ଓଡିଶା ଖବର

ଖୋଲମ୍,ଖୋଲା ବେଆଇନ୍ ପଥର ଖଣି ଖନନ ଓ ଲୁଟ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ।

ବଲାଙ୍ଗୀର/ଟିଟିଲାଗଡ,(AKN NEWS):ଖୋଲା, ଖୋଲି ସରକାରୀ ନିୟମ ର ଖିଲାପ କରି ଖଣି ଖନନ ଓ ଲୁଟ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ସରକାରୀ ଭାବେ ବଲାଙ୍ଗୀର ଜିଲ୍ଲା ର ବିଭିନ୍ନ ଅଞ୍ଚଳ ଗୁଡିକ ରେ ବିଭିନ୍ନ ଟ୍ରାକ୍ଟର, ହାଇୱା,ଡମ୍ପର ଚଳାଚଳ ବ୍ୟବସ୍ଥା ଏବେ ଏକ ପ୍ରକାର ଠପ୍ ହୋଇଯାଇଛି । ଖଣି ବିଭାଗ ତଥା ଅନ୍ୟ ବିଭାଗୀୟ ଅଧିକାରୀ ଙ୍କ ଚଢ଼ାଉ ସହ ଗାଡ଼ି ପିଛା ଲକ୍ଷ, ଲକ୍ଷ ଟଙ୍କା ର ଫାଇନ ଆଦାୟ କରା ଯାଉଛି । ମୋଟା ଅଙ୍କର ଅର୍ଥ ଫାଇନ ଦେବା ଭୟରେ ଗାଡ଼ି ମାନ ଠିକ୍ ଭାବରେ ନ ଚଳାଉ ଥିବା ବେଳେ ଅନେକ ଶ୍ରମିକ ରାଜ୍ୟ ବାହାର କୁ ଦାଦନ ଶ୍ରମିକ ଭାବେ ଯିବାକୁ ବାଧ୍ୟ ହୋଇ ଆସିବା ଓ କେନ୍ଦ୍ର ସରକାରଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଏହି ଚଢ଼ାଉ ଯୋଗୁଁ ଠପ୍ ହୋଇଯାଇଛି । ବାଲି ଅବା ପଥର ଆଦି ବିଭିନ୍ନ ସାମଗ୍ରୀ ଠିକ୍ ଭାବେ ନ ପାଇ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସାର ହେଉଛି । ସେହିପରି ନୂତନ ଯୋଗ୍ୟ ହିତାଧିକାରୀ ଏହି ଦର୍ ବୃଦ୍ଧି ଓ ଗୃହ ଉପକରଣ ସାମଗ୍ରୀ ଅଭାବ ଯୋଗୁଁ ଏହି କାର୍ଯ୍ୟ ଆରମ୍ଭ କରିବା ରେ ଅସମର୍ଥ ହେଉଛନ୍ତି । ଏ ନେଇ ଜିଲ୍ଲା ମାଇଁନି ବିଭାଗ ଅଧିକାରୀ ଆଗାମୀ ଦିନରେ ସରକାର ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିବା ସହ ଟିଟିଲାଗଡ ଥାନା ଅନ୍ତର୍ଗତ ଦେସିଲ ଗ୍ରାମ ରେ ଏକ ବିରାଟ ପଥର କ୍ୱାରି ଡ଼ିର୍ଘ୍ ଦିନ ଧରି ଖଣି ମାଫିଆ ମିଳିତ ଭାବେ ବିସ୍ପୋରଣ କରିବା ସହ ଖଣି ଲୁଟ କରି ଚାଲିଥିବା ଅଭିଯୋଗ ହୋଇଛି । ସେ ନେଇ ଯଥାଶୀଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକାଶ କରିଛନ୍ତି ।

ରିପୋର୍ଟ, ସନ୍ତୋଷ କୁମାର ନାୟକAKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!