ଏକଲ ଅଭିଯାନ ପକ୍ଷରୁ କୃଷ୍ଣ ଚନ୍ଦ୍ର ଗଜପତି ଜୟନ୍ତୀ ଓ ପହଲ ଗାଁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ

କୁଚିଣ୍ଡା:(AKN NEWS):ଓଡ଼ିଶାର ପ୍ରଥମ ପ୍ରଧାନ ମନ୍ତ୍ରୀ(ମୁଖ୍ୟ ମନ୍ତ୍ରୀ) କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ଜୟନ୍ତୀ ଉତ୍ସବ ଓ ପହେଲ ଗାଁ ସହିଦ ଙ୍କ ପାଇଁ ଶୋକ ସଭା ଆଦିବାସୀ ଭବନ ରେ ଅନୁଷ୍ଠିତ ହୋଇ ଯାଇଛି । ଅଭିଯାନ ର କୁଚିଣ୍ଡା ସଞ୍ଚ (ବ୍ଲକ) ପ୍ରମୁଖ ବିନୟ ପୃଷେଠ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ଯୋଗ ଦେଇ ଗଜପତି କୃଷ୍ଣଚନ୍ଦ୍ର ନବ ଓଡ଼ିଶା ର ନିର୍ମାତା ଥିଲେ ବୋଲି କହିଥିଲେ ।ସେ ତାଙ୍କ ବକ୍ତବ୍ୟରେ ପାକିସ୍ଥାନ ର ଉଗ୍ର ବାଦୀ ପ୍ରୀତି ର ଦୃଢ଼ ନିନ୍ଦା କରିଥିଲେ । ସଭା ପ୍ରାରମ୍ଭରେ ସହିଦ ମାନଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅଭିଯାନ ର ସଭାପତି ରମେଶ ପଧାନ, ଗୁରୁ ଚରଣ ରଣା,ପ୍ରସନ୍ନ କିସାନ, ବିଭୂତି ଡ଼ ନସନା,ପିଙ୍କି ନାୟକ,ମହରଙ୍ଗି ଲୁହା,ବବିତା ମାଝୀ, ମଞ୍ଜରୀ ପଧାନ,କୁମାରୀ କାଲୋ, ସୁଦେଶ୍ନା ନାଏକ,ସରୋଜିନୀ କାଲୋ,ପଦ୍ମିନୀ କରୁଜି,ପ୍ରବୀଣ ସାହୁ, ଅଶୋକ କୁମାର ବାଙ୍କା,ସୁକାନ୍ତି ଶେଠ୍, ରୀତା କିସାନ, ଅକ୍ଷୟ ନାୟକ,ଗୁଣ ନିଧି ମାଝୀ, ରୀତା କିସାନ, ପ୍ରଭାସିନୀ କିସା ନ, କୁମୁଦିନୀ ଭୋଇ ପ୍ରମୁଖ ଅଂଶ ଗ୍ରହଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଶେଷରେ ବ୍ୟାଙ୍କ୍ ର ସରପଞ୍ଚ ପିଙ୍କି ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


