ଓଡିଶା ଖବର

କୃଷ୍ଣ ପ୍ରସାଦ ଗଡରେ ଚନ୍ଦନ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି ।

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ କୃଷ୍ଣ ପ୍ରସାଦ ଗଡ ରାଜବାଟି ପରିସର ମଧ୍ୟରେ ପାରିକୁଦ ରାଜା ଶ୍ରୀ ଶ୍ରୀ ସନ୍ତୋଷ ଚନ୍ଦ୍ର ମାନସିଂହ ଙ୍କ ପ୍ରତ୍ୱେକ୍ଷ ତତ୍ତ୍ଵାବଧାନରେ ଏବଂ ପାଞ୍ଚ ମୌଜା କମିଟି ଦ୍ଵାରା ଆୟୋଜିତ ଚନ୍ଦନ ଯାତ୍ରା ଉତ୍ସବ ଆଜକୁ ପ୍ରାୟ ଦୁଇଶହ ବର୍ଷରୁ ଉର୍ଦ୍ଧ ହେବ ଚାଲୁ ରହିଛି । ଏବଂ ଚଳିତ ବର୍ଷ ପାଞ୍ଚ ଦିନ ଧରି ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।ଇପିଙ୍ଗ ସ୍ଥିତ ଜଗନ୍ନାଥଙ୍କ ମନ୍ଦିରରୁ ଏବଂ ରାଜବାଟି ମଧ୍ୟରେ ଥିବା ଶ୍ରୀ ଶ୍ରୀ ମଦନ ମୋହନ ଦେବଙ୍କୁ ପାଟ ପଟୁଆର ସହିତ ନୀଳକଣ୍ଠଶ୍ୱର ଙ୍କ ମନ୍ଦିର କୁ ଆଣିବା ପରେ ରାଜ ପୁରହିତ ଶ୍ରୀଯୁକ୍ତ କମଳ ଚନ୍ଦ୍ର ଦେବତା ଶ୍ରୀ ଜଗନ୍ନାଥ ପରିଚାଳନା କମିଟି ପରିଚାଳକ ଶ୍ରୀଯୁକ୍ତ ନୀଳକଣ୍ଠ ତ୍ରିପାଠୀ ,ପୂଜକ ପ୍ରସନ୍ନ କୁମାର ପଣ୍ଡାଙ୍କ ଦ୍ଵାରା ଯଥା ବିଧି ପୂଜା ଅନୁଷ୍ଠିତ କରାଯାଇ ମହାଦେବଙ୍କ ପୁଷ୍କରିଣୀରେ ଚାପ ଖେଳ ନୀତି ଆରମ୍ଭ କରାଯାଇଥିଲା । ଏଥି ସହିତ ଯାତ୍ରା ଜଗତର ବହୁ ନାମିଦାମୀ ଯାତ୍ରା ପାର୍ଟି ଆସି ଯାତ୍ରା ପରିବେଷଣ କରିଥାନ୍ତି ।ଏବଂ ଏହି ଅନୁଷ୍ଠାନ କୁ ପାଞ୍ଚ ମୌଜା କମିଟି ସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା ଓ ସମ୍ପାଦକ ଶ୍ରୀଯୁକ୍ତ ଈଶ୍ୱର ପଳେଇ ଙ୍କ ସମେତ କମିଟି ର ସମସ୍ତ ସକ୍ରିୟ ସଭ୍ୟ ମାନଙ୍କ ସହଯୋଗରେ ଅନୁଷ୍ଠାନର କାର୍ଯ୍ୟକ୍ରମ ସୁଚାରୂପେ ସମ୍ପାଦନ ହୋଇଥିଲା ।

କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!