ଓଡିଶା ଖବର

କେନ୍ଦୁମୁଣ୍ଡି ରଥଯାତ୍ରା ରେ ଯୋଗ ଦେଲେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି

(AKN NEWS):କେନ୍ଦୁମୁଣ୍ଡି ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା କରାଯାଇଥିଲା। ଏହି ପବିତ୍ର ରଥଯାତ୍ରା ପର୍ବଣ ଉପଲକ୍ଷେ ସମଗ୍ର ମନ୍ଦିର ପରିସରକୁ ସୁନ୍ଦର ଭାବରେ ସଜାଯାଇଥିବା ଦେଖାଯାଇଥିଲା। ବଢ଼ି ଭୋରରୁ ତିନି ଦିଅଁଙ୍କ ମଙ୍ଗଳ ଆଳତି କରାଯିବା ପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଏବଂ ନୀତିକାନ୍ତି ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା।ଏହି ଅବସରରେ ମନ୍ଦିରର ମୁଖ୍ୟ ଘନଶ୍ୟାମ ମେହେର ତାଙ୍କ ପରିବାର ସଦସ୍ୟଙ୍କ ସହ ଉପସ୍ଥିତ ଥିବା ବେଳେ ସେଠାରେ ଅପରାହ୍ନ ୨: ୩୦ ସମୟରେ ତିନି ଠାକୁରଙ୍କର ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା।ପ୍ରଭୁ ରଥା ଗୁଡ ହେବା ପୂର୍ବରୁ ସୁରକ୍ଷା ବଳୟ ପାଇ ପ୍ରଭୁ ସୁଦର୍ଶନ ରଥଙ୍କ ଦର୍ଶନ ପରେ ବଡ଼ଭାଇ ବଳଭଦ୍ର, ପରେପରେ ଦେବୀ ସୁଭଦ୍ରା ଓ ସବାଶେଷରେ ଜଗତରନାଥ ଜଗନ୍ନାଥଙ୍କୁ ସାହି ରୋଷଣୀ କରାଯାଇ ମନ୍ଦିର ସମ୍ମୁଖସ୍ଥ ଦଣ୍ଡାୟମାନ ସୁନ୍ଦର, ସୁରମ୍ୟ ଓ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ଉପସ୍ଥିତ ଦର୍ଶକମାନଙ୍କ ଦ୍ୱାରା ଘଣ୍ଟ, ଶଙ୍ଖ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହଗହ ନାଦ ତଥା ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା। ଉପସ୍ଥିତ ପ୍ରାୟ ଦଶ ହଜାର ଦର୍ଶକଙ୍କ ମଧ୍ଯରେ ଘୋଷଯାତ୍ରାକୁ କେନ୍ଦ୍ର କରି ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ ଓ ଅଦମ୍ୟ ଉଦ୍ଦୀପନା ଦୃଷ୍ଟିଗୋଚର ହୋଇଥିଲା।ମନ୍ଦିର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ ସେବା ଟ୍ରଷ୍ଟର କେନ୍ଦୁମୁଣ୍ଡି ଗ୍ରାମ ବାସି ଙ୍କ ତତ୍ତ୍ଵାବଧାନରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଭିଡ଼କୁ ନିୟନ୍ତ୍ରଣ କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏଠାରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇଥିଲେ। ମନ୍ଦିର ତରଫରୁ ଶ୍ରୀ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି କୁ ଗାଁ ମୁଣ୍ଡ ରୁ ଖୋଲ ତାଳଧରି ପାଛୁଟିନେଲେ ପ୍ରଭୂ ଜଗନ୍ନାଥ କୁ ଦର୍ଶନ କରିଥିଲେ ଶ୍ରୀ ବିଶି ଓ ଘନଶ୍ୟାମ ମେହେର ରଥ ସମ୍ମୁଖରେ ଛେରା ପହଁରା କାର୍ଯ୍ୟ ସମାପନ କରିଥିବା ବେଲେ ସେବକ ମାନେ ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଅପରାହ୍ନ ଚାରିଟା ବେଳେ ରଥ ଟଣା ଆରମ୍ଭ ହୋଇଥିଲା ଓ ରଙ୍ଗାରଙ୍ଗ ରଥ ଉପରେ ରାଜକୀୟ ଠାଣିରେ ତିନି ଠାକୁରଙ୍କ ବିରାଜମାନର ଦୃଶ୍ୟ ଅଲୌକିକ ଥିଲା।ରଥଟିକୁ ଜଗନ୍ନାଥ ମନ୍ଦିର ଠୁ ଗ୍ରାମ ରାସ୍ତା ଦେଇ ମାଉସୀମନ୍ଦିରକୁ ନିଆ ଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ୱରେ ଭକ୍ତମାନେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ, ଠାକୁରମାନଙ୍କ ଉପରେ ପୁଷ୍ପବର୍ଷଣ ଏବଂ ରଥବାଡରେ ନଡ଼ିଆ ଭାଙ୍ଗି ନିଜକୁ ଧନ୍ୟ ମନେ କରୁଥିବା ଓ ଭକ୍ତିଭାବରେ ଅଭିଭୂତ ହେଉଥିବା ଦେଖା ଯାଇଥିଲା l ସନ୍ଧ୍ୟା କାଳରେ ମାଉସୀ ମନ୍ଦିର ସାମନାରେ ପହଞ୍ଚିବା ପରେ ତିନି ଠାକୁରଙ୍କୁ ପୂଜା ଅର୍ଚନା କରାଯାଇ ମନ୍ଦିର ଭିତରକୁ ନେଇ ସେଠାରେ ଆସୀନ କରାଯାଇଥିଲା।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!