କେଶାଇବାହାଲରେ ସ୍ୱାଭିମାନ ଦିବସ ପାଳିତ , ସ୍ଵାଭିମାନୀ ହୋଇ ସମାଜସେବାରେ ବ୍ରତୀ ହେବାକୁ ଆହ୍ବାନ

ବାମରା:(AKN NEWS): ସମ୍ବାଦ ଆମ ଓଡ଼ିଶା ପକ୍ଷରୁ କେସାଇବାହାଲ ବନ ଦୁର୍ଗ ମନ୍ଦିର ପରିସରରେ ସ୍ଥାନୀୟ ସମ୍ବାଦ ସାହିତ୍ୟ ଘରର ସଭାପତି ତୁଳସୀ ମଞ୍ଜରୀ ବହିଦାର ଙ୍କ ସଭାପତିତ୍ବରେ କୂଳ ବୃଦ୍ଧ ମଧୁ ସୂଦନ ଦାସ ଙ୍କ ଜୟନ୍ତୀ କୁ ସ୍ୱାଭିମାନ ଦିବସ ଭାବରେ ପାଳିତ ହୋଇ ଯାଇଛି ।କାର୍ଯ୍ୟକ୍ରମ ର ଆବାହକ ଅବସର ପ୍ରାପ୍ତ ଉଦ୍ୟାନ ବିଭାଗ ଅଧିକାରୀ ରବୀନ୍ଦ୍ର କୁମାର ଦାସ ପ୍ରାରମ୍ଭିକ ସୂଚନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଏଥିରେ ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ , ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ , କୁଚିଣ୍ଡା ସମ୍ବାଦ ସାହିତ୍ୟ ଘର ସଭ୍ୟ ଶେଖର ବନମାଳୀ ନାମ ଦେଓ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ଵନାଥ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ସ୍ଵାଭିମାନୀ ହୋଇ ସମାଜସେବା କରିବା ହିଁ ମଧୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ ।କାର୍ଯ୍ୟକ୍ରମରେ ସାହିତ୍ୟ ଘର ଉପଦେଷ୍ଟା ଅଲେଖ କୁମାର ପତି , ଚାଷି ନେତା ବନମାଳୀ ନାଏକ , ଉଦୟ ନାଥ ଦ୍ବିବେଦୀ,ଶାନ୍ତି ଲତା ରାୟ,ପଦ୍ମିନୀ ବାଙ୍କରା, ଅନୁଛାୟା ପଟେଲ, ଆଦିବାସୀ ନେତା ଖତୁନାଥ ପୀଙ୍ଗ,ପୂର୍ବ ବ୍ଲକ ଅଧ୍ୟକ୍ଷ କରୁଣା କର କିସାନ , କବୀ ସୁଜ୍ଞାନି ନାୟକ, ସାମାଜିକ କର୍ମୀ ବୀଣା ପାଣି ନାଏକ ପ୍ରମୁଖ ମଧୁବାବୁଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ ।ସମ୍ବାଦ ପ୍ରତିନିଧି ସନ୍ତୋଷ କୁମାର ଶୁକ୍ଳା କୃତଜ୍ଞତା ପ୍ରକାଶ କରିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


