ଓଡିଶା ଖବର

ଅର୍ଡ଼ାବାହାଲ ଯୁକ୍ତ ଦୁଇ କଲେଜରେ ବନ ମହୋତ୍ସବ ସପ୍ତାହ ପାଳିତ

କୁଚିଣ୍ଡା (AKN NEWS): କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଅର୍ଡ଼ା ବହାଲ୍ ସ୍ଥିତ ପି ଏମ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ( ଏସ ଏସ ଡି) ବିଦ୍ୟାଳୟ ପରିସରରେ ଆଜି ଜାତୀୟ ବନ ସପ୍ତାହ ପାଳିତ ହୋଇ ଯାଇଛି । ଅଧ୍ୟକ୍ଷ ରଞ୍ଜନ କୁମାର ନାଏକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଉଦଘାତନ କରିଥିବା ବେଳେପରିବେଶ ବିତ ଓ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ,ଉଦ୍ୟାନ ବିତ ରବୀନ୍ଦ୍ର ଦାସ ସମ୍ମାନିତ ଅତିଥି ଓ ସାମଜ ସେବୀ ଯୁଗଳ କିଶୋର ମହକୁଲ୍ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ବନ ଓ ବନ୍ୟ ପ୍ରାଣୀର ସୁରକ୍ଷା ବିନା ଏକ ସୁନ୍ଦର ବିଶ୍ଵ ଅସମ୍ଭବ ବୋଲି କହିଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକ ପ୍ରତ୍ୟେକ ଛାତ୍ରୀ ତାଙ୍କ ଜନ୍ମଦିନ ଓ ଅନ୍ୟ ବିଶେଷ ଦିନ ମାନଙ୍କରେ ବୃକ୍ଷ ରୋପଣ କରି ତାକୁ ବଞ୍ଚାଇବେ ବୋଲି ଶପଥ ପାଠ କରାଇଥିଲେ । ବନ ମହୋତ୍ସବ ଉପରେ ବକ୍ତୃତା ଦେଇ ଥିବା କୃତି ପ୍ରତିଯୋଗୀ ବର୍ଷା ମୁଣ୍ଡା ଓ ସୁପ୍ରିୟା ଗଡ ନାୟକ ଙ୍କୁ ଅତିଥି ଗଣ ସମ୍ମାନିତ କରିଥିଲେ ।କାର୍ଯ୍ୟକ୍ରମ କୁ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ତୃପ୍ତି ପଟେଲ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଗୁରୁଜନ ଖୁଣ୍ଟିଆ ଅତିଥି ପରିଚୟ ପ୍ରଦାନ o ଶେଷରେ ଓଡ଼ିଆ ଅଧ୍ୟାପକ ଉଦୟ ଚନ୍ଦ୍ର ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ଶୁଭ ଲକ୍ଷ୍ମୀ ପଟ୍ଟନାୟକ ଓ ସୁନିମା ନାଏକ ମଞ୍ଚାସିନ ଥିଲେ ।ଏହା ପରେ ସ୍କୁଲ ପରିସରରେ ମା ଙ୍କ ନାମରେ ଏକ ଗଛ ସ୍ଲୋଗାନ କୁ ସମ୍ମାନ ଜଣାଇ ସମସ୍ତ ଅତିଥି ଅଧ୍ୟକ୍ଷ,ଅଧ୍ୟାପକ ତଥା ଛାତ୍ର ଛାତ୍ରୀ ଶହେ ଟି ଫଳ ଚାରା ରୋପଣ କରିଥିଲେ ।ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଛାତ୍ରୀ ପାର୍ବତୀ ମିଞ୍ଜ,ସୁପ୍ରିୟା ଗଡ ନାୟକ,ଅନିତା ମିର୍ଦ୍ଧା,ମିଳି ମହାନନ୍ଦିଆ,ସାବିତ୍ରୀ କିଶାନ,ମମତା କିସାନ୍,ସୃତି ପ୍ରୁସେଟ,ଅନନ୍ୟ ଭୋର ସାଗର, ଅଞ୍ଜଳିନା ମିର୍ଦ୍ଧା,ପୂଜା କିସାନ ଓ ଭାରତୀ କିସାନ ପ୍ରମୁଖ ପରିଚାଳନା କରିଥିଲେ ।ଆଗାମୀ ଦିନରେ ଦ୍ଵିତୀୟ ବର୍ଷର ଛାତ୍ରୀ ଗଣ ଆହୁରି ଶହେ ଚାରା ରୋପଣ କରିବେ ବୋଲି ଘୋଷଣା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!