ଓଡିଶା ଖବର
ବଜ୍ରପାତରେ ଜଣେ ମୃତ : ୨ ଆହତll

ବରଗଡ(AKN NEWS):ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ପଞ୍ଚାୟତ ବାରପଲିଆରେ ବ୍ରଜପାତରେ ଜଣେ ମୃତ ଓ ୨ଜଣ ଆହତ । ସୂଚନାଯୋଗ୍ୟ, ରବିବାର ଅପରାହ୍ନ ୩ଟାରେ ବର୍ଷା ହେଉଥିବା ସମୟରେ ଗୋଟିଏ ବରଗଛ ମୂଳରେ ବଳଦେବ ମାଝୀ (୪୩), ଧନସିଂ ଛତ୍ରିଆ (୩୦)ଓ ବୈକୁଣ୍ଠ ଛତ୍ରିଆ (୩୦) ଆଶ୍ରୟ ନେଉଥିବା ସମୟରେ ବ୍ରଜପାତରେ ବଳଦେବ ମାଝୀଙ୍କ ମୃତ୍ୟୁ ହୋଇଥିବାବେଳେ ଧନସିଂ ଛତ୍ରିଆ ଓ ବୈକୁଣ୍ଠ ଛତ୍ରିଆ ଆହତ ହୋଇଛନ୍ତି । ସମସ୍ତଙ୍କୁ ନୂଆପଡ଼ା ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ବରଗଡ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ AKN NEWS


