ଓଡିଶା ଖବର

୨ ଅଧିକାରୀ ଙ୍କୁ ଅବସର ସମ୍ବର୍ଦ୍ଧନା

ପୁରୀ(AKN NEWS):ଡେପୁଟି କଲେକ୍ଟର ଗୋପୀନାଥ ମିଶ୍ର ଓ ନାଜୀର ପ୍ରଭାକର ପ୍ରଧାନ ଙ୍କୁ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ସରକାରୀ ନିୟମ ଅନୁସାରେ ଉଭୟ ୬୦ ବର୍ଷ ରେ ପଦାର୍ପଣ କରିଥିବାରୁ ସେମାନ ଙ୍କୁ ସରକାରୀ ଚାକିରୀ ରୁ ଅବ୍ୟାହତି ଦିଆଯାଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ. ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଡେପୁଟି କଲେକ୍ଟର ପ୍ରଶାନ୍ତ ଜେନା, ସହଦେଵ ସାହୁ,ବିବେକାନନ୍ଦ ସାହୁ, ସହକାରୀ ଜିଲ୍ଲାପାଳ ତନ୍ମୟ ଦାସ,କୃଷ୍ଣ ଚନ୍ଦ୍ର ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଯୋଗ ଦେଇ ଉଭୟ ଶ୍ରୀ ମିଶ୍ର ଓ ଶ୍ରୀ ପ୍ରଧାନ ଙ୍କ କାର୍ଯ୍ୟାବଳୀ କୁ ପ୍ରଶଂସା କରିବା ସହ ସେମାନେ ପ୍ରଶାସନ ପାଇଁ ଜଣେ ଜଣେ ସମ୍ବଳ ଥିଲେ ବୋଲି କହିଥିଲେ।ସେମାନଙ୍କ ନିଷ୍ଠାପର କାର୍ଯ୍ୟ ଓ ପ୍ରତିବଦ୍ଧତା ଅନନ୍ୟ ବୋଲି କହିଥିଲେ।ନିଜ ପ୍ରତିକ୍ରିୟା ରେ ଶ୍ରୀ ମିଶ୍ର ଓ ଶ୍ରୀ ପ୍ରଧାନ ନିଜ କାର୍ଯ୍ୟ ରେ ସେମାନେ ସନ୍ତୁଷ୍ଟ ଓ ନିଜ ଦାୟିତ୍ୱ କୁ ସୁଚାରୁ ରୁପେ ନିର୍ବାହ କରିଥିବାରୁ ଅବସର ସମୟରେ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଥିଲେ।ନିଜ ଅଧିକାରୀ ମାନଙ୍କୁ ଓ କାର୍ଯ୍ୟ କୁ ସମ୍ମାନ ଦେବା,ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବା, ନିଷ୍ଠାପର ଓ ଦାୟିତ୍ବବାନ ହେବାକୁ ସେମାନେ କନିଷ୍ଠ ମାନଙ୍କୁ ପରାମର୍ଶ ଦେଇଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟAKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!