ଓଡିଶା ଖବର

ସର୍ଟ ସର୍କିଟ ଲାଗି ଘରେ ଲାଗିଲା ନିଆଁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ।

ମୁନିଗୁଡ଼ା,(AKN NEWS):ଜନ୍ମ ଦିନ ଉତ୍ସ୍ରଵରେ ଯୋଗଦେବାକୁ ଯାଇଥିବା ବେଳେ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ।ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ପଞ୍ଚାୟତ ନୂଆ ପଡ଼ା ବିଳାସ କରକରିଆଙ୍କ ଘରେ ସର୍ଟ ସର୍କିଟ ଲାଗି ନିଆଁ ଲାଗିବା ଫଳରେ ଘରେ ଥିବା ଟିଭି, ଫ୍ରିଜ, ଗଡରେଜ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମେତ ଆସବାବପତ୍ର ରେ ନିଆଁ ଲାଗି ନଷ୍ଟ ହୋଇଥିବା ଜଣାପଡିଛି। ଘରେ ନିଆଁ ଲାଗିବା ପରେ ଧୁଆଁ ବାହାରିବାରୁ ସାହି ବାସିନ୍ଦା ପହଞ୍ଚି ନିଘରର ତାଲା ଭାଙ୍ଗି ଆଁ କୁ ଆୟତ୍ତ କରିଥିବା ଜଣାପଡ଼ିଛି। ତେବେ ନିଆଁ ରେ ବିଳାସଙ୍କ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଥିବା ପରିବାର ଅଭିଯୋଗ କରିଛନ୍ତି। ସୁଚନା ଅନୁଯାୟୀ ଅମ୍ବାଦଳା ପଞ୍ଚାୟତ ନୂଆପଡ଼ାର ବିଳାସ କରକରିଆ ତାଙ୍କ ପରିବାର ସହିତ ଏକ ଜନ୍ମ ଦିନ ଉତ୍ସବରେ ଯୋଗଦେବା ପାଇଁ ମୁନିଗୁଡ଼ା ଯାଇଥିବା ବେଳେ କୌଣସି କାରଣରୁ ସର୍ଟ ସର୍କିଟ ହୋଇଥିଲା। ବିଳାସ ଜଣେ ନିରାଶ୍ରୟ ମହିଳା ହୋଇଥିବାରୁ ପ୍ରଶାସନ ପକ୍ଷରୁ କ୍ଷତି ଆକଳନ କରାଯିବା ସହ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

  1.      ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!