ବନ୍ୟ ପ୍ରାଣୀ ଓ ଜଙ୍ଗଲ ସୁରକ୍ଷାକୁ ବ୍ରତ କରିଥିବା ଅଧ୍ୟାପକ ସୁବାସ

(AKN NEWS):ସମ୍ଭବତଃ ୧୯୭୦ କିମ୍ବା ୭୧ ମସିହାର କଥା ।ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହର ତଳି ସାତକମା ଗ୍ରାମର କଥା ।ଯୁଗଳ କିଶୋର ନାୟକଙ୍କ ବାଡିପଟେ ଏକ ସମ୍ବରକୁ ଥୋକେ ଲୋକ ଠେଙ୍ଗା ବାଡି ଧରି ହୋ ହାଲ୍ଲା କରି ଗୋଡ଼ାଉ ଥିବା ଦେଖି ଯୁଗଳ କିଶୋରଙ୍କ କିଶୋର ପୁଅ ସୁବାସ ଆଶ୍ଚର୍ଯ୍ୟ ହୋଇଗଲା । ଫୁଟିଏ ମାଂସ ପାଇଁ ଦଳ ଦଳ ହୋଇ ଲୋକେ ଏକ ବନ୍ୟ ପ୍ରାଣୀ ପ୍ରତି ହିଂସା ଆଚରଣ ଟା ମାନା ଭିତରେ ଗଭୀର ଛପା ପକାଇ ଦେଲା ।ପାର ଦିନ ସେ ଶୁଣିବାକୁ ପାଇଲା ଦଶ,ବାର କିଲୋମିଟର ଦୁରସ୍ଥ ଗହ୍ମା ପାଲି ଗ୍ରାମରେ ସମ୍ବାରକୁ ଲୋକେ ମାରି ପକାଇଲେ । ଦୀର୍ଘ ଦଶ ବାର କିଲୋମିଟର ଦୂର ଯାଏ ଦୌଡ଼ି ଦୌଡ଼ି ସାତ କମା ଗ୍ରାମ ଲୋକେ ଗହ୍ମାପାଲି ଲୋକଙ୍କ ସଙ୍ଗେ ମିଶି ସଂବରକୁ ମାରି ଜନ ପିଛା ପାଏ ରୁ ବି କମ ମାଂସ ଆଣି ଖାଉ ଥିବା ଦୃଶ୍ୟ ଆଜି ବି ସେହି କିଶୋର ସୁବାସ ,ବଡ ହୋଇ ଅଧ୍ୟାପନାରୁ ଅବସର ନେଇଥିବା ସୁବାସ ନାୟକ ଙ୍କ ଆଖି ଜକେଇ ଯିବା ସେ ପ୍ରକାଶ କରନ୍ତି ।
ଠିକ୍ ସେହି ପରି ସମ୍ଭବତଃ ଅଷ୍ଟମ ବା ନବମ ଶ୍ରେଣୀ ରେ ପାଧୁ ଥିବା ବେଳେ ଛାଳ ପଟେଲ ନାମକ ଜଣେ ବୃଦ୍ଧ ଗାଁ ମୁଣ୍ଡରେ ବର ଗଛ ଟିଏ ଲଗାଉ ଥିବା ବେଳେ କିଶୋର ସୁବାସ ତାହା ଦେଖି ତାକୁ ପ୍ରଶଂସା କରିବାକୁ ତାଙ୍କ ପରାମର୍ଶ କ୍ରମେ ଖରା ଛୁଟି ବେଳେ ସେ ଗଛରେ ନିୟମିତ ପାଣି ଦେଇ ,ଦେଉ କେବେ ଯେ ସେ ବୃକ୍ଷ ପ୍ରେମୀ ହୋଇ ଗଲେ ସେ ବି ଜାଣନ୍ତି ନାହିଁ ବୋଲି ଆଜିକାର ମାଟି ପୁତ୍ର ଭାବରେ ଚର୍ଚ୍ଚିତ ସୁବାସ ନାୟକ ପ୍ରକାଶ କରନ୍ତି ।ଗାଁ ର ତିନୋଟି ସାହିର ଲୋକେ ତିନୋଟି ଜଙ୍ଗଲ ସୁରକ୍ଷା କରିଛନ୍ତି ।ସେ ଏମାନଙ୍କୁ ସହଯୋଗ କରନ୍ତି ।ଗାଁ ର ମହିଳା ମାନଙ୍କୁ ସଂଗଠିତ କରି ରାକ୍ଷୀ ପୂର୍ଣ୍ଣିମାରେ ଗଛ ମାନଙ୍କୁ ରାକ୍ଷୀ ବାନ୍ଧି ସ୍ତ୍ରୀ ଲୋକ ମାନଙ୍କ ଭିତରେ ବୃକ୍ଷ ପ୍ରେମ ସୃଷ୍ଠି କରିବାକୁ ସକ୍ଷମ ହୋଇଛନ୍ତି ।ପଡ଼ୋଶୀ ଚନ୍ଦିନୀ ମାଲ୍ ଗ୍ରାମରେ ଯୁବକ ସଂଘ ସ୍ଥାପନ କରି ତାଙ୍କ ସହାୟତା ରେ ୧୯୮୦ ମସିହାରେ ସହସ୍ରାଧିକ ବୃକ୍ଷ ରୋପଣ ଓ ତାକୁ ଯତ୍ନ ନେଇ କୂତ୍ରିମ ଜଙ୍ଗଲ ସୃଷ୍ଟି କରିଥିଲେ ।ଏଥି ପାଇଁ ଉକ୍ତ ହିରଧର୍ ଯୁବକ ସଂଘ ପ୍ରକୃତି ମିତ୍ର ହେବା ସହ ଜଣେ ଉତ୍ସାହିତ ଯୁବକ ସୁଗତ ପଟେଲ ପ୍ରକୃତି ବନ୍ଧୁ ପୁରସ୍କାର ରେ ପୁରସ୍କୃତ ହୋଇଥିଲେ । ଆଜି ପର୍ଯ୍ୟନ୍ତ ସେ ସମ୍ବଲପୁର,ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାରେ ଲକ୍ଷାଧିକ ବୃକ୍ଷ ରୋପଣ କରି ସାରିଥିବା ବେଳେ ଶତାଧିକ ଅନୁଷ୍ଠରେ ପ୍ରାୟ ହଜାରେ ଥର ଜନ ସଚେତନତା ସଭା କରି ବନ ଓ ବନ୍ୟପ୍ରାଣୀ ର ସୁରକ୍ଷା ପାଇଁ ଏକ ମାହୋଲ ସୃଷ୍ଟି କରି ପାରିଛନ୍ତି । ଏଥିସେ ନିଜେ ତିନି,ତିନି ଥର ପ୍ରକୃତି ବନ୍ଧୁ ପୁରସ୍କାର ଲାଭ କରି ପାରିଥିବା ବେଳେ ତାଙ୍କ ସହଯୋଗରେ ମଧ୍ୟ ବାର ଜଣ ସହଯୋଗୀ ପରିବେଶ ପ୍ରେମୀ ମଧ୍ୟ ପ୍ରକୃତି ବନ୍ଧୁ ପୁରସ୍କାର ଲାଭ କରିପାରିଛନ୍ତି ।ସେ ନିଜେ ଅଧ୍ୟକ୍ଷ ଥିବା କୁ ଟୁ ରା ଛୁଆଁ କଲେଜ୍ କୁ ବ୍ୟାପକ ବନି କରଣ ପାଇଁ ବନୀକରଣ ସମ୍ମାନ ରେ ସମ୍ମାନିତ କରାଇ ପାରିଥିବା ବେଳେ ସେ ଜଡ଼ିତ ଥିବା ଦଶ ଗୋଟି ରୁ ଉର୍ଦ୍ଧ୍ବ ଅନୁଷ୍ଠାନ ମଧ୍ୟ ପ୍ରକୃତି ମିତ୍ର ପୁରସ୍କାର ପାଇ ପାରିଛନ୍ତି ।ଅନ୍ୟ ପ୍ରାଣୀ ସୁରକ୍ଷା ପାଇଁ ମଧ୍ୟ ଶ୍ରୀ ନାୟକ କୁଚିଣ୍ଡା ଉପଖଣ୍ଡ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର ସହିତ ଝାରସୁଗୁଡାର ସମଲେଶ୍ଵରୀ ସାହିତ୍ୟ ସଂସଦ ଓ ଦେବଗଡ଼ରେ ବାମଣ୍ଡା ସାହିତ୍ୟ ସଂସଦ ପକ୍ଷରୁ ମଧ୍ୟ ପରିବେଶ ଯୋଦ୍ଧା ଭାବରେ ସମ୍ମାନିତ ହୋଇ ପାରିଛନ୍ତି । ସୁସହିତ୍ୟିକ ଓ ବିଶିଷ୍ଟ ସମାଜସେବୀ ଶ୍ରୀ ନାୟକଙ୍କ ଏହି ପରିବେଶ ସୁରକ୍ଷା ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ ସକାଶେ ତାଙ୍କୁ ସମସ୍ତ ଶ୍ରଦ୍ଧାର ସହ ମାଟି ପୁତ୍ର ଭାବରେ ସମ୍ବୋଧନ କରିଥାନ୍ତି ।
ବ୍ୟୁରୋ ରିପୋର୍ଟ AKN NEWS


