ଏକ ନିଆରା ଢଙ୍ଗରେ ବିଜନ ର ଜନ୍ମ ବାର୍ଷିକ ଉତ୍ସବକୁ ପାଳନ କରାଯାଇଛି ।

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ଗିଲିନାଶି ଗ୍ରାମର ଯୁବ କବି ଶ୍ରୀଯୁକ୍ତ ଗଗନ ବିହାରୀ ପ୍ରଧାନ ଏକ ନିଆରା ଢଙ୍ଗରେ ପୁତ୍ରର ଜନ୍ମ ବାର୍ଷିକ ଉତ୍ସବକୁ ପାଳନ କରିଛନ୍ତି ।ଗତ ତା.୨୦-୦୫-୨୦୨୫ ରିଖ ମଙ୍ଗଳ ବାର ଦିନ ପ୍ରାତଃ ସମୟରେ ଧର୍ମପତ୍ନୀ ମହେଶ୍ୱତା ସହ ପୁତ୍ର ବିଜନକୁ ନେଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ । ମଧ୍ୟାହ୍ନ ସମୟରେ ସତ୍ୟ ନାରାୟଣଙ୍କ ପୂଜା ପାଲା କରିବା ସହିତ , ଆମ ପୁସ୍ତକ ମେଳା ଦ୍ଵାରା ଆୟୋଜିତ ଆଧ୍ୟାତ୍ମିକ କବିତା ଆସର ଏବଂ ଏକ ଶିଶୁ ସାହିତ୍ୟ ପତ୍ରିକା ପୁସ୍ତକ ଉନ୍ମୋଚନ ହୋଇଥିଲା । ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ଶ୍ରୀଯୁକ୍ତ ସଦାନନ୍ଦ ଗୌଡ ଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଓ ସମ୍ମାନିତ ଅତିଥି ଭାବେ କନ୍ଦାଖାଇ କଲେଜର ପ୍ରାକ୍ତନ ଅଧକ୍ଷ ଶ୍ରୀଯୁକ୍ତ ନୀଳକଣ୍ଠ ତ୍ରିପାଠୀ ଯୋଗଦେଇଥିଲେ ଏବଂ ଆମ ପୁସ୍ତକ ମେଳା ସମ୍ପାଦକ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ଦଳେଇ ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ବିଦ୍ୟାଧର ପ୍ରଧାନ କବିତା ସଂଯୋଜନା କରିଥିଲେ ଏବଂ କୃଷ୍ଣ ପ୍ରସାଦ ବ୍ଲକର ବିଭିନ୍ନ ଗ୍ରାମରୁ ବହୁ କବି ଓ କବୟିତ୍ରୀ ଉପସ୍ଥିତ ରହି କବିତା ପାଠ କରିବା ସହିତ ଆସର ର ଶୋଭା ବର୍ଦ୍ଧନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁବ ସାମ୍ବାଦିକ ଓ କବି ଶ୍ରୀଯୁକ୍ତ ମନୋଜ କୁମାର ବାରିକ , ଡକ୍ଟର ବସନ୍ତ କୁମାର ନାୟକ, ପ୍ରମ୍ ଚାନ୍ଦ ପାତ୍ର, ଶରତ ଚନ୍ଦ୍ର ବାରୀକୀ , ରାଧାଶ୍ୟାମ ବିଶ୍ଵାଳ, ଶିକ୍ଷକ ବିଭୂତି ହରିଚନ୍ଦନ, ସମେତ 30 ରୁ ଉର୍ଦ୍ଧ କବି ଯୋଗଦେଇଥିଲେ । ଏବଂ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୁତ୍ରର ଜନ୍ମ ବାର୍ଷିକ ଉତ୍ସବ ପାଳନ କରିଥିବାରୁ ଗଗନଙ୍କୁ ଅନେକ ବିଦ୍ୱାନ ବ୍ୟକ୍ତି ମାନେ ପ୍ରଶଂସା କରିଛନ୍ତି । ପରି ଶେଷରେ ଆୟୋଜକ ଶ୍ରୀ ଶ୍ରୀଯୁକ୍ତ ଗଗନ ବିହାରୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ ।।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS


