ଓଡିଶା ଖବର

ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ୨୫୩୨ତମ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକ

ପୁରୀ(AKN NEWS):ଆଜି ପୂର୍ବାହ୍ନରେ ଉପ-ଜିଲ୍ଲାପାଳ, ପୁରୀଙ୍କ କାର୍ଯ୍ୟାଳୟରେ ଶ୍ରୀ ଗୋବର୍ଦ୍ଧନ ପୀଠ ଦ୍ବାରା ଆୟୋଜିତ ହେବାକୁ ଥ‌ିବା ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ୨୫୩୨ତମ ଜୟନ୍ତୀ ନିମନ୍ତେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପ-ଜିଲ୍ଲାପାଳ ରାଜ କିଶୋର ଜେନା ଅଧ୍ଯକ୍ଷତା କରିବା ସହ ସମସ୍ତ ଦାୟିତ୍ୱ କୁ ଶୃଙ୍ଖଳା ର ସହ ନିର୍ବାହ ପାଇଁ ବିଭିନ୍ନ ବିଭାଗ କୁ ପରାମର୍ଶ ଦେଇଥିଲେ ।ଏହି ଉତ୍ସବ ବୈଶାଖ ଶୁକ୍ଳ ଚତୁର୍ଥୀ ତା ୦୧ ମଇ ୨୦୨୫ ଠାରୁ ଆରମ୍ଭ ହୋଇ ବୈଶାଖ ଶୁକ୍ଳ ଦଶମୀ ତା ୦୭ ମଇ ୨୦୨୫ ପର୍ଯ୍ୟନ୍ତ ସପ୍ତ ଦିନ ବ୍ୟାପି ଶଙ୍କରାଚାର୍ଯ୍ୟ ମଠରେ ପାଳନ କରାଯିବ। ତା ୦୨.୦୫.୨୦୨୫ ରିଖ ଶୁକ୍ରବାର ଦିନ ଅପରାହ୍ଣ ୩:୦୦ ଘଟିକା ସମୟରେ ଏକ ଭବ୍ୟ ଶୋଭାଯାତ୍ରାରେ ହାରାହାରି ୭୦୦ ରୁ ୧୦୦୦ ଭକ୍ତଙ୍କ ସମାବେଶ ଶ୍ରୀ ଗୋବର୍ଦ୍ଧନ ମଠରୁ ବାହାରି, ବାଲିସାହି, ସିଂହହାର ଗୁମୁଟ ଦର୍ଶନ କରି (କେବଳ ଆଦି ଶଙ୍କରାଚାର୍ଯ୍ୟଙ୍କ ଚଳନ୍ତି ପ୍ରତିମା), ଦୋଳମଣ୍ଡପ ସାହି, ମୋଚିସାହି ଛକ, ରାମଚଣ୍ଡୀ ସାହି ଦେଇ, ମର୍ଚିକୋଟ ଛକ, ବଡଦାଣ୍ଡ, ରାଜା ନଅର, ଦୋଳବେଦୀ, ଗାଣ୍ଡୁଆ ଚୌରାଛକ, ହରଚଣ୍ଡୀ ସାହି, ଗୌଡବାଡ ସାହି, କାମାକ୍ଷା ମନ୍ଦିର, ସତାସନ ରୋଡ ଦେଇ, ନାରାୟଣ ଘାଟ, କାଞ୍ଚିକାମକୋଟି ମଠ, ସୋଲାଖୁ ବରଗଛ ଦେଇ ଗୋବର୍ଦ୍ଧନ ମଠକୁ ପ୍ରତ୍ୟାବର୍ତ୍ତନ କରିବ । ଏହି ଶୋଭାଯାତ୍ରାରେ ଆଦି ଶଙ୍କରଙ୍କ ରଥ ଛତ୍ରୀ, ତରାସ, ଦୁହୁଡି, ଘଣ୍ଟ, କାହାଳୀ, ସଂକୀର୍ତନ, ପାଇକ ଆଖଡା, ବାଢି ଖେଳ ସମର କଳା ଓ ଘୁମରା ନାଚ ଇତ୍ୟାଦି ଯିବେ ବୋଲି ଶ୍ରୀ ଗୋବର୍ଦ୍ଧନ ପୀଠର ସୂଚନା ଓ ଲୋକସମ୍ପର୍କ ସଚିବ ଦେବାଶିଷ ମିଶ୍ର ପସୂଚନା ଦେଇଥିଲେ।ବୈଠକରେ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ମାନଙ୍କ ସହ ମଠ ତରଫରୁ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଶୁୟଶ୍ ପ୍ରଶାନ୍ତ, ରାମଚନ୍ଦ୍ର ଦଳେଇ, ତନ୍ମୟ ଚାଟାର୍ଜୀ, ବିଶ୍ଵଶାନ୍ତି ତ୍ରିପାଠୀ ଉପସ୍ଥିତ ଥିଲେ l ଶେଷରେ ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ ପାଇଁ ଅନୁରୋଧ ସହ ଧନ୍ୟବାଦ ଅର୍ପଣ କରିଥିଲେ।

 ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟAKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!