ଅଖିଳ ଭାରତୀୟ ସାହିତ୍ୟ ପରିଷଦର କାର୍ଯ୍ୟକର୍ତ୍ତା ସମ୍ମିଳନୀ

(AKN NEWS):ସାହିତ୍ୟ ଜାଣେ ନାହିଁ ଆପଣାପର। ସାହିତ୍ୟ କେବଳ ଯୋଡ଼ିବାର କାମ କରିଥାଏ। ସଂସ୍କୃତି ଓ ସଂସ୍କାରର ପ୍ରଚାର କରେ ସାହିତ୍ୟ। ସାଧାରଣ ଲୋକ ବୁଝିପାରୁଥିବା ଭଳି ଭାଷାର ସର୍ଜନା ଲେଖାର ସାର୍ଥକତା ବଢାଏ। ସମ୍ପ୍ରତି ଅନୂଦିତ ସାହିତ୍ୟର ବେଶ ଗୁରୁତ୍ୱ ଅଛି ବୋଲି ଅଖିଳ ଭାରତୀୟ ସାହିତ୍ୟ ପରିଷଦର,କଳାହାଣ୍ଡି ଓ କୋରାପୁଟ ବିଭାଗର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅବସରରେ ମତ ପ୍ରକାଶ ପାଇଛି। ପରିଷଦର କଳାହାଣ୍ଡି ଜିଲ୍ଲା ସଭାପତି ଜଗଦୀଶ୍ୱର ମୁଣ୍ଡଙ୍କ ପୌରୋହିତ୍ୟରେ ଭବାନୀପାଟଣାସ୍ଥ ପ୍ରଦକ୍ଷଣ ଗୃହ ପରିସରରେ ଅନୁଷ୍ଠିତ ଏଇ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସହ ସଙ୍ଗଠନ ମନ୍ତ୍ରୀ ମାନନୀୟ ମନୋଜ କୁମାରଜୀ, କ୍ଷେତ୍ର ସଂଗଠନ ମନ୍ତ୍ରୀ ନାରାୟଣ ନାୟକ ଓ ପ୍ରାନ୍ତ ସମ୍ପାଦକ ରାମକୃଷ୍ଣ ତ୍ରିପାଠୀ ଯୋଗ ଦେଇଥିଲେ l କଳାହାଣ୍ଡି ଜିଲ୍ଲା ସଂଯୋଜକ ମନୋଜ କୁମାର ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ପ୍ର. ରଘୁନାଥ ଓଝା, ସଦସ୍ୟ ଦେବୀ ପ୍ରସାଦ କର, ଭବାନୀ ଶଙ୍କର ଦାଶ, ଏମ. ବାଲ ମୁରଳୀକୃଷ୍ଣ, ଧବଳେଶ୍ୱର ପାତ୍ର, ଖଗେଶ୍ୱର ବାଗ, ଭଗତ ରାମ ଶବର, ଡ. ସୂର୍ଯ୍ୟ ନାରାୟଣ ପଣ୍ଡା, ସୁଦେଷ୍ଣ|ପଣ୍ଡା, ରମେଶ ଚନ୍ଦ୍ର ସାହୁ, ବିରଞ୍ଚି ନାରାୟଣ ମୁଣ୍ଡ ପ୍ରମୁଖ ଅନୂଦିତ ସାହିତ୍ୟ, ଭାଗବତ ଜୟନ୍ତୀ, ଗୁରୁ ପୂର୍ଣ୍ଣିମା, ବର୍ଷ ପ୍ରତିପଦା ଓ ମକର ସଂକ୍ରାନ୍ତି ସାହିତ୍ୟ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ କେତେକ ଦାୟିତ୍ଵ ଘୋଷଣା କରାଯାଇଥିଲା l ଶାନ୍ତି ମନ୍ତ୍ର ସହ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା।
ବ୍ୟୁରୋ ରିପୋର୍ଟ AKN NEWS


