ଓଡିଶା ଖବର

ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଅନୁଷ୍ଠିତ।

ପୁରୀ(AKN NEWS):ପ୍ରାକୃତିକ ବିପର୍ଯ୍ୟୟ ଅପ୍ରତ୍ୟାଶିତ ଭାବେ ହିଁ ସଂଗଠିତ ହୋଇଥାଏ।ଏହା କୌଣସି ସମୟରେ ମଧ୍ୟ ହୋଇପାରେ। ପ୍ରାକୃତିକ ବିପର୍ଯ୍ୟୟ କୁ ରୋକା ଯାଇ ପାରିବ ନାହିଁ।କିନ୍ତୁ ସତର୍କତା, ସଚେତନତା ଓ ପୂର୍ବ ପ୍ରସ୍ତୁତି ଦ୍ବାରା ଧନଜୀବନ ହାନି ଓ କ୍ଷୟକ୍ଷତି କୁ ରୋକିବା ସହ ବିପର୍ଯ୍ୟୟ କୁ ପ୍ରଶମିତ କରିବାରେ ସହାୟକ ହୋଇଥାଏ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ସମ୍ପର୍କରେ ଏକ ଟେବୁଲ ଟପ ଏକ୍ସସରସାଇଜ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ପୁରୀ ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ଭାବେ ପରିଗଣିତ।ବିଶେଷ କରି ବନ୍ୟା, ବାତ୍ୟା ଚିର ସହଚର ହୋଇ ଥିବାରୁ ଏଥିପାଇଁ ସମସ୍ତେ ଅଭିଜ୍ଞତା ଓ ଅନୁଭବ ଆଧାରରେ ସତର୍କ ରହିବାକୁ ସେ ମତ ଦେଇଥିଲେ ।୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା, ନିୟମିତ ସତର୍କତା ସୂଚନା ଉପରେ ଦୃଷ୍ଟି ରଖିବା, ସେହି ଆଧାର ରେ ଲୋକ ମାନଙ୍କୁ ସଚେତନ କରାଇବା, ବିପର୍ଯ୍ୟୟ ପରିଚାଳନା ମାର୍ଗଦର୍ଶିକା କୁ ପାଳନ କରିବା, ଲୋକ ପ୍ରତିନିଧି, ସ୍ବେଛାସେବୀ ଓ ସାଧାରଣ ଲୋକ ମାନଙ୍କ ସହ ଯୋଗାଯୋଗ ରେ ରହିବା ଉପରେ ଆଲୋକପାତ କରାଯାଇଥିଲା। ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଓ ଟେବୁଲ ଟପ ଏକ୍ସସରସାଇଜର ରାଜ୍ୟ ପ୍ରତିନିଧି ନବକିଶୋର ସିଂ ଯୋଗ ଦେଇ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଓ ଟେବୁଲ ଟପ ଏକ୍ସସରସାଇଜର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ମତ ଦେବା ସହ ଏହି ବିପର୍ଯ୍ୟୟ ପରିଚାଳନା ଅଭ୍ୟାସର ସଫଳତା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଙ୍କ ସହଯୋଗ କାମନା କରିଥିଲେ।ଏଥିରେ ଓଡ୍ରାଫ ଓ ଅଗ୍ନିଶମ ଵାହିନୀର ପ୍ରତିନିଧିମାନେ ଯୋଗ ଦେଇ ସୃଷ୍ଟି ହେଉଥିବା ବିଭିନ୍ନ ବିପର୍ଯ୍ୟୟ ର ମୁକାବିଲା ପାଇଁ ଗ୍ରହଣ କରିବାକୂ ଥିବା ପଦକ୍ଷେପ ସମ୍ପର୍କରେ ବିଷଦ ଭାବେ ଅବଗତ କରାଇଥିଲେ।ଏପରିକି ଦୈନନ୍ଦିନ ଜୀବନରେ ଘଟୁଥିବା ଛୋଟ ବଡ଼ ଦୂର୍ଘଟଣାକୁ କିପରି ମୁକାବିଲା କରାଯାଇ ପାରିବ ସେ ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ନିମାପଡା ବିଡ଼ିଓ ଡଃ ଅଭିଜିତ ଷଡ଼ଙ୍ଗୀ,ଜରୁରୀ ବିଭାଗର ସହକାରୀ ଜିଲ୍ଲାପାଳ ପଞ୍ଚାନନ ପରିଜା , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ଆଜି ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୧୭୯ ଗୋଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳରେ ଏହି ପରି ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ର ଆୟୋଜନ କରାଯିବ। ଜରୁରୀ ବିଭାଗ ଡିପିଓ ସୁକାନ୍ତ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!