ନନ୍ଦାହାଣ୍ଡି ତହସିଲ ୧୧ ବନାମ ଉମରକୋଟ ତହସିଲ ୧୧ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ

ଉମରକୋଟ(AKN NEWS): ଉମରକୋଟର ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ନନ୍ଦାହାଣ୍ଡି ତହସିଲ ୧୧ ଓ ଉମରକୋଟ ତହସିଲ ୧୧ ମଧ୍ୟରେ ଏକ ୧୬ ଓଭର ବିଶିଷ୍ଟ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଉମରକୋଟ ତହସିଲ ୧୧ ଦଳର ଅଧିନାୟକ ତହସିଲଦାର ଶ୍ରୀ ମାଘବନ ବାଗ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଇନିଂସରେ ଉମରକୋଟ ଦଳ ୯ ଟି ଉଇକେଟ ହରାଇ ୧୧୧ ରନ ସଂଗ୍ରହ କରିଥିଲା। ଜବାବରେ, ନନ୍ଦାହାଣ୍ଡି ତହସିଲ ୧୧ ଦଳ, ତହସିଲଦାର ଶ୍ରୀ ଚନ୍ଦ୍ରଦାସ ମହାନନ୍ଦିଆଙ୍କ ନେତୃତ୍ୱରେ, ୧୨ତମ ଓଭରରେ ୫ ଟି ୱିକେଟ ହରାଇ ଲକ୍ଷ୍ୟ ହାସଲ କରି ମ୍ୟାଚ ଜିତି ନେଇଥିଲା।ଉମରକୋଟ ତହସିଲ ୧୧ ଦଳ ରେ ତହସିଲଦାର ଶ୍ରୀ ମାଘବନ ବାଗ, ଅତିରିକ୍ତ ତହସିଲଦାର ନୀଳାମ୍ବର ପୂଜାରୀ ଙ୍କ ସହ ଅନିଲ କୁମାର ଦାସ, ରାଜେଶ ଦେୱାରୀ, ବିଶ୍ୱଜିତ୍ ସରକାର, ଶିବନାଥ ମଣ୍ଡଳ, ମୁକ୍ତିକାନ୍ତ ଜେନା, ମୋହନ, ରହିତ, ସୁଧୀର , ପ୍ରମୁଖ ମ୍ୟାଚ୍ ରେ ଅଂଶ ଗ୍ରହଣ କରିଥିଲେ।ସେହିପରି ନନ୍ଦାହାଣ୍ଡି ତହସିଲ ୧୧ ଦଳ ରେ ତହସିଲଦାର ଶ୍ରୀ ଚନ୍ଦ୍ରଦାସ ମହାନନ୍ଦିଆ, ଅତିରିକ୍ତ ତହସିଲଦାର ପୁରୁଷତ୍ତମ୍ ବେନିଆ ଙ୍କ ସହ ମହମ୍ମଦ ଜାଭେଦ ଆଖତର, ଖେମରାଜ୍ ପୂଜାରୀ, ଲାଳେନ୍ଦ୍ର ସରନ୍, ନିଲାଞ୍ଚଳ ମାଝୀ, ଲୋକେଶ ମଣ୍ଡଳ, ନିରାକାର ସୌରା, ଅଚ୍ୟୁତ ସାହୁ, ଅଶ୍ୱିନ ରଥ, ମୀତେଶ ଜାନି, ଅରୁଣ ଦାସ, ଅର୍ଜୁନ, ଧନୁର୍ଯ୍ୟୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଅତିଥି ଦଳ ନନ୍ଦାହାଣ୍ଡି ତହସିଲ ୧୧, ଉମରକୋଟ ଦଳର ଆୟୋଜନ, ଟିଫିନ ଓ ମଧ୍ୟାହ୍ନ ଭୋଜନର ସୁନ୍ଦର ବ୍ୟବସ୍ଥା ପାଇଁ ଆୟୋଜକମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ମ୍ୟାଚ ଉଭୟ ଦଳ ମଧ୍ୟରେ ବନ୍ଧୁତ୍ୱ ଓ ଖେଳ ଆତ୍ମୀୟତାକୁ ଆହୁରି ଦୃଢ଼ କରିଛି।
ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS


