ତ୍ରିଶିକାର ପ୍ରଥମ ଜନ୍ମ ବାର୍ଷିକ ଉତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହା ଆଡମ୍ବର ରେ ପାଳିତ ହୋଇଯାଇଛି ।

(AKN NEWS):ଗତ..୧୦- ୦୫-୨୫ରିଖ ରବିବାର ଦିନ ଝିଅର ଜନ୍ମ ବାର୍ଷିକ ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳିଲେ ବିଗ୍ନାନ ବିଜ୍ଞାନ ମହା ବିଦ୍ୟାଳୟ ବ୍ରହ୍ମପୁରର ବାୟୋଲୋଜି ଅଧ୍ୟାପକ ଶ୍ରୀଯୁକ୍ତ ଆଲୋକ କୁମାର ବାରିକ । ପ୍ରାତଃ ସମୟରୁ ଧର୍ମ ପତ୍ନୀ ରେଶ୍ମା ରାଣୀ ଓ ପରିବାର ସହ ନିଜର କନ୍ୟା ରତ୍ନ ତ୍ରୀଶିକାକୁ ନେଇ ମହା ପ୍ରଭୁଙ୍କ ଦର୍ଶନ କରି ଝିଅର ଦୀର୍ଘାୟୁ ଜୀବନ କାମନା ପୂର୍ବକ ଆଶିଷ ଲାଭ କରିଥିଲେ । ସକାଳ ୮ ଟାରୁ ରାମ ପାରାୟଣ ,ସୁନ୍ଦରା କାଣ୍ଡ ପାଠ କରାଯାଇଥିଲା , ଏବଂ କଳି ଯୁଗର ମହା ମନ୍ତ୍ର ହରି ନାମ ସଙ୍କୀର୍ତ୍ତନ ଗାନ କରାଯିବା ସହିତ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସନ୍ଧ୍ୟା ସମୟରେ ପ୍ରଭୁ ସତ୍ୟନାରାୟଣଙ୍କର ଯଥା ବିଧି ପୂଜା ଅନୁଷ୍ଠିତ ପରେ ପାଲା ପରିବେଷଣ କରାଯାଇଥିଲା । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ନିଜର ଆତ୍ମୀୟ ସ୍ୱଜନ ଏବଂ ବଡକୁଳ ଗ୍ରାମର ଯୁବକ ସଂଘ ର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶୀତୁ,ଶ୍ରଦ୍ଧା, ଓମ୍, ଲିଟି, ସାନି,ଟିପୁ, ପିଙ୍କୁ, ଅନିଲି,ବିକାଶ,ଚିକୁ,ଲିପୁ,ଖୁସି, ସନ୍ଧ୍ୟା ,ଶିବାନୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS


