ଓଡିଶା ଖବର
ରାଜନୀତି କରିବା ପାଇଁ ଚାକିରୀରୁ ଅବସର ନେଲେ ବିଜେଡିର ଅଦୃଶ୍ୟ ମୁଖ୍ୟମନ୍ତ୍ରୀ VK ପାଣ୍ଡିଆନ
ପ୍ରଶ୍ନ 5T ସଚିବ କିଏ ହେବେ
ଭୁବନେଶ୍ବର,୨୩/୧୦(ଏକେଏନ୍ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ ଟି ସଚିବ ନେଇଛନ୍ତି। ପାଣ୍ଡିଆନଙ୍କ ଭିଆରଏସକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ମଞ୍ଜୁର କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ଏସିଏସଙ୍କୁ ଚିଠି ଲେଖୁଛନ୍ତି କାର୍ମିକ ମନ୍ତ୍ରଣାଳୟ। ଭିଆରଏସ ନେବା ନେଇ ତାଙ୍କର ରାଜନୀତିରେ ପାଦ ଦେବାର ଚର୍ଚ୍ଚା ଜୋରସୋରରେ ଚାଲିଛି। ସୂଚନାଯୋଗ୍ୟ, ନିକଟ ଦିନରେ ୫-ଟି ସଚିବଙ୍କ ସମଗ୍ର ରାଜ୍ୟ ବୁଲି ଜନଶୁଣାଣି କରିବା ଏବଂ ଲୋକଙ୍କ ଅଭିଯୋଗ ଶୁଣାଣି ଶେଷ ହୋଇଛି। ପାଣ୍ଡିଆନଙ୍କ ଏମିତି ତୁଫାନି ଗସ୍ତକୁ ନେଇ ରାଜନୀତି ଜୋର ଧରିଥିଲା।
ବିରୋଧୀମାନେ ବିଧାନସଭାରେ ୫-ଟି ସଚିବଙ୍କ କାର୍ଯ୍ୟକଳାପ ନେଇ ସରକାରଙ୍କଠୁ ଜବାବ ଲୋଡ଼ିଥିଲେ। ରାଜ୍ୟରେ ସଚିବଙ୍କ ରାଜ ଚାଲିଥିବା ନେଇ ବିରୋଧୀ ବିଜେପି ଅଭିଯୋଗ କରି ରାଜ୍ୟର ବିଜେଡି ସରକାରଙ୍କୁ ସମାଲୋଚନା କରିଥିଲା।୨୦୦୦ ବ୍ୟାଚର ଆଇଏଏସ ଅଫିସର ଭି. କେ ପାଣ୍ଡିଆନ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ସେ କଳାହାଣ୍ଡି ଜିଲାର ଉପଜିଲାପାଳ ଭାବେ ଦାୟିତ୍ବରେ ଥିଲେ । ଏବଂ ୨୦୦୫ ରୁ ୨୦୦୭ ପର୍ଯ୍ୟନ୍ତ ସେ ମୟୂରଭଞ୍ଜ ଜିଲାରେ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ । ତା ପରେ ୨୦୦୭ ରୁ ୨୦୧୧ ଗଞ୍ଜାମ ଜିଲାର ଜିଲାପାଳ ଥିଲେ । ୨୦୧୧ ମସିହାରେ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ । ଏବଂ ୨୦୧୯ ଠାରୁ ୫ ଟି ସଚିବ ଭାବରେ କାର୍ଯ୍ୟକରି ଆସୁଥିଲେ । ଗତ ଅକ୍ଟୋବର ୨୦ ତାରିଖରେ ସ୍ବେଛାକୃତ ଅବସର ନେବା ପାଇଁ ସେ କେନ୍ଦ୍ର ସରକାରଙ୍କୁ କରିଥିଲେ । ଆଜି ୨୩ ଅକ୍ଟୋବର ୨୦୨୩ ରେ କେନ୍ଦ୍ର ସରକାର ଆବେଦନକୁ ଗ୍ରହଣ ଚିଠି ନମ୍ବର GAD-SER-PERS 0100-2014 ମାଧ୍ୟମରେ ଅନୁମତି ପ୍ରଦାନ କରାଯାଇଛି । ଏହି ଭିଆରଶକୁ ନେଇ ରାଜଧାନୀ ଭୁବନେଶ୍ବରରେ ଚର୍ଚା ଲାଗିରହିଛି ।
ରାଜନୀତି କରିବା ପାଇଁ ଚାକିରୀରୁ ଅବସର ନେଲେ ବିଜେଡିର ଅଦୃଶ୍ୟ ମୁଖ୍ୟମନ୍ତ୍ରୀ VK ପାଣ୍ଡିଆନ
ଏବେ ସତ ସତିକା ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିବେ
ପ୍ରଶ୍ନ 5T ସଚିବ କିଏ ହେବେ
ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍


