ମଏଁସା ବ୍ରହ୍ମପୁର ବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି ।

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ମଏଁସା ବ୍ରହ୍ମପୁର ଗ୍ରାମର ଉଚ୍ଚ ବିଦ୍ୟାଳୟରେ ବରିଷ୍ଟ ଶିକ୍ଷୟତ୍ରୀ ଶ୍ରୀମତୀ ଗାୟତ୍ରୀ ଜେନାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଉକ୍ତ ବିଦ୍ୟାଳୟରେ ସେ ଜଣେ ଆଦର୍ଶ ଶିକ୍ଷୟତ୍ରୀ ଭାବେ ପିଲା ମାନଙ୍କୁ ଉତ୍ତମ ଶିକ୍ଷା ଦାନ କରୁଥିଲେ ଏବଂ ମିଠା କଥା କହି ଛାତ୍ର ଛାତ୍ରୀଙ୍କ ମନ କିଣିବା ସହ ଗ୍ରାମବାସୀ ମାନଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ଆଜିର ଏହି ଅବସର କାଳୀନ ଦିବସରେ ବିଗତ ଦିନର ସ୍ମୃତିକୁ ମନେ ପକେଇବା ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ମଞ୍ଚ ଉପରେ ଏକ ବୈଠକର ଆୟୋଜନ କରାଯାଇଥିଲା । ଉକ୍ତ ମଞ୍ଚରେ ଶିକ୍ଷୟତ୍ରୀ ଙ୍କୁ ସ୍ମ୍ବର୍ଦ୍ଧନା କରିବା ସହିତ ପୁରୁଣା ଦିନର ସ୍ମୃତି କୁ ମନେ ପକାଇ ଶିକ୍ଷକ ମାନେ ଶୁ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଗ୍ରାମ୍ୟ କମିଟି ର କିଛି ସଦସ୍ୟ ମାନେ ଉକ୍ତ ଉତ୍ସବ ରେ ଯୋଗ ଦେଇଥିଲେ । ସମସ୍ତ ଶିକ୍ଷକ ଏବଂ ଗ୍ରାମ୍ୟ କମିଟି ର କିଛି ସଦସ୍ୟ ଓ ଛାତ୍ର ଛାତ୍ରୀ ମାନଙ୍କ ଗହଣରେ ସମ୍ବର୍ଦ୍ଧନା ଉତ୍ସବ ସୁଚାରୂପେ ସଂପାଦନ ହୋଇଥିଲା ।
ମନୋଜ କୁମାର ବାରିକଙ୍କ ରିପୋର୍ଟ AKN NEWS


