ବନବିଭାଗ ପକ୍ଷରୁ ବନମହସବ ପାଲିତ, ଦ୍ଵିତୀୟ ଦିନରେ ବ୍ଲକ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ

(AKN NEWS):ସାରା ଭାରତ ରେ ଜୁଲାଇ ମାସ ୧ରୁ ସାତ ଦିନ ବ୍ୟାପୀ ୭୬ତମ ବନ ମହୋତ୍ସବ ଚାଲିଥିବା ବେଳେ ଆଜି ଓଡିଶା ସରକାର ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଙ୍କ ନିର୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ତ କେଗାଁ ବନାଞ୍ଚଲ୍ ଅଧିକାରୀ ଶ୍ରୀ ଚିନ୍ମୟ କୁମାର ଗର୍ଟିଆ ଙ୍କ ନେତୃତ୍ବରେ ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ୨୦୨୫ ପାଳନ ସାଙ୍ଗ କୁ ବୃକ୍ଷ ରୋପଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବନପାଳ ରମେଶ ବାଗ , ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ବୃଷଭ ନାଏକ,ବରିଷ୍ଟ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ପଟ୍ଟନାୟକ, ମନୋରଞ୍ଜନ ମେହେର ସମେତ ବ୍ଲକ ଓ ଫରେଷ୍ଟ କର୍ମଚାରୀ ଉପସ୍ଥିତ ଥିଲେ।ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସୁସ୍ଥ ଓ ସ୍ୱଚ୍ଛ ପରିବେଶ , ଟାଙ୍ଗରା ଭୂଇଁରେ ବୃ୍ଷରୋପଣ , ବୃକ୍ଷରୋପଣ ଦ୍ବାରା ଜଳବାୟୁ ପରିବର୍ତ୍ତନ, ମୃତ୍ତିକା ସଂରକ୍ଷଣ, ଏହା ନହେବା ଫଲରେ ଆଜି ସବୁଜ ଜଙ୍ଗଳ କାଟି କଂକ୍ରିଟ ଜଙ୍ଗଳ ରେ ମଣିଷ ସମାଜ ବାସ କରୁଛନ୍ତି ।ଯାହାଫଳରେ ବିବିଧ ସମସ୍ୟା ଆଡକୁ ମଣିଷ ଟାଣି ହେଉଛି।
dhramgarh upa khanda ru shyam sundar agrawal AKN NEWS


