ନାକେ ଦମ କରିସାରିଲେଣି ୩୫ଟିକିଆ ହାତୀ ପଳ

ମୁରିବାହାଲ(AKN NEWS):ଦୀର୍ଘ ୫ମାସ ହେବ ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଜଙ୍ଗଲ ଅଞ୍ଚଳରେ ଆସି ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ବହୁ ଗାଁରେ ଉପଦ୍ରବ କରୁଥିବା ଜଣାପଡିଛି।ଏହି ହାତୀପଲ ଜଏଁତରା,ଚଳକୀ,ନୂଆଁମୁଣ୍ଡା,ବାନ୍ଦୂପଲା,ଘୁଷୁରାମୁଣ୍ଡା,ବାରବନ୍ଧ, ମୁରିବାହାଲ, କେରମେଲା ଗ୍ରାମ ସମେତ ବହୁ ଜଙ୍ଗଲ ଅଞ୍ଚଳରେ ଆସି ରହିଯାଇଛନ୍ତି।
ଶୁକ୍ରବାର ରାତିରେ ଏହି ୩୫ଟିକିଆ ହାତୀପଲ ଜଙ୍ଗଲ ଭିତରୁ ବାହାରି ହଳଦୀ ପଞ୍ଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମର ଚାଷୀ ସୁଦର୍ଶନ ମାହାକୁରଙ୍କ ୨ଏକର ଡ଼ାଳୁଅ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି।ହାତୀପଲ ଚାଷୀ ଯାହା ଭରସାରେ ଜମିରେ ଧାନ ଫସଲ କରିଥିଲେ ସେହି ସୋଲାର ପମ୍ପକୁ ମଧ୍ୟ ଭାଙ୍ଗିରୁଜି ଦେଇଥିଲେ।ଚାଷୀଙ୍କ ଦୁଇ ଏକର ଧାନ ଫସଲ ମଧ୍ୟ ନଷ୍ଟ କରିଦେଇଥିଲେ ! ଧାନ ଫସଲ ନଷ୍ଟ କରି ଜଙ୍ଗଲ ଭିତରକୁ ଚାଲିଯାଇଥିବା ଏହି ହାତୀପଲ ପୁଣି ଶନିବାର ସନ୍ଧ୍ୟାରେ ତେନ୍ତୁଳିଖୁଣ୍ଟି ଗ୍ରାମ ପାଖକୁ ପହଞ୍ଚି ଯାଇଥିବା ଚାଷୀମାନେ ଅଭିଯୋଗ କରିଥିଲେ କିନ୍ତୁ ଆଜି ସେହି ୩୫ଟିକିଆ ହାତୀ ପଲ ତେନ୍ତୁଳୀଖୁଣ୍ଟି ଗ୍ରାମ ଦେଇ ମଧ୍ୟ୍ୟ ରାତ୍ରି ରେ ଡ଼ଙ୍ଗାବାଞ୍ଜି ପାଖରେ ଥିବା ଏକ ଆମ୍ବ ବଗିଚାରେ ପଶି ଉପଦ୍ରଵ କରିଥିବାର ମଧ୍ୟ ସୂଚନା ମିଳିଛି ପରେ ସେହି ହାତୀ ପଲ ପାଖ ଜଙ୍ଗଲ ବେଲ ବାଞ୍ଜି ପାଖ ଦେଇ ବିଭିନ୍ନ ଆମ୍ବ ବାଡ଼ି ରେ ପଶି ଅନେକ ଗଛ ଉପାଡି ଦେବା ସହ ବହୁତ କ୍ଷୟକ୍ଷତି କରିଥିବାର ଦୃଶ୍ୟ ମଧ୍ୟ ସାମ୍ନା କୁ ଆସିଛି ! ଜଙ୍ଗଲ ଆଖପାଖ ରେ ଥିବା ବିଭିନ୍ନ ଗାଁ ର ଲୋକ ମଧ୍ୟରେ ଏବେ ଭୟ ର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସମ୍ପୂର୍ଣ ହାତୀ ପଲ ଏବେ ଦୂର ଜଙ୍ଗଲ ରେ ଥିବାର ସୂଚନା ମିଳିଛି ! ବନବିଭାଗ ପକ୍ଷରୁ ସମସ୍ତଙ୍କୁ ଏବେ ଜଙ୍ଗଲ ନ ଯିବାକୁ ବାରଣ କରା ଯାଇଛି !!
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


