ଓଡିଶା ଖବର

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଙ୍କ କଳମପୁର ଗସ୍ତ. ମଁl ଙ୍କ ପାଇଁ ଗଛ ଟିଏ ଓ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ରେ ଯୋଗଦେଲେ

(AKN NEWS): କଲମପୁର ଜଙ୍ଗଲ ସୁରକ୍ଷା ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କଳାହାଣ୍ଡି ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ରବିବାର ଦ୍ୱିତୀୟ ଦିବସ ରେ ଭବାନୀପାଟଣା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଜଙ୍ଗଲ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିବା ଅଂଚଳକୁ କ୍ଷେତ୍ର ପ୍ରଦର୍ଶନ କରିଥିଲେ । ଏହା ପରେ ମନ୍ତ୍ରୀ ଜୁନାଗଡ଼ ବ୍ଲକ କୋଏଲ ଗାଁ ଠାରେ ୩୨ ହଜାର ଗଛ ଲଗାଯାଇ ଜଙ୍ଗଲ ସୃଷ୍ଟି କରାଯାଇଥିବା ଅଞ୍ଚଳ ପରିଦର୍ଶନ କରିଥିଲେ । ତାପରେ କଲମପୁର ବ୍ଲକ ଅଂଚଳ ଗସ୍ତ କରି ନିର୍ମାଲ୍ୟକ୍ଷେତ୍ର ପରିସରରେ ଏବଂ କଲମପୁର ମଣ୍ଡି ପରିସରରେ ଦକ୍ଷିଣ ବନଖଣ୍ଡ ପକ୍ଷରୁ ଅୟୋଜିତ ମା ଙ୍କ ନାମରେ ଗଛଟିଏ-୨.ଟି କାର୍ଯ୍ୟକ୍ରମ ରେ ଯୋଗ ଦେଇ ମନ୍ତ୍ରୀ ବୃକ୍ଷ ରୋପଣ କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସନ୍ତୁଳନ ପାଇଁ ମା ଙ୍କ ନାମରେ ଗଛଟିଏ ଏକ ଯୁଗାନ୍ତକାରୀ ପଦକ୍ଷେପ, ଓଡ଼ିଶାରେ ଗତ ବର୍ଷ ୬ କୋଟି ୬୫ ଲକ୍ଷ ଗଛ ଲଗାଯାଇଛି ଏବଂ ଚଳିତ ବର୍ଷ ୭.୫ କୋଟି ଗଛ ଲଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରକାଶ କରିଥିଲେ। ଏହାକୁ ସଫଳ କରିବା ପାଇଁ ଜନ ସଚେତନତା ର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଥିଲେ । କଳାହାଣ୍ଡି ରେ ସବୁଜ ପରିବେଶ ରହିଛି ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ୯ ଲକ୍ଷ ଗଛ ଲଗାଯିବ ବୋଲି ସେ ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ କଲମପୁର – ଥୁଆମୂଳ ରାମପୁର ସିଙ୍ଗାରି ଘାଟି ରାସ୍ତା ସମ୍ପର୍କରେ ପଚାରିବାରୁ ଆମେ ଏ ସମ୍ପର୍କରେ ଆଲୋଚନା କରିଛୁ ଶୀଘ୍ର କାମ ହେବାପାଇଁ ପ୍ରଚେଷ୍ଟା ଚାଲିଛି ବୋଲି ମନ୍ତ୍ରୀ କହିଥିଲେ l କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, କଳମପୁର ବ୍ଲକ ଅଧକ୍ଷ୍ୟl ଶ୍ରୀମତୀ ଜୋତିନାଏକ କଳାହାଣ୍ଡି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସନ୍ତୋଷ ଯୋଶୀ, ଉତ୍ତର ବନ ଖଣ୍ଡ ଅଧିକାରୀ ରମେଶ କୁମାର ,ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର କଲାଇଭାନନ୍ , ଜଙ୍ଗଲ ବିଭାଗ ର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଯୋଗ ଦେଇ ଥିଲେ । ପରବର୍ତ୍ତୀ ସମୟରେ ମଣ୍ଡି ପରିସରରେ ଆୟୋଜିତ ଏକ ମିଶ୍ରଣ ପର୍ବ ଏବଂ ଦଳୀୟ ସାଙ୍ଗଠନିକ ସଭାରେ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏବଂ ଧର୍ମଗଡ଼ ବିଧାୟକ ଯୋଗ ଦେଇଥିଲେ, ଏହି ମିଶ୍ରଣ ପର୍ବରେ ବ୍ଲକ ଅନ୍ତର୍ଗତ ୧୦ ଜଣ ସରପଞ୍ଚ ଏବଂ ତାଙ୍କ ଶତାଧିକ ସମର୍ଥକ ମନୋଜ ଶର୍ମା , ଚେରୁ ନାଏଖ, ଦିଲିପ ସାହୁ, ସୁଶିଲ ଜୈନ ,ଶେଷଦେବ ନାଏକ ଦୁଃଖି ମାଝି, ମଗସିର ପଟେଲ,ବୁଲୁ ମୁଣ୍ଡ,ତ୍ରୀନାଥ ଲହଜଲ,ସୁରେଶ ପଟେଲ ପ୍ରମୁଖ ଅନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଥିଲେ l

କଳାହାଣ୍ଡି ଜିଲ୍ଲା ରୁ ଟଙ୍କଧରବିହାରୀ ଙ୍କରିପୋଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!