ଓଡିଶା ଖବର

ନିଖିଳ ଉତ୍କଳ ବାରିକ ସଂଘ କୃଷ୍ଣ ପ୍ରସାଦ ବ୍ଲକ ତରଫରୁ ଏକ ଗୁରୁତ୍ଵ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ପାରିକୁଦ ର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ କମାଳେଶ୍ୱର ଦେବଙ୍କ ପରିସର ମଧ୍ୟରେ ନିଖିଳ ଉତ୍କଳ ବାରିକ ସଂଘ ର ଏକ ଜରୁରୀ କାଳୀନ ବୈଠକ ଶ୍ରୀଯୁକ୍ତ ଅଭିମନ୍ୟୁ ବାରିକଙ୍କ ସଭାପତିତ୍ବରେ ତା.୨୧-୦୫-୨୦୨୫ ରିଖ ବୁଧବାର ଦିବା. ୧୧ଘଟିକା ସମୟରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା ।ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବେହେରା ସଭା ପରିଚାଳନା କରିଥିବା ବେଳେ କୃଷ୍ଣ ପ୍ରସାଦ ବ୍ଲକ ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ବାରିକ ସଂଘ ର ଦୃଢ଼ି କରଣ ଏବଂ ଗୋତି ପ୍ରଥା କୁ ଉଚ୍ଛେଦ କରିବା ଦିଗରେ କଥା ରଖିଥିଲେ । ଏଥି ସହିତ ସଂଘର ସଭାପତି ,ସମ୍ପାଦକ ଏବଂ ସମସ୍ତ ସଦସ୍ୟ ମାନେ ସରକାରଙ୍କୁ ନିବେଦନ କରିଛନ୍ତି କି ନିଖିଳ ଉତ୍କଳ ବାରିକ ସଂଘ କୃଷ୍ଣ ବ୍ଲକର ସମସ୍ତ ସଦସ୍ୟ ମାନଙ୍କୁ ପ୍ରମାଣ ପତ୍ର ସହିତ ସମ୍ପୂର୍ଣ ନିର୍ମାଣ ଏକ କମିଟି ଗୃହ ଯୋଗାଇ ଦେବା ପାଇଁ ।ତତ୍ ସହିତ ସଂଘର ନାମ ପଞ୍ଜି କରଣ କରିବା ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏହି ବୈଠକରେ କୃଷ୍ଣ ପ୍ରସାଦ ବ୍ଲକ ରୁ ପ୍ରାୟ ଶହେ ରୁ ଉର୍ଦ୍ଧ ସଦସ୍ୟ ଯୋଗ ଦେଇଥିଲେ । ଏବଂ ପରିଶେଷରେ ସଂଘର ବ୍ଲକ ସ୍ତରୀୟ ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ବାରିକ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ ।

କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!