ଓଡିଶା ଖବର

ନନ୍ଦ କୁମାରଙ୍କ ୮୮ତମ ଜନ୍ମ ଦିନରେ ସମ୍ବର୍ଦ୍ଧନା ସଭା ।

ବାରିପଦା:-(AKN NEWS):ସ୍ଥାନୀୟ ତିନି ନମ୍ବର ୱାର୍ଡରେ ବର୍ଷିୟାନ ଶିକ୍ଷାବିତ୍ ଓ ସଂଗଠକ ଶ୍ରୀ ନନ୍ଦ କୁମାର ମହାପାତ୍ରଙ୍କ ୮୮ତମ ଜନ୍ମଦିନ ଉପଲକ୍ଷେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବାରିପଦା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘର ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏହାର ସାଧାରଣ ସମ୍ପାଦକ ଶ୍ରୀ କାନ୍ହୁ ଚରଣ ବେହେରା ଅଧ୍ୟକ୍ଷତା କରିଥିଲେ। ଆଲୋଚନାରେ ବକ୍ତାମାନେ ତାଙ୍କୁ ଜଣେ ଶିକ୍ଷାନୁରାଗୀ ଓ ଗରୀବ ଜନସାଧାରଣଙ୍କ ଦରଦୀ ବନ୍ଧୁ ଭାବେ ଅଭିହିତ କରିଥିଲେ। ସେ ପଟ୍ଟାବିହୀନ ସଂଘର ସଭାପତି, ଶରତ ଚନ୍ଦ୍ର ବିଦ୍ୟାପୀଠର ପୂର୍ବତନ ପ୍ରଧାନ ଶିକ୍ଷକ, ବାରିପଦା ବିଇଡି କଲେଜ, ରଖାଲଗୋପ ହାଇସ୍କୁଲ, ପ୍ରାକଟିସିଂ ହାଇସ୍କୁଲ, ଶ୍ରୀପଦଗଞ ସ୍କୁଲ ପ୍ରଭୃତିର ପ୍ରତିଷ୍ଠାତା ସମ୍ପାଦକ ଓ ସମବାୟ ଆନ୍ଦୋଳନର ଅନ୍ୟତମ କର୍ମୀ। ତାଙ୍କ ନେତୃତ୍ଵରେ ବାରିପଦାରେ ପଟ୍ଟାବିହୀନଙ୍କ ଆନ୍ଦୋଳନ ଏକ ନିର୍ଣ୍ଣାୟକ ସୋପାନରେ ପହଞ୍ଚି ପାରିଛି। ଆଲୋଚନା କାଳରେ ବାରିପଦା ପୌରାଞ୍ଚଳରେ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଓ ଅସମ୍ପୂର୍ଣ୍ଣ ସର୍ଭେକୁ ସମାପ୍ତ କରିବା ପାଇଁ ମଧ୍ଯ ଦାବୀ ହୋଇଛି। ଯେଉଁମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ ଅମଲ ଦେ, ଭାରତୀ ପାତ୍ର, ଅଧ୍ୟାପକ ଗୋପବନ୍ଧୁ, ରବି ଗୋସ୍ୱାମୀ, ପ୍ରଫୁଲ୍ଲ ମହାନ୍ତି, ମହେଶ୍ଵର ବେହେରା, ଜୀବନ ମହାପାତ୍ର, ସନ୍ତୋଷ କୁମାର ସିଂ, ନୃସିଂହ ବାରିକ, ପ୍ରଫୁଲ୍ଲ ପଣ୍ଡା, ପ୍ରିୟଜିତ୍ ମଦିନା ପ୍ରମୁଖ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟAKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!