ଓଡିଶା ଖବର

କାଦୁଅ ରାସ୍ତା ଯୋଗୁଁ ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଜନନୀ ଯନ୍ତ୍ରଣାରେ ଛଟପଟ ହୋଇ ପାଦରେ ଚାଲି ଚାଲି ଗଲେ ଗର୍ଭବତୀ ମହିଳା

ବୈପାରିଗୁଡ଼ା(AKN NEWS):ପୁଣି ସାମ୍ନାକୁ ଆସିଲା ରାଜ୍ୟ ସରକାରଙ୍କ ବିକଳଚିତ୍ର । ଜନନୀ ଯନ୍ତ୍ରଣାରେ ଛଟପଟ ଗର୍ଭବତୀ ମହିଳା। ଅତି ସଚ୍ଚନୀୟ ଅବସ୍ଥା ପଚ ପଚ କାଦୁଅ ରାସ୍ତା ଯୋଗୁଁ ଅଧାବାଟରେ ଅଟକି ରହିଗଲା ଆମ୍ବୁଲାନ୍ସ। ଫଳରେ ଜନନୀ ଯନ୍ତ୍ରଣାରେ ଛଟ ପଟ ହୋଇ ଗାଁରୁ ଏକ କିଲୋମିଟର ଦୂର ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଗର୍ଭବତୀ ମହିଳା । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅଧିନସ୍ଥ ମାଠପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗପାକନା ଗ୍ରାମରେ । ସୂଚନା ଯୋଗ୍ୟଯେ ଡେଙ୍ଗପାକନା ଗ୍ରାମର କବି କାଣ୍ଡିକିଙ୍କ ଧର୍ମପତ୍ନୀ ଗରି କାଣ୍ଡିକି ଗର୍ଭବତୀ ମହିଳାଙ୍କ ଗର୍ଭ ପ୍ରସବ ଜନନୀ ଯନ୍ତ୍ରଣା ହେବାରୁ ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନେବାପାଇଁ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ଯୋଗାଯୋଗ କରିବା ପରେ ଗର୍ଭବତୀ ମହିଳାଙ୍କୁ ନେବାକୁ ଆମ୍ବୁଲାନ୍ସ ଡେଙ୍ଗପାକନ ଗ୍ରାମରେ ଯାଉଥିଲା କିନ୍ତୁ ଡେଙ୍ଗପାକନା ଗାଁ ରାସ୍ତା କାଦୁଅ ପଚ ପଚ ଥିବାରୁ ଗାଁକୁ ପହଞ୍ଚି ପାରିନଥିଲା ଆମ୍ବୁଲାନ୍ସ । ତେବେ ଗର୍ଭବତୀ ମହିଳା ଜଣକ ଛଟପଟ ହୋଇ ଜନନୀ ଯନ୍ତ୍ରଣା ସହି ନପାରି ବାଧ୍ୟହୋଇ ପ୍ରାୟ ୧ କିଲୋମିଟରରୁ ଉର୍ଦ୍ଧ୍ବ ପାଦରେ ଚାଲି ଚାଲି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚିଥିବା ଦେଖିବାକୁ ମିଳିଛି । ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳା ମାନଙ୍କ ରହିବା ସୁବିଧା ନିମନ୍ତେ ବୈପାରିଗୁଡ଼ା ଠାରେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗର ମା ଗୃହ ତିଆରି କରାଯାଇଛି । ମା ଗୃହରେ ଗର୍ଭବତୀ ମହିଳା ମାନଙ୍କ ସୁବିଧା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ସ୍ବାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ପ୍ରାୟ ଗର୍ଭବତୀ ମହିଳା ଏହିପରି କଷ୍ଟ ପାଉଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଡେଙ୍ଗପାକନା ଗ୍ରାମ ସମେତ ଆଖପାଖର ପ୍ରାୟ ଦଶରୁ ଉର୍ଦ୍ଧ ଗ୍ରାମର ଲୋକେ ସେହି ରାସ୍ତା ଉପରେ ନିର୍ଭର କରନ୍ତି । ସେହି ରାସ୍ତାଦେଇ ପାୟ ଦଶ ବାରଟି ଗ୍ରାମର ଲୋକେ ମେଡିକାଲ, ତହସିଲ, ଥାନା, ବ୍ଲକ କାର୍ଯ୍ୟ ପାଇଁ ଯିବା ଆସିବା କରିଥାନ୍ତି। ପକ୍କା ରାସ୍ତା ନଥିବା ହେତୁ ପ୍ରାୟ ୧୦ରୁ ଉର୍ଦ୍ଧ ଗ୍ରାମର ଛାତ୍ର ଛାତ୍ରୀ ମାନେ ଧଳପୁର ବିଦ୍ୟାଳୟକୁ ଯାତାୟତ କରିବାରେ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ବର୍ଷାଦିନେ ଅଞ୍ଚଳବାସୀ ରୋଗାକ୍ରାନ୍ତ ହେଲେ କିମ୍ବା ଗର୍ଭବତୀ ମହିଳା ମାନଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବାପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ନେଇ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ତେବେ ଏହାକୁ ଦୃଷ୍ଟି ଦେଇ ଡେଙ୍ଗପାକାନା ଗ୍ରାମ ସମେତ ଆଖ ପାଖ ଗ୍ରାମକୁ ଯଥାଶୀଘ୍ର ପକ୍କା ରାସ୍ତା କରିବାକୁ ଅଞ୍ଚଳବାସୀ ସାଧାରଣରେ ଦାବୀ କରିଛନ୍ତି।                       ସ୍ଥାନ :- ବୈପାରିଗୁଡ଼ା

ବୈପାରିଗୁଡ଼ା ରୁ ବିଜୟ ପାଙ୍ଗି ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!