ଓଡିଶା ଖବର
ଶ୍ରୀଅରବିନ୍ଦ ପାଠଚକ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

କୋଲାବିରା(AKN NEWS): କୋଲବୀରା ବ୍ଲକ ସୋଡାମାଲ୍ ଗ୍ରାମ ପଞ୍ଚାୟତ ର ରେଙ୍ଗଲ ପାଲି ଗ୍ରାମରେ ବିଗତ ପଚାଶ ବର୍ଷ ଧରି କାର୍ଯ୍ୟକରି ଆସୁଥିବା ଶ୍ରଅରବିନ୍ଦ ପାଠଚକ୍ର ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଜିଲ୍ଲା ପାଠଚକ୍ର ର ଆବାହକ ସୁରେନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବରଗଡର ପାର୍ବତୀ ଗିରି ମହିଳା କଲେଜ୍ ର ଅଧ୍ୟାପକ ରାଧାକାନ୍ତ ମିଶ୍ର ମୁଖ୍ୟ ବକ୍ତା ,ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ,ଅବସର ପ୍ରାପ୍ତ ଶିକ୍ଷକ ଷୌଭାଗ୍ୟ କୁମାର ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ନୂତନ ଯୁଗର ଭଗିରଥ ଶ୍ରୀଅରବିନ୍ଦ ଶୀର୍ଷକ ଆଲୋଚନା କରିଥିବା ବେଳେ ଜିଲ୍ଲା ସଂଗଠକ ପ୍ରଶାନ୍ତ ପାଲ ବିଷୟ ପ୍ରବେଶ କରିଥିଲେ ।ଡ଼ାକ୍ତର ଓଁକାର ପଟେଲ ସ୍ଵାଗତ ଭାଷଣ ସହ ବାର୍ଷିକ ବିବରଣୀ ପଠନ କରିଥିଲେ । ଦୁଇ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରୁ ଶତାଧିକ ମାତୃ କର୍ମୀ ଅଂଶ ଗ୍ରହଣ କରିଥିଲେ ।ଶେଷରେ ନେତ୍ରାନନ୍ଦ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


