ଓଡିଶା ଖବର

କୁତୁର୍ଲା ଗାଁ ରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ

(AKN NEWS):ପାଟଣାଗଡ଼ ବ୍ଲକ ଲରମ୍ଭା ପଞ୍ଚାୟତ କୁତୁର୍ଲା ଠାରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ କଲ୍ୟାଣ ସଂଘ ର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଟ ଅଫ ଲିଭିଙ୍ଗ କାର୍ଯ୍ୟକ୍ରମରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପଠନ , ଲିଖନ ଆଦି ସାମଗ୍ର ମାନ ବଣ୍ଟନ କରିଥିଲେ। ୨୦୧୩ ମସିହା ମେ’ ୧୭ ତାରିଖରୁ କିଟ୍ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଯୁଗାନ୍ତ କାରୀ ପଦକ୍ଷେପ ତଥା ସମାଜରେ ଏକ ଭିନ୍ନ ଚିନ୍ତାଧାରା ସୃଷ୍ଟି କରିଥିବା ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଚଳିତ ବର୍ଷ କିପରି ଦେଶ ବିଦେଶ ହେଉ ଅବା ଗାଁ ଗହଳିରେ ଉତ୍ସାହର ସହିତ ପାଳନ କରାଯାଇଛି ଏବଂ ଆର୍ଟ ଅଫ ଗିଭିଙ୍ଗ ଉଦ୍ଦେଶ୍ୟ ଏବଂ ମୂଳ ଲକ୍ଷ୍ୟ ସମ୍ପର୍କରେ ସାଂସଦ ଶ୍ରୀ ବିଶି ଆଲୋକପାତ କରିଥିଲେ । ନିଜ ସକ୍ଷମ ଅନୁଯାୟୀ ସର୍ବଦା ପାତ୍ରରେ ଦାନ ଭଳି କରି ସେବା ଦେବାରେ ଆନନ୍ଦ ନେବା ସହିତ ସେବା କରି ଅନ୍ୟ ମୁହଁରେ ହସ ଫୁଟାଇବା ପାଇଁ ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଛାତ୍ର ଛାତ୍ରୀ, ଗ୍ରାମବାସୀ ମାନେ ବହୁ ସଂଖ୍ୟାରେ ସାମିଲ ହେବା ସହିତ ଏଭଳି ଏକ ମହତ୍ କାର୍ଯ୍ୟକ୍ରମର ମୂଳ ଦୁଆ ପକାଇଥିବା ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!