ଓଡିଶା ଖବର

ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଅକ୍ଷୀ ତୃତୀୟା ସହ କବି ଜୟଦେବ ଜୟନ୍ତୀ ପାଳିତ।

ବାମରା (AKN NEWS): ବାମରା ବ୍ଲକ କେସାଇବାହାଲ ଠାରେ ସମ୍ବାଦ ସାହିତ୍ୟ ଘର ର ସଭାପତି ତୁଳସୀ ମଞ୍ଜରୀ ବହିଦାର ଙ୍କ ସଭାପତିତ୍ବରେ ଅକ୍ଷୟ ତୃତୀୟା ଉତ୍ସବ ତଥା କବିଶ୍ରୀ ଜୟଦେବ ଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି ।ଏଥିରେ ଅର୍ଡାବାହାଲସ୍ଥିତ ସରକାରୀ ମହିଳା ଯୁକ୍ତ ଦୁଇ ମହା ବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ କୁମାର ନାୟକ ମୁଖ୍ୟ ଅତିଥି ଓ ବିଶିଷ୍ଟ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ କାବିଶ୍ରୀ ଜୟଦେବ ,ଶ୍ରୀ ଗୀତ ଗୋବିନ୍ଦ ଓ ଶ୍ରୀ ଜଗନ୍ନାଥ ଶୀର୍ଷକ ରେ ଆଲୋଚନା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଅଲେଖ କୁମାର ପତି,ରବୀନ୍ଦ୍ର କୁମାର ଦାସ,ଉଦୟ ନାଥ ଦ୍ବିବେଦୀ,ପ୍ରଭାତ କୁମାର ନାୟକ,ଶ୍ରୀମତୀ ଲିଲି ପତି,ପଦ୍ମିନୀ ବଙ୍କରା ଯୋଗ ଦେଇ ଅକ୍ଷୟ ତୃତୀୟରେ ଯେ କୌଣସି ଶୁଭ କାମ କଲେ ସଫଳତା ମିଳିଥାଏ ବୋଲି କହି ଚଳିତ ବର୍ଷର ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଉ ବୋଲି ଅଭିମତ ପ୍ରଦାନ କରିଥିଲେ ।ପ୍ରକାଶ ଥାଉ କି, ଏହି ସାହିତ୍ୟ ଘର ବୃକ୍ଷ ରୋପଣ ଓ ପ୍ରକୃତି ସୁରକ୍ଷା କାର୍ଯ୍ୟକରି ପ୍ରକୃତି ମିତ୍ର ଓ ଚାରି ଜଣ ସଦସ୍ୟ ପ୍ରକୃତି ବନ୍ଧୁ ପୁରସ୍କାର ପାଇ ସାରିଥିବାରୁ ଚଳିତ ବର୍ଷ ସମଗ୍ର ବ୍ଲକ ରେ ବୃକ୍ଷ ରୋପଣ ଓ ପ୍ରକୃତି ସୁରକ୍ଷାକୁ ନିର୍ଣ୍ଣାୟକ ଭାବରେ କାର୍ଯ୍ୟ କରିବାକୁ ଶପଥ ବଦ୍ଧ ହୋଇ ପ୍ରକୃତି ବନ୍ଧୁ ଅଲେଖ ପତିଙ୍କ ବାଡ଼ିରେ ପ୍ରକୃତି ବନ୍ଧୁ ସୁବାସ ନାୟକ ଓ ଅତିଥି ଗଣ କେତୋଟି ଆମ୍ବ ଚାରା ରୋପଣ କରି ଚଳିତ ବର୍ଷର ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ନିଜ ଜନ୍ମ ଦିନ ଉପଲକ୍ଷେ ପ୍ରକୃତି ବନ୍ଧୁ ରବୀନ୍ଦ୍ର ଦାସ ଓ ତାଙ୍କ ସହ ପ୍ରକୃତି ବନ୍ଧୁ ତୁଳସୀ ବହିଦାର, ପଦ୍ମିନୀ ବଂକରା, ବୀଣା ନାୟକ,ସୁଜ୍ଞା ନୀ ନାୟକ,ମିନାକ୍ଷୀ ଦ୍ବିବେଦୀ,ଉଦୟ ଦ୍ବିବେଦୀ, ଅଲେଖ ପତି,ପ୍ରମୁଖ ଚାରା ରୋପଣ କରି ଉଦ୍ୟାନ ବିଟ ରବୀନ୍ଦ୍ର ବାବୁଙ୍କୁ ସମସ୍ତେ ଜନ୍ମଦିନରେ ଅଭିନନ୍ଦନ ଜଣାଇଥିଲେ ।ଶେଷରେ ଲିଲି ପତି ଧନ୍ୟବାଦ୍ ଅର୍ପଣ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!