ଓଡିଶା ଖବର

ଦିବାଲୋକରେ ମହିଳାଙ୍କୁ ନିର୍ଯାତନା, କୁମ୍ଭକର୍ଣ୍ଣ ନିଦ୍ରାରେ ସରକାର : କ୍ଷୋଭ ପ୍ରକାଶ କଲେ ନବୀନ

ଭୁବନେଶ୍ବର: (AKN NEWS):ପୁରୀ ଜିଲ୍ଲାର ନିମାପଡ଼ା ଅଞ୍ଚଳର ଏକ ଗାଁରେ ଜଣେ ନାବାଳିକାକୁ ପୋଡିଦେବା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗଭୀର ନିଦ୍ରାରୁ ରାଜ୍ୟ ସରକାରଙ୍କୁ ଉଠିବାକୁ କହି ଏକ୍ସ ରେ ପୋଷ୍ଟ କରିଛନ୍ତି ନବୀନ ପଟ୍ଟନାୟକ ।ସେ ଏକ୍ସରେ ଲେଖିଛନ୍ତି ଯେ, ଦିବାଲୋକରେ ହତ୍ୟା ପ୍ରୟାସ ଘଟଣା ବିଷୟରେ ଜାଣିବା ପରେ ମୁଁ ଗଭୀର ମର୍ମାହତ ହୋଇଛି । ବାଲେଶ୍ବର ଘଟଣାକୁ ସପ୍ତାହେ ନ ପୁରୁଣୁ ପୁଣି ଏକ ଘଟଣା ମତେ ମର୍ମାହତ କରିଛି । ମହିଳାମାନଙ୍କ ବିରୋଧରେ ଏପରି ଘଟଣା ଏବେ ପ୍ରାୟ ପ୍ରତିଦିନ ଘଟୁଛି ।ସରକାରୀ ନିଷ୍କ୍ରିୟତା, ରାଜନୈତିକ ପୃଷ୍ଠପୋଷକତା ଯୋଗୁଁ ମହିଳା ଅସୁରକ୍ଷିତ ହୋଇପଡିଛନ୍ତି । ଓଡ଼ିଶା ସରକାର ଗଭୀର ନିଦ୍ରାରୁ ଉଠି ଅପରାଧୀଙ୍କୁ ଗିରଫ କରିବେକି ବୋଲି ପୋଷ୍ଟରେ ଲେଖିଛନ୍ତି ନବୀନ।ସେ ଆହୁରି କହିଛନ୍ତି, ଏ ସରକାରରେ ଅପରାଧୀମାନେ ଦଣ୍ଡକୁ ଭୟ କରୁନାହାନ୍ତି । ସରକାରୀ ନିଷ୍କ୍ରିୟତା ପାଇଁ ଓଡ଼ିଶା ମହିଳାଙ୍କ ପାଇଁ ଅସୁରକ୍ଷିତ ପାଲଟିଯାଇଛି । ଏଭଳି ଘଟଣା କେମିତି ନଘଟିବ ବୋଲି ସରକାର ପ୍ରତିଶ୍ରୁତି ଦେବେ କି, କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠି କେବେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରଶ୍ନ କରିଛନ୍ତି ନବୀନ ।

ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!