ ଡାଳ ରେ ପକ୍ଷୀ ମାନଙ୍କ ପାଇଁ ପ୍ରତିଦିନ ଝୁଲାଉ ଛନ୍ତି ସେ ଏ ଭଳି ମହାନ କାମ କରୁଥିବାରୁ ଏବଂ ସମାଜକୁ ଏକ ନୂତନ ଦିଗ୍ ଦର୍ଶନ ଦେଇ ଥିବାରୁ ତାଙ୍କ ପାଇଁ ଅନେକ ବୁଦ୍ଧିଜୀବି ମହଲରୁ ପ୍ରଶଂସା ର ସୁଅ ଛୁଟିଥିବା ଜଣା ପଡ଼ିଛି । ଏଥି ସହିତ ସେ ସୋଲିଆଲ୍ ମିଡ଼ିଆ ମାଧ୍ୟମରେ ପଶୁ ପକ୍ଷୀ ଅଥବା ଅସହାୟ ଅବସ୍ଥାରେ ପଡ଼ି ରହିଥିବା ସମସ୍ତ ଜୀବ ଜଗତ କୁ ସାହାଯ୍ୟ କରିବା ନିମନ୍ତେ ଅନୁରୋଧ କରିଛନ୍ତି ।

କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ                              AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!