ଓଡିଶା ଖବର

ପ୍ରଭାବଶାଳୀ ଶିକ୍ଷାଦାନ ଏବଂ ଶିକ୍ଷଣ ପଦ୍ଧତି ଉପରେ ଶିକ୍ଷକମାନଙ୍କ ପାଇଁ ଦୁଇ ଦିନିଆ ତାଲିମ |

କଳାହାଣ୍ଡି ଜିଲ୍ଲା(AKN NEWS):ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଲାମୁଣ୍ଡା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ଆର୍ ସି ଡ଼ି ସି ଭୁବନେଶ୍ୱର ତରଫରୁ ଓ ବି ଏମ୍ ଜେଡ୍ ଜର୍ମାନ ଚାଇଲଡ୍ ଫଣ୍ଡ ଙ୍କ ସହାୟତାରେ ପ୍ରଭାବଶାଳୀ ଶିକ୍ଷାଦାନ ଏବଂ ଶିକ୍ଷଣ ପଦ୍ଧତି ଉପରେ ଶିକ୍ଷକମାନଙ୍କ ପାଇଁ ତାରିଖ ୧୬.୭.୨୦୨୫ ରୁ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ପ୍ରକଳ୍ପ ସଂଯୋଜକ ରଥୁ ରାମ ବାଗ ଆର୍ ସି ଡ଼ି ସି ଗୋଲାମୁଣ୍ଡା ତାଲିମ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ। ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଗୋଲାମୁଣ୍ଡା ଶ୍ରୀ ଲବଣୀ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଶିକ୍ଷକ ମାନଙ୍କୁ ସକ୍ରୀୟ ଭାବରେ ଅଂଶ ଗ୍ରହଣ କରିବା ସହ କାର୍ଯ୍ଯକ୍ଷେତ୍ର ଉପଯୋଗ କରିବା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ତାଲିମ ଦାତା ଭାବରେ ଶ୍ରୀ ରେଖରାମ ନାଏକ ଉପସ୍ଥିତ ରହି ଶ୍ରେଣୀ କୋଠରୀ ପରିଚାଳନା, ଶିକ୍ଷଣ ପରିବେଶ, ଗୁନାମତ୍କ ଶିକ୍ଷା, ପ୍ରବାଭଶାଳୀ ଶିକ୍ଷା, ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ ଓ ବ୍ୟବହାର,ଦକ୍ଷ ବିଦ୍ୟାଳୟ ପରିଚାଳନା, ସାକ୍ଷରତା ଏଵଂ ସାଂକ୍ଷିକ ଉପରେ ଆଲୋଚନା ଓ ପ୍ରସ୍ତୁତି ନୂତନ ଶିକ୍ଷା ନିତି ୨୦୨୫ ଓ ଦଳଗତ ଆଲୋଚନା ଉପରେ ବିଶଦ ଭାବରେ ପ୍ରଶିକ୍ଷଣ ଦେବେ। ଆର୍ ସି ଡ଼ି ସି କାର୍ଯ୍ୟ କରୁଥିବା ଗ୍ରାମରୁ ୩୦ ଜଣ ଶିକ୍ଷକ ଅଂଶ ଗ୍ରହଣ କରିଛନ୍ତି। ତାଲିମ କାର୍ଯ୍ୟକ୍ରମକୁ ଗୋଷ୍ଠୀ ପ୍ରବର୍ତ୍ତକ ସଂଜୀବ କୁମାର ନାଏକ, ସଞ୍ଜୟ କୁମାର ଅଘରିଆ ଓ ଶିଶୁ ଶିକ୍ଷା ସାଥୀ ବିଦ୍ୟୁତ୍ ପ୍ରଭା ଚଲାନ ସହଯୋଗ କରୁଛନ୍ତି।

dhramgarh upa khanda ru shyam sundar agrawal AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!