ଓଡିଶା ଖବର

ନନ୍ଦହାଣ୍ଡି ତହସିଲ ରାଜସ୍ଵ ପରିଦର୍ଶକ ଙ୍କ ପାପଡାହାଣ୍ଡି ତହସିଲ ବଦଳି

ନନ୍ଦାହାଣ୍ଡି (AKN NEWS):ଡଙ୍ଗରଭେଜାସ୍ଥାନୀୟ ନନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟ ର ରାଜସ୍ଵ ପରିଦର୍ଶକ ଶ୍ରୀ ମହମ୍ମଦ ଜାଭେଦ ଆଖତର ଙ୍କ ପାପଡାହାଣ୍ଡି ତହସିଲ ବଦଳି ହୋଇଅଛି । ଜିଲ୍ଲାପାଳ ଙ୍କ ଅନୁଷ୍ଠାନ ବିଭାଗ ର ବିଜ୍ଞପ୍ତି ସଂଖ୍ୟା ୮୭୩୩ ତା ୧୬.୦୬.୨୦୨୫ ପ୍ରକାରେ ରାଜସ୍ଵ ପରିଦର୍ଶକ ଶ୍ରୀ ଆଖତର ଙ୍କ ପାପଡାହାଣ୍ଡି ତହସିଲ ରେ ବଦଳି ଏବଂ ତାଙ୍କ ସ୍ଥାନ ରେ ଶ୍ରୀ ପ୍ରଶାନ୍ତ ଦାଶ ଙ୍କ ବଦଳି ଆଦେଶ ପ୍ରକାଶ ପାଇଥିଲା। ୧୮.୦୭.୨୫ ତାରିଖ ରେ ନବରଙ୍ଗପୁର ତହସିଲ ରୁ ରିଲିଭ୍ ହୋଇ ରାଜସ୍ୱ ପରିଦର୍ଶକ ଶ୍ରୀ ଦାଶ, ନନ୍ଦାହାଣ୍ଡି ତହସିଲ ରେ ଯୋଗଦାନ କରିବା ପରେ ଏଠାରେ କାର୍ଯ୍ୟରତ ରାଜସ୍ଵ ପରିଦର୍ଶକ ଶ୍ରୀ ଆଖତର ଙ୍କୁ ରିଲିଭ କରଯାଇଥିଲା।ନନ୍ଦାହାଣ୍ଡି ତହସିଲ ରୁ କାର୍ଯ୍ୟମୁକ୍ତ ହେବା ପରେ ତହସିଲ ର ସମସ୍ତ କର୍ମଚାରୀ ମାନେ ତହସିଲ କାର୍ଯ୍ୟାଳୟ ପରିସର ରେ ଏକତ୍ରିତ ହୋଇ ବିଦାୟ ଜଣାଇ ଥିଲେ। ତହସିଲଦାର ଶ୍ରୀ ଚନ୍ଦ୍ରଦାସ ମହାନନ୍ଦିଆ, ଶ୍ରୀ ଆଖତର ଙ୍କ କାର୍ଯ୍ୟକାଳ ରେ ବିତେଇ ଥିବା ଅନେକ ସ୍ମୃତିକୁ ସାଉଁଟି ଥିଲେ। ସେ ଏକ କର୍ମଠ, ସ୍ୱଚ୍ଛଳ, ଲୋକ ଉପକାରୀ ଅଧିକାରୀ ଭାବରେ ବେଶ ପରିଚିତ ଥିଲେ। ତାଙ୍କ ୩ ବର୍ଷ ୮ ମାସ କାର୍ଯ୍ଯକାଳ ରେ ନନ୍ଦାହାଣ୍ଡି ତହସିଲ ରେ ବହୁତ ଉନ୍ନୟନ ମୁଳକ କାର୍ଯ୍ୟ ତ୍ଵରାନିତ ହେଇଥିଲା ଯଥା ଜୟପୁର- ନବରଙ୍ଗପୁର ରେଳ ପଥ ରେ ସରକାରୀ ଜମି ହସ୍ତାନ୍ତର କାର୍ଯ୍ୟ ବି ମାଲିଗୁଡ଼ା, ସରୁଗୁଡ଼ା- ସାଗରମୁଣ୍ଡା ରାସ୍ତା ର ଜବରଦଖଲ ଉଚ୍ଛେଦ କରାଯାଇ ପ୍ରଶସ୍ତି କରଣ, ତହସିଲ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ କୁ ପଟ୍ଟା ପ୍ରଦାନ , ରାଜ୍ୟ ସରକରଙ୍କ ୨ ଖାନା ସଂଶୋଧନ ଭଳି ପ୍ରମୁଖ କାର୍ଯ୍ଯ ସହ ସରକାର ଙ୍କ ତରଫ ରୁ ଦିଆ ଯାଉଥିବା ବିଭିନ୍ନ ରାଜସ୍ଵ ସେବା ଜନସାଧାରଣ ଙ୍କୁ ତ୍ୱରିତ୍ ପ୍ରଦାନ ପାଇଁ ସର୍ବଦା ପ୍ରୟାସ କରୁଥିଲେ। ଶ୍ରୀ ଆଖତର ଙ୍କ ଭଳି ଏକ କର୍ମଠ, ସ୍ୱଚ୍ଛଳ, ଲୋକ ଉପକାରୀ ଅଧିକାରୀ ଙ୍କ ବଦଳି ରେ ତହସିଲ ର ସମସ୍ତ କର୍ମଚାରୀ ତାଙ୍କ କାର୍ଯ୍ୟ କୁ ଭୁରି ଭୁରି ପ୍ରଶଂସା କରିଥିଲେ ଏବଂ ଅଧିକାରୀ ଙ୍କ ବଦଳି ଖବର ଏକ ଭାବବିହ୍ୱଳ ବାତାବରଣ ସୃଷ୍ଟି କରିଥିଲା।ଆଗାମୀ କାର୍ଯ୍ୟକାଳ ନିମନ୍ତେ ସବୁ କର୍ମଚାରୀ ତାଙ୍କୁ ଶୁଭକାମନା ଜ୍ଞାପନ ଜଣାଇ ଥିଲେ। ଅତିରିକ୍ତ ତହସିଲଦାର ଶ୍ରୀ ବିଶ୍ୱଜିତ କର୍କରା, ବିଭାଗୀୟ ଅଧିକାରୀ, ଶ୍ରୀମତି ରୁକ୍ମଣୀ ଜାନି, ବରିଷ୍ଠ ରାଜସ୍ୱ ସହାୟକ, ଶ୍ରୀମତି ଜ୍ୟୋସ୍ନା ଚୌଧୁରୀ, କୁନ୍ତୀ ସୌରା, ନିଲାଞ୍ଚଳ ମାଝୀ, ତ୍ରିଲୋଚନ ମୁଦୁଲି,କନିଷ୍ଠ ରାଜସ୍ୱ ସହାୟକ ସୁମିତ ପଟ୍ଟନାୟକ, ଅଚ୍ୟୁତ ସାହୁ, ଆଶ୍ଵିନ ରଥ, ମୀତେଶ ଜାନି, ଡି ଇ ଓ ଅରୁଣ ବିଶୋଇ, ଅରୁଣ ଦାଶ ପିଅନ ଗଣେଶ୍ୱର ପଣ୍ଡା, ସୁଜାତା ଗୌଡ଼, ବଳରାମ ହରିଜନ, ଧନୁର୍ଜୟ, ରାଜେଶ ଏବଂ ନନ୍ଦାହାଣ୍ଡି ତହସିଲ ରାଜସ୍ବ ମଣ୍ଡଳ ର ରାଜସ୍ବ ନିରୀକ୍ଷକ, ବିଶ୍ୱଜିତ ଦାଶ, ଖେମରାଜ ପୂଜାରୀ,ସହାୟକ ରାଜସ୍ବ ନିରୀକ୍ଷକ, ମଞ୍ଜୁଲତା ନାୟକ, ଲୋକେଶ ମଣ୍ଡଳ, ତେଜକର ବିଶ୍ୱାସରାୟପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!