ଓଡିଶା ଖବର

କୁଳାଧୀକାରୀ ସ୍ଵର୍ଗତ ତ୍ରିଭୁବନ ପ୍ରଧାନ ଙ୍କୁ ଶ୍ରଦ୍ଧାଞ୍ଜଳୀ.

ଭବାନୀପାଟଣା/ କଳାହାଣ୍ଡି(AKN NEWS): କୁର୍ମି କ୍ଷତ୍ରିୟ ଅଞ୍ଚଳ ସଂସ୍ଥା ପକ୍ଷରୁ ସ୍ଵର୍ଗତ ତ୍ରିଭୁବନ ପ୍ରଧାନ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ସଭା ସ୍ଥାନୀୟ ତୁଳସୀ ନଗର ସ୍ଥିତ ସାମାଜ ଭବନ ରେ ଅନୁଷ୍ଠିତ ହୋଇ ଯାଇଛି.ଅଞ୍ଚଳ କମିଟି ସମ୍ପାଦକ ଭାବଗ୍ରାହୀ ନାୟକ ଙ୍କ ଆବାହକତ୍ବରେ ଅନୁଷ୍ଠିତ ସଭାରେ ସଭାପତି ଅଶ୍ୱିନୀ ପ୍ରଧାନ ଅଧ୍ୟକ୍ଷତା କରିଥିଲେ. ଗଙ୍ଗାଧର ପ୍ରଧାନ, ସିଦ୍ଧାର୍ଥ ନାୟକ, ସନ୍ତୋଷ ପ୍ରଧାନ,କୃଷ୍ନ ଚନ୍ଦ୍ର ପ୍ରଧାନ, ମହେଶ୍ଵର ପ୍ରଧାନ, ପରକ୍ଷିତ ବିଶ୍ଵାଳ, ଦେବରାଜ ପ୍ରଧାନ, ସମ୍ପୂର୍ଣ୍ଣ ପ୍ରଧାନ, ଅମିତ୍ ନାୟକ, ରାମ ଚନ୍ଦ୍ର ପ୍ରଧାନ, ପ୍ରତାପ ପ୍ରଧାନ, ସୀତାକାନ୍ତ ପ୍ରଧାନ, ଶିବ ପ୍ରଧାନ,ସୁରେନ୍ଦ୍ର ନାୟକ, ନବୀନ ନାୟକ ,ଶିବ ରାମ ପ୍ରଧାନ, ସୁବାଷ ପ୍ରଧାନ, ପ୍ରମୂଖ ଶୋକ ବ୍ୟକ୍ତ କରି ସ୍ମୃତି ଚାରଣ କରି ଅମର ଆତ୍ମାର ସଦ୍ଗତି କାମନା କରିଥିଲେ. ସେହିପରି ରାଧାକୃଷ୍ଣ ମନ୍ଦିର ପରିସରରେ. ପୁରୁଣା ପଡା ମନ୍ଦିର ସମୂହ ସମନ୍ଵୟ କମିଟି ପକ୍ଷରୁ ସଭାପତି ଇନ୍ଦ୍ରଜିତ୍ ମହାଖୁଡ ଙ୍କ ଆବାହକତ୍ବରେ ସ୍ଵର୍ଗତ ପ୍ରଧାନ ଙ୍କ ଶ୍ରଦ୍ଧାଞ୍ଜଳୀ ସଭା ରେ ମନ୍ଦିର ଟ୍ରଷ୍ଟୀ ସଭାପତି କୈଳାଶ ପ୍ରଧାନ ମୁଖ୍ୟ ଅତିଥି , ମନ୍ଦିର ଟ୍ରଷ୍ଟୀ ସଦସ୍ୟ ନିରଞ୍ଜନ ପ୍ରଧାନ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଗଙ୍ଗାଧର ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ତାଙ୍କ ସ୍ମୃତି ଚାରଣ କରିଥିଲେ. ସେହିପରି ଭୋଇଗୁଡା ଧବଳେଶ୍ଵର ମନ୍ଦିର ଠାରେ ମଧ୍ଯ ସଚ୍ଚିଦାନଁଦ ମହାଖୁଡ ଙ୍କ ଅଧ୍ୟକ୍ଷତାରେ ସ୍ଵର୍ଗତ ପ୍ରଧାନ ଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଟିତ ଥିଲା। ସ୍ଵର୍ଗତ ପ୍ରଧାନ ଏକାଧାରରେ ଶିକ୍ଷକ, ସଂଗଠକ, କଳାକାର ଥିଲେ. ସେ କୁର୍ମି କ୍ଷେତ୍ରୀୟ ସଂସ୍ଥା ର କୁଳାଧୀକାରୀ ଦିର୍ଘ ବର୍ଷ ଧରି ଥିଲେ. ତାଙ୍କ ମୃତ୍ୟୁରେ କୁର୍ମି ସମାଜ ର ଅପୂରଣୀୟ କ୍ଷତି ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!