ଓଡିଶା ଖବର

ତୁଲୁବ କୁ ନୂତନ ପଂଚାୟତ ପାଇଁ ସ୍ଥାନୀୟ ଖେଳ ପଡିଆରେ ବିଭିନ୍ନ ଗ୍ରାମବାସୀ ଙ୍କୁ ନେଇ ବୈଠକ

ଜମନକିରା (AKN NEWS): ପୂର୍ବାହ୍ନ ଘଟିକା ସମୟରେ ତୁଲୁବ ଗ୍ରାମସ୍ଥିତ ଖେଳପଡିଆ ଠାରେ ତୁଲୁବ୍, ସର୍ବେଜାଲ, ଦୂର୍ଗାଡ଼ିହି, ସାନ ଲଙ୍ଗାବାହାଲ, ଜୁନାନି ଓ ଛତାବର୍ ର ଜନସାଧାରଣଙ୍କୁ ନେଇ ଶ୍ରୀ ପଞ୍ଚାନନ ପ୍ରଧାନଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଉପରୋକ୍ତ ଗ୍ରାମ ବା ପଡା ମାନଙ୍କୁ ନେଇ ଏକ ନୂତନ ଗ୍ରାମ ପଞ୍ଚାୟତ ଗଠନ କରିବା ପାଇଁ ଆଲୋଚନା କରାଯାଇଥିଲା।

ମୁଖ୍ୟତଃ ଏହି ସଭାରେ ୩ ଗୋଟି ପ୍ରସ୍ତାବ କୁ ନେଇ ଆଲୋଚନା ହୋଇଥିବା ବେଳେ

ପ୍ରସ୍ତାବ :-1

ଉକ୍ତ ପ୍ରସ୍ତାବରେ ତୁଲୁବ୍, ଛତାବର୍, ସର୍ବେଜାଲ୍, ଦୂର୍ଗାଡିହି ଓ ସାନ ଲଙ୍ଗାବାହାଲ ଗ୍ରାମ ମାନଙ୍କୁ ନେଇ ତୁଲୁବ୍ ଗ୍ରାମରେ ଏକ ନୂତନ ପଞ୍ଚାୟତ ଗଠନ କରିବା ପାଇଁ ଗ୍ରାମର ଶ୍ରୀଯୁକ୍ତ ରାଜୀବ କୁମାର ନାୟକ ଉପସ୍ଥାପନା କରିଥିଲେ । ଉକ୍ତ ପ୍ରସ୍ତାବର ଆଲୋଚନା ସମୟରେ ଜଣାଗଲା ଯେ ଉକ୍ତ ଗ୍ରାମ ଗୁଡ଼ିକ ଜମନକିରା ଠାରୁ ପ୍ରାୟ ୭ ରୁ ୮ କିଲୋମିଟର ଦୂରରେ ଅବସ୍ଥିତ, ଗମନାଗମନ ର ଅସୁବିଧା, ଫଳରେ ବୃଦ୍ଧ ବୃଦ୍ଧା ମାନଙ୍କ ବାଧ୍ୟକ୍ୟ ଭତ୍ତା ଗ୍ରହଣ, ସରକାର ଯୋଗାଉଥିବା ଚାଉଳ ଆଣିବା, ଜମନକିରା ଗ୍ରାମ ପଞ୍ଚାୟତର ଲୋକସଂଖ୍ୟା ଅଧିକ ହେଉଥିବାରୁ ବିଭିନ୍ନ କାର୍ଯ୍ୟକ୍ରମରେ ଗହଳି ହେଉଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛୁ । ପଞ୍ଚାୟତକୁ ଆସୁଥିବା ଆର୍ଥିକ ଅନୁଦାନ ସୁଚାରୁ ରୂପେ ମିଳୁନଥିବା କଥା ବୈଠକରେ ଆଲୋଚିତ ହୋଇଥିଲା । ଉପରୋକ୍ତ ସମସ୍ୟା ଗୁଡ଼ିକ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ପରେ ଉକ୍ତ ଗ୍ରାମ ଗୁଡ଼ିକୁ ନେଇ ତୁଲୁବ୍ ଗ୍ରାମରେ ନୂତନ ପଞ୍ଚାୟତ ଗଠନ କରିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଗଲା ।

ପ୍ରସ୍ତାବ ନଂ -୨

ତୁଲୁବ୍ ଗ୍ରାମରେ ନୂତନ ପଞ୍ଚାୟତ ଗଠନ କରିବା ପାଇଁ ଏକ କାର୍ଯକାରୀ କମିଟି ଗଠନ କରିବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ଆଲୋଚନା ପରେ ତୁଲୁବ୍ ଗ୍ରାମର ଶ୍ରୀ ଗୋଲବଦନ ବେହେରା ଓ ଶ୍ରୀ ଦିବ୍ୟଶଙ୍କର ନାଏକ ସାର୍ବେଜାଲ ଗ୍ରାମର ଶ୍ରୀ ରମାକାନ୍ତ ସାହୁ ଓ ଶ୍ରୀ ଯୁଧିଷ୍ଠିର ଖଡିରତ୍ନ ଟାଙ୍ଗରମାଳ ଗ୍ରାମର ଶ୍ରୀ ମୋହନ ମହାନନ୍ଦ, ଶ୍ରୀ ରାଧେଶ୍ୟାମ ନାୟକ ଗୋଇପୂର୍ଗା ଗ୍ରାମର ଶ୍ରୀ ରଞ୍ଜିତ ନାୟକ, ଶ୍ରୀ ବିଶ୍ଵନାଥ ପଟେଲ, କେକଟପଡ଼ା ର ଶ୍ରୀ ବିଜୟ ଧରୁଆ, ଶ୍ରୀ ପ୍ରେମାନନ୍ଦ ଦେହୁରୀ ସାନଲଙ୍ଗାବାହାଲ ର ଶ୍ରୀ ସୁରେଶ ଚନ୍ଦ୍ର ପଟେଲ, ଶ୍ରୀ ନାରେନ୍ ପଟେଲ ଛତାବର୍ ର ଶ୍ରୀ ବିଜୟ ନାଗ, ଶ୍ରୀ ଗଣେଶ ଶବର ଓ ଦୁର୍ଗାଡିହି ର ଶ୍ରୀ

ମାନଙ୍କୁ କାର୍ଯକାରୀ କମିଟି ରୂପେ ମନୋନୀତ କରାଗଲା ।

ପ୍ରସ୍ତାବ ନଂ -୩

ଉକ୍ତ ପ୍ରସ୍ତାବ ରେ କାର୍ଯକାରୀ ସଭାପତି ଓ ସମ୍ପାଦକ ପଦବୀ ମନୋନୟନ ପାଇଁ ଶ୍ରୀ ସୁରେଶ ପଟେଲ ପ୍ରସ୍ତାବ ଆଗତ କରିଥିଲେ । ସଭାର ସମସ୍ତ ସଭ୍ୟ ଓ କାର୍ଯକାରୀ କମିଟିର ସମସ୍ତ ସଭ୍ୟଙ୍କ ଆଲୋଚନା ପରେ କାର୍ଯକାରୀ କମିଟିର ସଭାପତି ପଦ ପାଇଁ ଶ୍ରୀ ପଞ୍ଚାନନ ପଧାନଙ୍କ ନାମ ଶ୍ରୀଯୁକ୍ତ ଯୁଧିଷ୍ଠିର ଖଡ଼ିରତ୍ନ ପ୍ରସ୍ତାବ ଆଗତ କରିଥିଲେ ଓ ଶ୍ରୀ ରାଜୀବ କୁମାର ନାୟକ ସମର୍ଥନ କରିଥିଲେ ଏବଂ ସମ୍ପାଦକ ପଦ ପାଇଁ ଶ୍ରୀ ରାଜୀବ କୁମାର ନାୟକଙ୍କ ନାମ ଶ୍ରୀଯୁକ୍ତ ମୋହନ ମହାନନ୍ଦ ପ୍ରସ୍ତାବ ଆଗତ କରିଥିଲେ ଓ ଶ୍ରୀ ଜିତେନ୍ଦ୍ର ମୁଣ୍ଡା ସମର୍ଥନ କରିଥିଲେ। କାର୍ଯକାରୀ କମିଟିର ସଭାପତି ପଦ ପାଇଁ ଶ୍ରୀ ପଞ୍ଚାନନ ପାଧନ ଓ ସମ୍ପାଦକ ପଦ ପାଇଁ ଶ୍ରୀ ରାଜୀବ କୁମାର ନାୟକଙ୍କୁ ସର୍ବସମ୍ମତି କ୍ରମେ ମନୋନୟନ କରାଗଲା ଓ ନୂତନ ପଞ୍ଚାୟତ ଗଠନ ପାଇଁ ବିହିତ ପଦକ୍ଷେପ ନେବା ପାଇଁ ଦାୟିତ୍ଵ ନିଆଗଲା ।

ଲିପନ ନାଏକ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!