ଓଡିଶା ଖବର

କୁଚିଣ୍ଡା ରେ ସ୍ୱାଭିମାନ ଦିବସରେ ସାମିଲ ହେଲେ ଉପଖଣ୍ଡର ଶତାଧିକ ବୁଦ୍ଧିଜୀବୀ, ମଧୁବାବୁ ଜୟନ୍ତୀକୁ ସରକାରୀ ଭାବରେ ସ୍ୱାଭିମାନ ଦିବସ ରୂପେ ପାଳନ କରିବାକୁ ବକ୍ତାଙ୍କ ଉଦବୋଧନ

କୁଚିଣ୍ଡା :(AKN NEWS): ଆମ ଓଡ଼ିଶା ସମ୍ବାଦ ପକ୍ଷରୁ ଆଜି ଅପରାହ୍ନରେ କୁଚିଣ୍ଡା କଲେଜ ପ୍ରେକ୍ଷଲୟରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା କୁଚିଣ୍ଡା ସମ୍ବାଦ ସାହିତ୍ୟ ଘର ସଭାପତି ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ କୂଳ ବୃଦ୍ଧ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ କୁ ସ୍ୱାଭିମାନ ଦିବସ ରୂପେ ସମାରୋହର ସହ ପାଳିତ ହୋଇ ଯାଇଛି ।ପ୍ରାରମ୍ଭରେ ଅତିଥି ଗଣ ମଧୁବାବୁଙ୍କ ସହ ଶ୍ରୀଜଗନ୍ନାଥ ଓ ମା ସମଲେଶ୍ଵରୀଙ୍କ ସମ୍ମୁଖରେ ଦୀପ ପ୍ରଜ୍ଜ୍ୱଳନ ସହ ଧୂପ ଓ ପୁଷ୍ପ ମାଲ୍ୟ ପ୍ରଦାନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ।ଏହା ପରେ ଛାତ୍ରୀ ଋତୁ ପର୍ଣା କୁଣ୍ଡୁ ମଧୁବାବୁ ଙ୍କ ଦ୍ଵାରା ଲିଖିତ କବିତା ଉତ୍କଳ ସନ୍ତାନ କୁ ପାଠ କରିଥିବା ବେଳେ ସାହିତ୍ୟ ଘର ସଭ୍ୟ ଫାସିମାଲ କଲେଜ ର ଅଧ୍ୟାପକ ରୁଦ୍ର ନାରାୟଣ ମିଶ୍ର ଉତ୍କଳ ଗୌରବ ମଧୁବାବୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀକୁ ପାଠ କରିଥିଲେ ।ଏହା ପରେ ଉପସ୍ଥିତ ସମ୍ମାନିତ ଅତିଥି ଗଣ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ , ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ଡ଼ ଲକ୍ଷ୍ମୀପ୍ରିୟା ବେହେରା, କୁଚିଣ୍ଡା କଲେଜ୍ ଭାରପ୍ରାପ୍ତ ଅଧ୍ୟକ୍ଷା ଡ଼ ସୁଭଦ୍ରା ଦାସ,ଆଇନଜୀବୀ ସଚିଦା ନନ୍ଦ ଶର୍ମା ,ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଖତୁ ନାଥ ପିଙ୍ଗ ଓ ମୁଖ୍ୟ ବକ୍ତା ଭାବରେ ଷଣ୍ଢ ପଥର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଜଗତ ଯୋଗ ଦେଇ ସ୍ଵାଭିମାନୀ ମଧୁବାବୁ କେବଳ ଉତ୍କଳ ନୁହେଁ ସମଗ୍ର ଭାରତର ଗୌରବ ବୋଲି କହିଥିଲେ ।ଅତିଥି ଗଣ ତାଙ୍କ ଭାଷଣରେ ମଧୁବାବୁ ମହାତ୍ମା ଗାନ୍ଧୀ ଙ୍କୁ ହରିଜନ ଆନ୍ଦୋଳନ,ସମାଜ ସଂସ୍କାର ଓ କୁଟୀର ଶିଳ୍ପ ପ୍ରତି ଆକର୍ଷିତ କରି ସେ ତାଙ୍କର ଦ୍ବିତୀୟ ଗୁରୁ ହୋଇ ପାରିଥିଲେ ବୋଲି କହି ସମ୍ବାଦ ତାଙ୍କ ଜୟନ୍ତୀ କୁ ସ୍ୱାଭିମାନ ଦିବସ ଭାବରେ ପାଳନ କରୁଥିବାରୁ କୃତଜ୍ଞତା ଜଣାଇଥିଲେ ।ବକ୍ତା ଗଣ ସମ୍ବାଦ ପାଳନ କରୁଥିବା ସ୍ୱାଭିମାନ ଦିବସକୁ ସରକାରୀ ସ୍ତରରେ ପାଳନ କରିବାକୁ ଆହ୍ବାନ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘରର କବି ସର୍ବଶ୍ରୀ ପ୍ରମୋଦ କର୍ଶେଲ,ବିଶ୍ଵନାଥ ସାହୁ,ବନମାଳୀ ନାମ ଦେଓ,ଶ୍ରୀମତୀ ସସ୍ମିତା ପଟେଲ,ରଜନୀ ପଟେଲ,ତୁଳସୀ ମଞ୍ଜରୀ ବହିଦାର,ପଦ୍ମିନୀ ବାଙ୍କଡା ପ୍ରମୁଖ ମଧୁବାବୁଙ୍କ ସ୍ଵଭିମାନି ପଦକ୍ଷେପ ଆଧାରିତ ସ୍ବରଚିତ କବିତା ପାଠ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବାମରା ବ୍ଲକର ସାହିତ୍ୟିକ ଅଲେଖ ପତି ଓ କୁଚିଣ୍ଡା କଲେଜ ଆଲୁମନି ସଭାପତି ପ୍ରଫୁଲ୍ଲ ସାହୁ ମଧ୍ୟ ମଧୁବାବୁଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜମନକିରା ବ୍ଲକ ରୁ ସୁରୁମନୀ ସୁନାନି,ସନ୍ତୋଷ କୁମାର ପଟେଲ, ବାମରା ବ୍ଲକ ରୁ ଚାଷିନେତା ବନମାଳୀ ନାୟକ, ପ୍ରକୃତି ବନ୍ଧୁ ରବୀନ୍ଦ୍ର କୁମାର ଦାସ, କୁଚିଣ୍ଡା ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣା କର ନିଶାନ,କୁଚିଣ୍ଡା କଲେଜ ର ଅଧ୍ୟାପିକା ମଞ୍ଜୁଶ୍ରୀ ଦାସ,ଅଧ୍ୟାପକ ପ୍ରଭାସ କୁମାର ଦାସ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଅଧ୍ୟାପକ କୁମର ମଣୀ ରାଉତ, ରବୀନ୍ଦ୍ର ଦାସ,ଦୀପକ ବଢେଇ, କୁଟୁରା ଚୁଆଁ କଲେଜ ର ଅଧ୍ୟାପକ କୃଷ୍ଣ ଚନ୍ଦ୍ର ପୁଝାରୀ,ସତ୍ୟ ନାରାୟଣ ପଟେଲ ,କୁଚିଣ୍ଡାର ରାଜେଶ ଶର୍ମା,ବିଜୁ ସାହୁ, ଅଧ୍ୟାପିକା ପଲ୍ଲବୀ ତାଣ୍ଡିଆ,ପରେଶ କୁମାର ପଟେଲ, ପ୍ରାଣ ବନ୍ଧୁ ନାଥ , ସରୋଜ କୁମାର ମେହେର ,ପ୍ରଧାନ ଶିକ୍ଷୟିତ୍ରୀ ସବିତା ପଟେଲଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ନୂଆଁ ପିଢ଼ିର ଯୁବ ,ଛାତ୍ର,ସାମାଜିକ କର୍ମୀ ଓ ସାମ୍ବାଦିକ ଗଣ ଶତାଧିକ ସଂଖ୍ୟାରେ ଯୋଗ ଦେଇ ଉତ୍ସବର ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିଥିବା ଦେଖା ଯାଇଥିଲା ।ଶେଷରେ ସମ୍ବାଦ ର ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟ ଘର ସଂଯୋଜକ ଗଗନ ଶର୍ମା ମଧୁବାବୁଙ୍କ ରଚିତ କେତୋଟି କବିତା ପାଠ କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!