ସାହାଯ୍ୟ ଅପେକ୍ଷାରେ କୀଡୀନି ରୋଗୀ ମହେଶ୍ୱର ବେହେରା, ଖୋର୍ଦ୍ଧା ଜିଲ୍ଲା

ବିଦ୍ର :-ସହଯୋଗର ହାତ ବଢାନ୍ତୁ, ଆଉ କିଛିଦିନ ବଂଚିବାର ଆଶା ତାଙ୍କର ଯେପରି ମରିନ ଯାଉ l
(AKN NEWS):ବୋଲଗଡ଼ ବ୍ଳକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତ ସୀମାପଲ୍ଲୀ ଗ୍ରାମର ମହେଶ୍ୱର ବେହେରା(୬୫) ଆଜକୁ ଦୁଇ ବର୍ଷ ହେଲାଣି କିଡିନ୍ ରୋଗରେ ପଡିତ ଅଛନ୍ତି ଏମ୍ସ ମେଡ଼ିକାଲ ରେ ଗୋଟିଏ କିଡିନ୍ କାମ କରୁ ନଥିବାରୁ ତାକୁ ଅପରେଶନ କରି ବାହାର କରି ଦିଆଯାଇଛି। ଅନ୍ୟ କିଡିନ୍ ଟି ୧୭ଶତକଡ଼ା ଖରାପ ହୋଇଯାଇଛି ଯାହା ଫଳରେ ଜୀବନସହ ସଂଗ୍ରାମ କରୁଛନ୍ତି ମହେଶ୍ଵର। ଧାର ଉଦ୍ଧାର କରି ସେ ଏବେ ଭୁବନେଶ୍ୱର ଆଇ ଜି ସିକେ ମେଡିକାଲରେ ପରାମର୍ଶ ନେଇ ଓୗସଧ ବ୍ୟବହାର କରୁଛନ୍ତି ନିଜର ଥିବା bsky କାର୍ଡ ରେ ପ୍ରଥମ ବୃକକ ଅପରେସନ କରାଯାଇଥିଲା। କିନ୍ତୁ ମେଡ଼ିସିନ ମାସକୁ କୋଡିଏ ହଜାର ଟଙ୍କା ର କିଣିବାକୁ ପଡୁଛି ଡାକ୍ତର କହୁଛନ୍ତି ଯେଉଁ ବୃକକ ଟି ଅଛି ପ୍ରତିରୋପଣ କରିବାକୁ କିନ୍ତୁ ଆର୍ଥିକ ଅନାଟନ ରେ ସେ ଗତି କରୁଛନ୍ତି। ଏତେ ପଇସା କୋଉଠୁ ଆଣିବେ ଚିନ୍ତା ରେ ପରିବାର ୧୫କିଗ୍ରା ରାସନ ଚାଉଳ ସାହାଭରସା। ଜମି ଘର ବାଡି କହିଲେ ଭୂମିହୀନ ଅଟନ୍ତି । ସରକାରୀ ସ୍ତରରେ କଳାକାର ଦୁଇ ହଜାର ପାଉଛନ୍ତି ଯାହାକି ବହୁକଷ୍ଟରେ ନିଜର ଗୁଜୁରାଣ ମେଣ୍ଟାଉ ଛନ୍ତି ଘରେ ସ୍ତ୍ରୀ ଓ ଗୋଟିଏ ପୁଅ। ଗାଁ ରୁ ଏବଂ ବନ୍ଧୁବାନ୍ଧବଙ୍କ ଠାରୁ ସାହାଯ୍ୟ କିଛି ପଇସାରେ ସେ ଡାକ୍ତର ଦେଖାଉ ଛନ୍ତି। ଦୁଃଖ ଭରା କଣ୍ଠ ରେ ନିବେଦନ କରିଛନ୍ତି କେହି ସହୃଦୟ ବ୍ୟକ୍ତି ସାହାଯ୍ୟ ର ହାତ ବଢେଇଲେ କିଛି ଦିନ ବଞ୍ଚିବେ ବୋଲି କହିଛନ୍ତି ମହେଶ୍ୱର ।
ଯୋଗାଯୋଗ ନଂ-6372918408″
ନିବେଦନ :- ହାଡିବନ୍ଧୁ ଲେଙ୍କା, ଖୋର୍ଦ୍ଧା
Mob-9938802078
ହାଡିବନ୍ଧୁ ଲେଙ୍କା,AKN NEWS


