CBSE ଦ୍ୱାଦଶ ଶ୍ରେଣୀର ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି । ଏଥିରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏଥିବାରେ ଗାନ୍ଧୀ କଲେଜ୍, ଖଡ଼ିଆଳ ମୋଟ ଫଳାଫଳ ଅତ୍ୟନ୍ତ ଆଶାଜନକ ଓ ଆଶାନୁରୂପ ହୋଇଛି ।

(AKN NEWS):CBSE ଦ୍ୱାଦଶ ଶ୍ରେଣୀର ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି । ଏଥିରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏଥିବାରେ ଗାନ୍ଧୀ କଲେଜ୍, ଖଡ଼ିଆଳ ମୋଟ ଫଳାଫଳ ଅତ୍ୟନ୍ତ ଆଶାଜନକ ଓ ଆଶାନୁରୂପ ହୋଇଛି ।ଗାନ୍ଧୀ କଲେଜ୍ର ଛାତ୍ରୀ ସୌମ୍ୟା ସୁରଭି ଏଥିବାର ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୧% ଅଙ୍କ ଅର୍ଜନ କରି କ୍ଲାସରେ ଟପ୍ କରିଛନ୍ତି । ସେ ନିଜ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି କଲେଜର ଗର୍ବ ବଢ଼ାଇଛନ୍ତି ।କଲେଜ ପ୍ରଶାସନ ଓ ଶିକ୍ଷକମାନେ ସୌମ୍ୟାଙ୍କ ଏହି ସଫଳତା ଉପରେ ଗର୍ବ ବ୍ୟକ୍ତ କରିଛନ୍ତି ଓ ତାଙ୍କର ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସୌମ୍ୟା କହିଛନ୍ତି ଯେ ତାଙ୍କର ସଫଳତାର ଶ୍ରେୟ ସେ ତାଙ୍କ ଅଭିଭାବକ, ଶିକ୍ଷକମାନେ ଓ ନିୟମିତ ଅଧ୍ୟୟନକୁ ଦିଅଛନ୍ତି ।
ଗାନ୍ଧୀ କଲେଜ୍ର ଛାତ୍ରଛାତ୍ରୀମାନେ ଦେଖାଇଥିବା ମେହନତ ଓ ଶିକ୍ଷକମାନଙ୍କ ସଠିକ୍ ନିର୍ଦ୍ଦେଶନା ଫଳସ୍ୱରୂପ ଏହି ଫଳାଫଳ ଆସିଛି । ଏହି ସଫଳତା ଦ୍ୱାରା କଲେଜର ଗୌରବ ବଢ଼ିଛି ଓ ଆଗାମୀ ଦିନରେ ଆହୁରି ଭଲ ପରିଣାମର ଆଶା ରହିଛି ।
ବ୍ୟୁରୋ ରିପୋର୍ଟ AKN NEWS


