ଓଡିଶା ଖବର

ବାଉରିଗୋଡାରେ ବୃକ୍ଷ ରୋପଣ ସହ ବନ ଓ ବନ୍ୟ ପ୍ରାଣୀ ସୁରକ୍ଷା ଉପରେ ଆଲୋଚନା ଚକ୍ର

କୁଚିଣ୍ଡା (AKN NEWS):ବାଉରୀଗୋଡ଼ା ଗ୍ରାମ ପଞ୍ଚାୟତ ବିଗତ ବର୍ଷ ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ହୋଇଥିବାରୁ ସ୍ଥାନୀୟ ଲୋକ ପ୍ରତିନିଧି ତଥା ସାମାଜିକ କର୍ମୀ ଙ୍କ ସହାୟତାରେ ଆଜି ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ପରିସରରେ ଫଳ ଚାରା ପ୍ରାୟ ପଚାଶ ଗୋଟି ଲଗା ଯାଇଥିବା ଜଣା ଯାଇଛି ।ସ୍ଥାନୀୟ ସରପଞ୍ଚ ଗୋବର୍ଦ୍ଧନ ବାଘଙ୍କ ଜନ୍ମ ଦିନ ଅବସରରେ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକଙ୍କ ପରିଚାଳନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ଶ୍ରୀ ବାଘ ,ପୂର୍ବତନ ସରପଂଚ ବିନୋଦ ବାଗ,ସମିତି ସଭ୍ୟ ପରେଶ୍ ପଟେଲ, ପ୍ରଧାନ ଶିକ୍ଷୟିତ୍ରୀ ସବିତା ପଟେଲ , ଶେଖର ବନମାଳୀ ନମଦେଓ, ହାଇ ସ୍କୁଲର ବରିଷ୍ଠ ଶିକ୍ଷକ ଘନଶ୍ୟାମ ସାହୁ,ଆଶା ଦ୍ୱୟ ସୌକିନି ଶୁନାନୀ, ଗୋଦାବରି କର୍ସେଲ୍, ପ୍ରଶାନ୍ତ ପୃଷେଟ୍ , ସନାତନ ସାହୁ, କୃପିନ୍ଦୁ ସାହୁ, ସଦାଶିବ ଭୋଇ, କୀର୍ତ୍ତି ନନ୍ଦ ରକ୍ସା, ବ୍ରଜ ମୋହନ କେଛୁ, ସାବିତ୍ରୀ ସୁନାନୀ ପ୍ରମୁଖ ବର୍ଷା ରେ ଭିଜି ଭିଜି ଅଂଶ ଗ୍ରହଣ କରିଥିଲେ ।ଏହା ପରେ ଗ୍ରାମ ପଞ୍ଚାୟତର ରାଜୀବ ଭବନ ପରିସରରେ ଆୟୋଜିତ’ ବନ ଓ ବନ୍ୟ ପ୍ରାଣୀରର ସୁରକ୍ଷାର ଆବଶ୍ୟକତା ‘ଶୀର୍ଷକ ଆଲୋଚନା ଚକ୍ରରେ ସରପଞ୍ଚ ଗୋବର୍ଦ୍ଧନ ବାଘ ସଭାପତିତ୍ବ କରିଥିବା ବେଳେ ହିନ୍ଦୀ ଶିକ୍ଷକ ଘନ ଶ୍ୟାମ ସାହୁ ସଂଯୋଜନା କରିଥିଲେ ।ତିନି ଥର ପ୍ରକୃତି ବନ୍ଧୁ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ବିଜୁ ପଟ୍ଟନାୟକ ସମ୍ମାନ ରେ ସମ୍ମାନିତ ବିଶିଷ୍ଟ ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଭୟ ବନ ଓ ବନ୍ୟ ପ୍ରାଣୀ ର ସୁରକ୍ଷା ହିଁ ଆଜିର ଆହ୍ଵାନ ବୋଲି କହିଥିଲେ ।ସମିତି ସଭ୍ୟ ପରେଶ୍ ପଟେଲ ,କବି ବନମାଳୀ ନମାଦେଓ ଓ ଶିକ୍ଷୟିତ୍ରୀ ସବିତା ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବନ ଓ ବନ୍ୟ ପ୍ରାଣୀ ସୁରକ୍ଷା ଆଧାରିତ ସ୍ବରଚିତ କବିତା ପାଠ କରିଥିଲେ ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ନାୟକଙ୍କ ସହ ତାଙ୍କ ଧର୍ମ ପତ୍ନୀ ଶିକ୍ଷୟିତ୍ରୀ ପଙ୍କଜିନି ନାୟକ ଚଳିତ ବର୍ଷର ପ୍ରକୃତି ବନ୍ଧୁ ପୁରସ୍କାର ପାଇବାକୁ ଘୋଷିତ ହୋଇଥିବାରୁ ଗ୍ରାମ ପଞ୍ଚାୟତ ପକ୍ଷରୁ ମିଳିତ ଭାବରେ ‘ ବନ ଓ ବନ୍ୟପ୍ରାଣୀ ବନ୍ଧୁ ଦମ୍ପତ୍ତି ‘ସମ୍ମାନ ପ୍ରଦାନ କରା ଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସଦାଶିବ ଭୋଇ ଙ୍କୁ ଜୈବିକ କୃଷି,ବ୍ରଜରାଜ କିସାନ ଙ୍କୁ ରାସ୍ତା ନିର୍ମାଣ, କୀର୍ତ୍ତି ନନ୍ଦ ରକ୍ସା ଙ୍କୁ ପାନୀୟ ଜଳ ଯୋଗାଣ, ତଥା ଆକାଶ ବେହେରା, ଜାନୁ କୁମାର ନାଏକ, ନବୀନ ନାଏକ, କାର୍ତ୍ତିକ ନାଏକ, ବନମାଳୀ ନମଦେଓ ଓ ଭୁଲୁପଡ଼ା ବଜାର କମିଟି କୁ ତାଙ୍କ ମହନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା । ଏହି ଗ୍ରାମ ପଞ୍ଚାୟତର ସଭିଏଁ ନିଜ ଜନ୍ମଦିନରେ ଚାରା ରୋପଣ ସହ ତାକୁ ବଞ୍ଚାଇ ରଖି ଅଞ୍ଚଳକୁ ସବୁଜ ସୁନ୍ଦର କରିବାକୁ ଉପସ୍ଥିତ ଗ୍ରାମ ପଞ୍ଚାୟତ ବାସି ଙ୍କୁ ମୁଖ୍ୟ ଅତିଥି ଶ୍ରୀ ନାୟକ ଶପଥ ପାଠ କରାଇଥିଲେ ।ଶେଷରେ ପୂର୍ବତନ ସରପଞ୍ଚ ବିନୋଦ ବାଘ ଧନ୍ୟବାଦ ଅର୍ପଣ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!