ଓଡିଶା ଖବର

ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ ପକ୍ଷରୁ ୧୮ ଦଫା ନେଇ ସମ୍ବଳିତ ଦାବିପତ୍ର ଉପଜିଲ୍ଲାପାଳ ଙ୍କୁ ପ୍ରଦାନ।

ବଲାଙ୍ଗିର /ପାଟଣାଗଡ(AKN NEWS):କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ବାଧିନ ଫେଡେରେସନ ଙ୍କ ମିଳିତ ଆହ୍ୱାନ କ୍ରମେ ୯ ଜୁଲାଇ ରେ ସର୍ବ ଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ପାଟଣାଗଡ଼ ନିଖିଳ ଓଡିଶା ଆଶା କର୍ମୀ ସଂଘ , ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ର ଶତାଧିକ ଆଶାକର୍ମୀ ଓ ପାଚିକା ସହାୟିକା ମାନେ ପଞ୍ଚମୂଖୀ ହନୁମାନ ମନ୍ଦିର ଠାରେଏକତ୍ରିତ ହୋଇଥିଲେ। ପରେ ସଂଘ ସଂପାଦକ ଦିଲ୍ଲୀପ କୁମାର ଭୋଇ ଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରାରେ ବାହାରି ସହର ମୂଖ୍ୟ ରାସ୍ତା ଦେଇ ବିଭିନ୍ନ ଶ୍ଳାଗାନ ଦେଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ପହଞ୍ଚିଥିଲେ । ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ନାରାବାଜି ଦେବା ସହ ସରକାର ଙ୍କ ଶ୍ରମିକ ମାରଣା ଟାଳଟୁଳ ନୀତି ଉପରେ ସାଧାରଣ ସଂପାଦକ ଦିଲ୍ଲୀପ କୁମାର ଭୋଇ ସମାଲୋଚନା କରିଥିଲେ। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଉଦ୍ଦେଶ୍ୟରେ ୧୮ ଦଫା ସମ୍ବଳିତ ଏକ ଦାବୀ ପତ୍ର ଉପଜିଲ୍ଲାପାଳ ସୁନୀଲ କୁମାର ମେହେର ଙ୍କୁ ପ୍ରଦାନ କରିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଶ୍ରମିକ ବିରୋଧି ଚାରି ଶ୍ରମିକ କୋଡ ବାତିଲ କରିବା, ଜାତୀୟ ଶ୍ରମ ସମ୍ମିଳନୀ ତୁରନ୍ତ ଅନୁଷ୍ଠିତ କରାଇବା, ସ୍କିମ ୱାରର୍କର ଯଥା ଆଶା, ସହାୟିକା, ପାଚିକା ଓ ସହାୟିକା, ଶ୍ରମିକ ମାନ୍ୟତା, ଆଶା କର୍ମୀ ଓ ପାଚିକା ସହାୟିକାଙ୍କୁ ସ୍ଥାୟୀ ନିଯୁକ୍ତି ମାନ୍ୟତା ଦେବା,ସର୍ବନିମ୍ନ ମାସିକ ମଜୁରି ୨୬ହଜାର ଟଙ୍କା ପ୍ରଦାନ କରିବା, ଦରଦାମ ବୃଦ୍ଧି ବନ୍ଦ କରିବା, ପୁରୁଣା ପେନସନ ଲାଗୁ କରିବା, ସର୍ବନିମ୍ନ ଇପିଏଫ୍ ପେନସନ ମାସିକ ୯ହଜାର ପ୍ରଦାନ କରିବା ଆଦି ଦାବୀ ପତ୍ର ରେ ଉଲ୍ଲେଖ ରହିଛି। ଆଗାମୀ ଦିନରେ ଦାବୀ ପୂରଣ ନ ହେଲେ ତିବ୍ରତର ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଥିରେ ନିଖିଲ ଓଡ଼ିଶା ଆଶା କର୍ମୀ ସଂଘ ପାଟଣାଗଡ଼ ବ୍ଳକ ସଭାନେତ୍ରୀ ଲଲିତା ବାଗ , ସଂଗିତା ହରିପାଲ, ମଦନା ନାଏକ, ବାସନ୍ତୀ କୁଅଁର,ପ୍ରଗତି ପଣ୍ଡା,ସୂର୍ବଣ୍ଣଡିଲା ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ।

କଞ୍ଜର ମୁନାଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!