ଓଡିଶା ଖବର

ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଏବଂ ମହିଳା ନିର୍ଯାତନା ବିରୁଦ୍ଧରେ ଯୁବ-ଛାତ୍ର ବିଜେଡିର ଆନ୍ଦୋଳନ

ଭବାନୀପାଟଣା,(AKN NEWS):ବିଜେପି ସରକାର ଗୋଟିଏ ବର୍ଷ ପୂର୍ତ୍ତିର ଉତ୍ସବ ପାଳନ କରୁଥିବା ବେଳେ ରାଜ୍ୟରେ ଛାତ୍ରୀମାନଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ବୃଦ୍ଧି ହୋଇଛି । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଆଜି ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରି କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଛକ ଠାରେ ଧାରଣା ଦେବା ସହ ଏକ ଶୋଭାଯାତ୍ରା ଜରିଆରେ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଗୋପାଳପୁର ଭଳି ଏକ ପର୍ଯ୍ୟଟନସ୍ଥଳୀ ଠାରେ ଜଣେ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ଦେଇ ତାଙ୍କ ସମ୍ମୁଖରେ ଛାତ୍ରୀ ଜଣଙ୍କୁ ଗଣଦୁଷ୍କର୍ମ କରିବା ଘଟଣା ନାରୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ଜିଲ୍ଲା ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା ‘ବର୍ଷ ଏକ ନାରୀ ନିର୍ଯ୍ୟାତନା ଅନେକ ‘ ର ନାରା ଦେଇ ମୋହନ ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବାରମ୍ବାର ମହିଳାଙ୍କ ପ୍ରତି ନିର୍ଯାତନା, ଦୁଷ୍କର୍ମ ଓ ଅସଦାଚରଣ ର ମାମଲା ସାମନା କୁ ଆସିଛି । ରାଜ୍ୟରେ ଦୁଷ୍କର୍ମ ୮ଶତକଡା ବୃଦ୍ଧି ପାଇଥିବା ବେଳେ ଦିନକୁ ୧୫ ଟି ଦୁଷ୍କର୍ମ ମାମଲା ରୁଜୁ ହେଉଛି ବୋଲି ଯୁବ-ଛାତ୍ର ବିଜେଡି ଅଭିଯୋଗ କରିଛି। ସେହିପରି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ମହିଳା ନାଗରିକଙ୍କୁ ଓଡ଼ିଶା ସମେତ କିଛି ରାଜ୍ୟକୁ ଏକା ନଯିବା ପାଇଁ ପରାମର୍ଶ ଦେବା ଘଟଣା ମୋହନ ସରକାରଙ୍କୁ ଲଜ୍ଜିତ କରିଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାମନାକୁ ଆସିଛି । ଦିନକୁ ଦିନ ଏହିଭଳି ଘଟଣା ବୃଦ୍ଧି ପାଉଥିବାରୁ, ଯୁବତୀ ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ହେଲେ ଆଇନ ଶୃଙ୍ଖଳାରେ ବିଫଳ ରାଜ୍ୟ ସରକାର ବିକାଶ ମେଳା ନାମରେ ନିଜର ଡିଣ୍ଡିମା ବାଡେଇ ଉତ୍ସବ ପାଳନ କରିବା ନିନ୍ଦନୀୟ ଓ ହାସ୍ୟାସ୍ପଦ ବୋଲି ରାଜ୍ୟ ଛାତ୍ର ବିଜେଡି କାର୍ଯକାରୀ ସଭାପତି ଅବିନାଶ ଠାକୁର କହିଛନ୍ତି। ଏପରିକି ବିଜେଡି ସରକାର ସମୟରେ ଆନାରେ ହୋଇଥିବା ୬୦୦ ଟି ମହିଳା ଓ ଶିଶୁ ଅଭିଯୋଗ ଡେସ୍କକୁ ମଧ୍ୟ କାର୍ଯ୍ୟକ୍ଷମ କରାଯାଉନାହିଁ। ଏକ ବର୍ଷ ପୂର୍ତ୍ତି ପରେ ବି ରାଜ୍ୟରେ ମହିଳା ଆୟୋଗ ଓ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ ବୋଲି ଶ୍ରୀ ଠାକୁର ଅଭିଯୋଗ କରିଛନ୍ତିି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ (ପୁଷୁ) , ପୂର୍ବତନ ସଦର ବିଧାୟକ ଦୁଷ୍ମନ୍ତ ନାଏକ, ପୂର୍ବତନ ଜୁନାଗଡ଼ ବିଧାୟକ ଗୋବର୍ଦ୍ଧନ ଦାସ, ନଗରପାଳ ବିଷ୍ଣୁ ପ୍ରଧାନ, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ରାଜ୍ୟ ଛାତ୍ର ବିଜେଡି କାର୍ଯକାରୀ ସଭାପତି ଅବିନାଶ ଠାକୁର, ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାଏକ, ପୂର୍ବତନ ନଗରପାଳ ସଂଯୁକ୍ତା ବେହେରା, ଯୁବ ଜୋନ ସଭାପତି ମନିନ୍ଦ୍ର ମହାନ୍ତି, ବରିଷ୍ଠ ବିଜେଡି ନେତା ଜିତେନ୍ଦ୍ର ମହାନ୍ତି, ସାରଦା ପ୍ରସନ୍ନ ସ୍ବାଇଁ, ପ୍ରଦୀପ ମୁଣ୍ଡ, ଟିକେଲାଲ ସାହୁ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ କୁମାର ସାହୁ, ଯୁବନେତା ରବି ପଟ୍ଟନାୟକ, ପ୍ରଶାନ୍ତ ନାଏକ, ସାମନ୍ତ ଖମାରୀ, ବଦ୍ରିନାରାୟଣ ପଟ୍ଟନାୟକ, ପ୍ରଶାନ୍ତ ଠାକୁର, କ୍ଷୀରସିନ୍ଧୁ ନାଏକ, ଶିବା ସାହୁ, ସମିତା ନାୟକ, ତ୍ରିଲୋଚନ ପାଣିଗ୍ରାହୀ, ଉଦୟ ସୁନାନୀ , ଅମିତ ଯାଦବ, ନିଳାମ୍ବର ସାହୁ, ପିତବାସ ବେହେରା, ରଞ୍ଜୁକ୍ତା ପ୍ରଧାନ, ସମୀତା ମହାପାତ୍ର, ସିନୁ ବେହେରା, ପ୍ରବୀଣ ନାଏକ, ଛାତ୍ର ନେତା ଆଶୁତୋଷ ପୁରୋହିତ ତଥା ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!