ଧର୍ମ ପରାୟଣ ଉମା ଦେବୀ ଅଗ୍ରୱାଲ ଙ୍କ ପରଲୋକ

କଳାହାଣ୍ଡି ଜିଲ୍ଲା(AKN NEWS):ଧର୍ମଗଡ ର ସମାଜ ସେବୀ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ଅଗ୍ରୱାଲ ମା ଙ୍କ ଉମା ଦେବୀ ଅଗ୍ରୱାଲ( ୮୧) ବର୍ଷ ରେ ଶୁକ୍ରବାର ସକାଳ ୧୦ ଟାରେ ଦେହାନ୍ତ ହୋଇ ଯାଇଥିଲା ।ପ୍ରାୟ ଦୁଇବର୍ଷ ହେଲା ଅସୁସ୍ଥତା କାରଣ ରୁ ସେ ଚିକିତ୍ସା ଧିନ ଥିଲେ ।ଉମା ଦେବୀ ଜଣେ ଭାଗବତ ପ୍ରେମୀ ଓ ଲେକଙ୍କ ପାଖରେ ସେବା ପାଇ ସଦା ସର୍ବଦା ତାଙ୍କ ସହଯୋଗ କରି ଆସୁଥିବା ଦେଖିବାକୁ ମିଳେ ବୋଲି ଆଜି ତାଙ୍କ ପାଇ ସମସ୍ତ ଅଞ୍ଚଳ ବାସି ଙ୍କ ପାଖରେ ଶୋକ ର ଛାୟା ଦେଖିବାକୁ ପଡ଼ି ରହିଛି । ତାଙ୍କ ଶେଷ କୃତ୍ ସମୟରେ ,ପରିବାର। ସୁରେଶ, ନାନୁ ,ବଜରଙ୍ଗ ,ମନୋଜ ,କିଶୋର ବଣ୍ଟି,ରତନ,ବିନୋଦ,ପବନ,ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ,କଳାହାଣ୍ଡି ,ବଲାଙ୍ଗୀର , ନୂଆପଡା ଜିଲ୍ଲା ର ହଜାର ହଜାର ମାନ୍ୟ ଗୁନ୍ୟ ବ୍ୟକ୍ତିମାନେ ଶେଷ ଦର୍ଶନ କରିଥିବା ବେଳେ ତାଙ୍କ ଶବ କୁ ପୁରୀ ଧାମ ସ୍ବର୍ଗ ଦ୍ବାର କୁ ୩ ଟା ବେଳକୁ ନେଇଥିବ ଦେଖିବାକୁ ମିଳିଥିଲା । ଏକାଦଶୀ ଦିନ ପୁରୀ ସ୍ବର୍ଗ ଦ୍ବାର ରେ ସବ ଦାହ ହୋଇଥିଲା।
ଧର୍ମଗଡ଼ ଉପଖଣ୍ଡ ରୁ ଶ୍ୟାମ ସୁନ୍ଦର ଅଗ୍ରୱାଲ ଙ୍କ ରିପୋର୍ଟ AKN NEWS


