“ଶିକ୍ଷା ଓ ସାହିତ୍ୟ ତଥା ସମାଜ ସେବା ଓ ପରିବେଶ ପାଇଁ ଉତ୍ସର୍ଗୀକୃତ ବ୍ୟକ୍ତିତ୍ଵ ଟିଏ ସୁବାସ ନାୟକ”

(AKN NEWS):ଓଡ଼ିଶାର ସାରସ୍ଵତ ଜଗତରେ ମାଟି ପୁତ୍ର ଭାବରେ ପରିଚିତ ସୁବାସ ଚନ୍ଦ୍ର ନାୟକ ଷଷ୍ଠ ଶ୍ରେଣୀ ଅଧ୍ୟୟନ ବେଳରୁ କବିତା ଲେଖିବା ଆରମ୍ଭ କରିବା ସହିତ ଗାଁ ରାସ୍ତା ତିଆରି କରିବାରେ ଛାତ୍ରଙ୍କ ନେତୃତ୍ୱ ନେଇ ଚର୍ଚ୍ଚାକୁ ଆସିଥିଲେ । ସେ ନିଜ ଗାଁ ରେ କେବଳ ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦାନ ବ୍ୟବସ୍ଥା ଥିବାରୁ ଷଷ୍ଠକୁ ଗରିବ ପିଲା ମାନେ ନ ଯାଇ ଡ୍ରପ ଆଉଟ୍ ହେଉ ଥିବାରୁ କିଶୋର ସୁବାସଙ୍କ ମନରେ ଗ୍ଲାନି ଭାବ ଆସିଥିଲା ।ସେଥି ପାଇଁ ସେହି ଦିନ ତାଙ୍କ ଗ୍ରାମ ଓ ଅଞ୍ଚଳରେ ଉଚ୍ଚ ଶିକ୍ଷାର ପ୍ରସାର ପାଇଁ ମନ ବଳି ଥିଲା ।
ସେଥି ପାଇଁ ସେ କଲେଜ ପଢ଼ୁ ଥିବା ବେଳୁ ନିଜ ଗ୍ରାମ ପଞ୍ଚାୟତରେ ନଦୀ ପରିବେଷ୍ଠିତ ଗୟାମାଲ ସାହିରେ ଚାଟଶାଲି ଖୋଲି ଅବୈତନିକ ପାଠ ପଢାଉ ଥିଲେ , ପରେ ସରକାର ସେଠାରେ ଏକ ପ୍ରାଥମିକ ସ୍କୁଲ ସ୍ଥାପନ କଲେ ।ପୁଣି ତାଙ୍କରି ଉଦ୍ୟମରେ ନିଜ ଗ୍ରାମର ଏକ ସାହି ବୀଜାଡିହିରେ ପ୍ରାଥମିକ ସ୍କୁଲ ଦୁଇ ଟି ସ୍ଥାପନ କରି ଥିଲେ ,ଯାହାକି ଆଜି ମଧ୍ୟ ଚାଲୁ ଅଛି ।ନିଜ ଗ୍ରାମରେ ଡ୍ରପ ଆଉଟ୍ ସମସ୍ୟା ଦୂର କରିବାକୁ ତାଙ୍କ ମାତାମହି ସୀତା ନାୟକ ଙ୍କ ସ୍ମୁତି ରେ ଏମ ଇ ସ୍କୁଲ୍ ଟିଏ ସ୍ଥାପନ କରିଥିଲେ ,ଯାହା କି ପରେ ସରକାରୀ ପ୍ରୋଜେକ୍ଟ ସ୍କୁଲ ରେ ସାମିଲ ହୋଇ ଯାଇଛି । ଏହା ପରେ ପଡୋଶୀ ହାଡିପାଲି ଗ୍ରାମ ପଞ୍ଚାୟତ ର ସଦର ମହକୁମାରେ ଏମ. ଇ. ସ୍କୁଲଟିଏ ସ୍ଥାପନରେ ମୁଖ୍ୟ ଭୂମିକା ନେଇଥିଲେ ।ଏହି ଅନୁଭୂତିକୁ ନେଇ ଜମନକିରା ବ୍ଲକ ସଦର ମହକୁମା ରେ ତତ୍ କାଳୀନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ମାଝୀଙ୍କ ସହ ମିଶି ଏକ କଲେଜ୍ ସ୍ଥାପନ କରି ପାରିଥିଲେ ।ଏହାପରେ ନିଜ ଗ୍ରାମ ପଞ୍ଚାୟତ କୁଟୁରାଚୁଆଁରେ ଯୁକ୍ତ ଦୁଇ କଲେଜ ସ୍ଥାପନ କରି ନିଜେ ଅଧ୍ୟକ୍ଷ ଭାବରେ ତିରିଶ ବର୍ଷ ନାମକୁ ମାତ୍ର ଦରମା ଓ ଶେଷରେ ବ୍ଲକ ଗ୍ରାଣ୍ଟ ନେଇ ଅବସର ନେଇଛନ୍ତି ।ସେ ସହସ୍ରାଧିକ ମଣିଷ ଗଢି ପାରିଛନ୍ତି । ଏତତ୍ ବ୍ୟତୀତ ଫାଶୀମାଲ୍,ଭୋଜପୂର, ବାଘମରା,ପଡିଆବାହାଲ, ମୁରା ଆଦିରେ କଲେଜ୍ ସ୍ଥାପନ କରିବାକୁ ସକ୍ଷମ ହୋଇ ଥିବା ବେଳେ ଦେବଗଡ଼ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ତିଲେଇବଣି ବ୍ଲକର ଆଭ୍ୟନ୍ତରିଣ ଅଞ୍ଚଳ ଲୁଢର ଗ୍ରାମରେ ମଧ୍ୟ ଏକ ଯୁକ୍ତ ଦୁଇ କଲେଜ୍ ସ୍ଥାପନ କରିଛନ୍ତି ଯାହାକି ସେ ଅଞ୍ଚଳ ବାସୀ ସୁବାସ ନାୟକ ଉଚ୍ଚ ମାଧ୍ୟମିକ ସ୍କୁଲ ଭାବରେ ନାମିତ କରି ତାଙ୍କୁ ସମ୍ମାନିତ କରିଛନ୍ତି । ଏତଦ ବ୍ୟତୀତ ହା.ଇ. ସ୍କୁଲ ନ ଥିବା ଗ୍ରାମ ପଞ୍ଚାୟତ ଚନ୍ଦିନୀମାଲ, କୁଳେଇଗଡ , ଭାତପୁରା, ଘିଚାମୁରା, ଖଣ୍ଡୋକଟା,ସାହ୍ଲେଭାଡ଼ି , ଝରା ଗୋଗୁଆ, ଧୁଡ଼ିପାଲି , ବାଉରୀଗୋଡା, କୁଟାରିମାଲ ଆଦି ଗ୍ରାମରେ ଉଚ୍ଚ ବିଦ୍ୟାଳୟ ଖୋଲିବାକୁ ସକ୍ଷମ ହୋଇ ପାରିଛନ୍ତି । ଅବିଭକ୍ତ ସମ୍ବଲପୁର ଜିଲ୍ଲା ର ଭାତ ଲାଇଡ଼ା , କିଣ୍ଡରା, କୁଚିଣ୍ଡା ,କୁସୁମୀ , ସୁବର୍ଣ୍ଣ ପାଲି ,କେନ୍ଦେଇଯୁରି , ଉଲୁଣ୍ଡା , ଗହ୍ମପାଳି , ଲଇଡ଼ା, ସୋଲବଗା, ଅର୍ଡା ବାହାଲ ଆଦିରେ ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର ,ସରସ୍ଵତୀ ବିଦ୍ୟା ମନ୍ଦିରଉ ,ସି ବି ଏସ ସି ସ୍କୁଲ ଆଦି ଖୋଲି ପାରିଛନ୍ତି ।ସେ ଏହି ସବୁ ସ୍କୁଲରେ ପ୍ରାରମ୍ଭିକ ପର୍ଯ୍ୟାୟରେ ନିଜେ ଅବୈତନିକ ଶିକ୍ଷା ଦାନ କରି ଆସୁଥିଲେ ।କିନ୍ତୁ ଏବେ ଏହି ଶିକ୍ଷାନୁଷ୍ଠାନ ସହ ଶତାଧିକ ଶିକ୍ଷାନୁଷ୍ଠାନ ରେ ବିଭିନ୍ନ ଉତ୍ସବ , ବୃକ୍ଷ ରୋପଣ କରି ଏହି ସବୁ ଅଞ୍ଚଳ କୁ ସବୁଜ ସୁନ୍ଦର କରି ପାରିଛନ୍ତି । ବିଭିନ୍ନ ସ୍କୁଲ ର ହୀରକ ଜୟନ୍ତୀ ,ସ୍ଵର୍ଣ୍ଣ ଜୟନ୍ତୀ ବା ରୌପ୍ୟ ଜୟନ୍ତୀ ,ରକ୍ତ ଦାନ ଶିବିର ନିଶା ନିବାରଣ ଅଭିଯାନ ଆଦି ଅନୁଷ୍ଠିତ k କରି ପୁରାତନ ଛାତ୍ର ମାନଙ୍କୁ ମୂଳ ଅନୁଷ୍ଠାନ ସହିତ ସାମିଲ କରି ପାରୁଛନ୍ତି । ସେମାନଙ୍କୁ ଦେଶ ପ୍ରେମୀ ଭାବରେ ଗଢି ତୋଳି ପାରିଛନ୍ତି ।ସେହି ପୁରାତନ ଛାତ୍ର ମାନଙ୍କୁ ନେଇ ଲସା, ସମେତ କେତୋଟି ଗ୍ରାମକୁ ନିଶା ମୁକ୍ତ କରାଇ ପାରିଛନ୍ତି ।ଶତାଧିକ ପୁରାତନ ଛାତ୍ର ରକ୍ତ ଦାନାକୁ ନିଜେ ବ୍ରତ ଭାବରେ ଗ୍ରହଣ କରି ନେଇଛନ୍ତି । କରୋନା ସମୟରେ ବୁଲି ବୁଲି ସେ ଶିକ୍ଷାଦାନ କରିବା ଓ ଲୋକଙ୍କୁ ସାହାଯ୍ୟ କରି ଥିବା ସମସ୍ତେ ଜାଣନ୍ତି ,ଯାହା ଫଳରେ କି ସେ ମଧୁମେହ ରୋଗୀ ହୋଇଥିବାରୁ ସମସ୍ତ ସତର୍କତା ସତ୍ତ୍ୱେ ନିଜେ କରୋନା ରୋଗ ଗ୍ରସ୍ତ ହୋଇ ଚିକିତ୍ସା ପରେ ପୁନର୍ଜନ୍ମ ପାଇଥିଲେ ।
ରାଜ୍ୟ ତଥା ରାଜ୍ୟ ବାହାରର ଶତାଧିକ ପତ୍ର ପତ୍ରିକାରେ ନିୟମିତ କେଖୁ ଥିବା ସୁବାସ ବାବୁ ଙ୍କ ୨୯ ଟି ପୁସ୍ତକ ସୃଷ୍ଟି ଓ ସନ୍ଧାନ ,ଦୋ ଛକି ରାସ୍ତା,ହାତ କଡ଼ି, କଳା ଜାଇ,ଲମ୍ବା ବେନି ଓ ଉତ୍ତରି ଉପାଖ୍ୟାନ , ତୃତୀୟ ନୟନ ,ଚିନ୍ତା ଓ ଚିନ୍ତନ, ଗାଁଅଲି ହାଲ ,ଆଦି ଓଡ଼ିଆ ସାହିତ୍ୟ ଭଣ୍ଡାରର ଏକ ଏକ ସମ୍ପତ୍ତି ହୋଇ ପାରିଛି । ଦଳିତ କବିତା , ରୋମାଣ୍ଟିକ କବିତା, ନିର୍ଭୟା ଆଦି ସଙ୍କଳନ ନୂଆ ସାହିତ୍ୟିକ ସୃଷ୍ଟି କରି ପାରିଛନ୍ତି ।ପ୍ରତ୍ୟେକ ବର୍ଷ ପଶ୍ଚିମ ଧ୍ଵନି ,କବି ଓ କବିତା , ଆଠ ଓ କଥା କାର ଆଦି ପ୍ରକାଶ କରି ବହୁ ସାହିତ୍ୟିକ ଙ୍କୁ ଉତ୍ସାହିତ କରି ଆସୁଛନ୍ତି ।ଏବେ ନିଜ ଆତ୍ମ ଜୀବନୀ “ଦୋ ଛକି ମଣିଷ” ପ୍ରକାଶ ପାଇବାକୁ ଯାଉଛି । ଏଥି ସହ ତାଙ୍କ ପ୍ରଭାବ ରେ ପ୍ରଭାବିତ ହୋଇ ରାଜ୍ୟରେ ଶତାଧିକ ଯୁବ ଲେଖକ ଓ ଲେଖିକା ସାରସ୍ଵତ ବଡ଼ଦାଣ୍ଡରେ ପ୍ରତିଷ୍ଠିତ ହୋଇ ପାରିଛନ୍ତି । ଝାରସୁ ଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼ ,ବଲାଙ୍ଗୀର,କଟକ ଆଦି ଜିଲ୍ଲାରେ ଅନେକ ସାହିତ୍ୟ ସଂସଦ ପ୍ରତିଷ୍ଠା କରିବା ସହ ରାଜ୍ୟର ପ୍ରତ୍ୟେକଟି ଜିଲ୍ଲାର ସାରସ୍ଵତ ଉତ୍ସବକୁ ସେ ଆମନ୍ତ୍ରିତ ହୋଇ ଯାଇଥାନ୍ତି । ଝାରସୁଗୁଡ଼ା ଜିଲ୍ଲାର ସ୍ୱର ଝଙ୍କାର ସାହିତ୍ୟ ସଂସଦ, ରଘୁନାଥପାଳି, ସମଲେଶ୍ଵରୀ ସାହିତ୍ୟ ସଂସଦ, କୋଲାବିରା , ଝରଣା ସାହିତ୍ୟ ସଂସଦ,ଦେବଗଡ଼ ଜିଲ୍ଲାର ବାମଣ୍ଡା ସାହିତ୍ୟ ସଂସଦ, ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦ, ରାଧାକୃଷ୍ଣ ସାହିତ୍ୟ ସଂସଦ, ପତିତ ପାବନ ସାହିତ୍ୟ ସଂସଦ,,ନବ ଦିଗନ୍ତ ସାହିତ୍ୟ ସଂସଦ,ଦୂର ଦୁରନ୍ତ ସାହିତ୍ୟ ସଂସଦ ,ସମ୍ବଲପୁର ଜିଲ୍ଲା ର ଫାଲଗୁନି, ଗୁଦ ଗୁଦା ସାହିତ୍ୟ ସଂସଦ , ମୁକ୍ତେଶ୍ଵର ସାହିତ୍ୟ ସଂସଦ , ବରଗଡ଼ ଜିଲ୍ଲା ର ଆଞ୍ଚଳିକ ସାହିତ୍ୟ ସଂସଦ , ଅତାବିରା ,ବଲାଙ୍ଗୀର ଜିଲ୍ଲା ର ଢୋଲ ମହୁଲ,ଆଦି ସହିତ ସକ୍ରିୟ ରହି ସାରସ୍ଵତ ଆନ୍ଦୋଳନ କୁ ପ୍ରଭାବୀ ଢଙ୍ଗରେ ଆଗେଇ ନେଇ ପାରିଛନ୍ତି । କଟକ ର ପ୍ରତିଭା ପୂଜା ସଂସଦ ଓ କୁଚିଣ୍ଡା ର ପ୍ରତିଭା ବିକାଶ ଅଭିଯାନ ମାଧ୍ୟମରେ ସମଗ୍ର ଓଡ଼ିଶା ରେ ବହୁ ପ୍ରତିଭା ଙ୍କୁ ସାରସ୍ଵତ ବଡ଼ ଦାଣ୍ଡରେ ଛିଡ଼ା କରାଇ ପାରିଛନ୍ତି ।ଏହା ଦ୍ବାରା ସେ ଓଡ଼ିଆ ଭାଷା ଓ ସାହିତ୍ୟର ସେବାରେ ଜଣେ ଆଜନ୍ମ ଉତ୍ସର୍ଗୀକୃତ ହୋଇ ପାରିଛନ୍ତି ସେ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ରୁ ତିନି ଶତାଧିକ ସମ୍ମାନ ମଧ୍ୟ ପାଇ ପାରିଛନ୍ତି । ନିଜ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସହ ପରିବେଶ ସୁରକ୍ଷା କରି ସେ ନିଜେ ତିନି ଥର ପ୍ରକୃତି ବନ୍ଧୁ , ଦଶ ଜଣ ଅନୁଗାମୀ ଙ୍କୁ ବି ପ୍ରକୃତି ବନ୍ଧୁ ,ନିଜ ପ୍ରତିଷ୍ଠିତ ଅନୁଷ୍ଠାନ ଗୁଡ଼ିକୁ ପ୍ରକୃତି ମିତ୍ର ଓ ସେ ନିଜେ ବିଜୁ ପଟ୍ଟନାୟକ ସମ୍ମାନ ରାଜ୍ୟ ସରକାରଙ୍କ ଠାରୁ ପାଇ ପାରିଛନ୍ତି । ତାଙ୍କୁ ଅଞ୍ଚଳ ବାସୀ ଶ୍ରଦ୍ଧାର ସହ ମାଟି ପୁତ୍ର ବୋଲି ସମ୍ବୋଧନ କରି ଆସୁଥିବା ତାଙ୍କ ଲୋକ ପ୍ରିୟତାର ପରିଚୟ ଦିଏ ।
ବ୍ୟୁରୋ ରିପୋର୍ଟ AKN NEWS


