ଓଡିଶା ଖବର

ଅବସର ପ୍ରାପ୍ତ ବରିଷ୍ଠ ଆଦର୍ଶ ଶିକ୍ଷକ ସ୍ବର୍ଗତ ରାମଚନ୍ଦ୍ର ଜେନାଙ୍କ ଦ୍ୱାଦଶାହ ଦିବସ ଅବସରରେ ସ୍ମୃତି ଚାରଣ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ।

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ କୃଷ୍ଣ ପ୍ରସାଦ ଗଡର ବରିଷ୍ଠ ଆଦର୍ଶ ଶିକ୍ଷକ ସ୍ବର୍ଗତ ରାମଚନ୍ଦ୍ର ଜେନାଙ୍କ ପରଲୋକ ହୋଇଥିବା ବେଳେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ସେ କେବଳ ଜଣେ ଶିକ୍ଷକ ନ ଥିଲେ ସେ ଥିଲେ ପାରିକୁଦ ଅଞ୍ଚଳର ଜଣେ ଆଦର୍ଶ ବ୍ୟକ୍ତିତ୍ଵ ଶିକ୍ଷକତା ଜୀବନ ଭିତରେ ରାଜନୀତି ଠାରୁ ଆରମ୍ଭ କରି ନିଃସ୍ୱାର୍ଥ ପର ଭାବରେ ସଭା ସମିତିରେ ନ୍ୟାୟ ନିସାବ କରିବା ଏବଂ ଅଞ୍ଚଳର ବିକାଶ ଦିଗରେ କାର୍ଯ୍ୟ କରିବା ସହିତ ସାଂଗଠନିକ କ୍ଷେତ୍ରରେ ଜଣେ ଦୃଢ଼ ସଂଗଠକ ଥିଲେ । ଏଥି ସହିତ ଚିଲିକା ଗାନ୍ଧୀ ଉଦୟ ନାଥ ଜେନା ଙ୍କ ଅନୁସରଣରେ ଗାନ୍ଧିବାଦୀ ନୀତିର ପଥ ପ୍ରଦର୍ଶକ ଥିଲେ । ଏହିଭଳି ଜଣେ ସର୍ବ ଗୁଣ ସମ୍ପନ୍ନ ବ୍ୟକ୍ତିତ୍ଵଙ୍କୁ ହରାଇ ବନ୍ଧୁ ବର୍ଗଙ୍କ ସହ ଅଞ୍ଚଳବାସୀ ବେଶ୍ ମର୍ମାହତ ହୋଇପଡିଛନ୍ତି । ଏଥି ସହିତ ତାଙ୍କର ଏକ ମାତ୍ର ପୁତ୍ର ଶିକ୍ଷକ ବିଭୁ ନାରାୟଣ ଜେନା ଓ ପୁତୁରା ଶ୍ରୀଯୁକ୍ତ ପୁଲିନି ବିହାରୀ ଜେନାଙ୍କ ନେତୃତ୍ବରେ ଦ୍ୱାଦଶାହ ଦିବସ ଅବସରରେ ପ୍ରାକ୍ତନ ଅଧକ୍ଷ ଶ୍ରୀଯୁକ୍ତ ନୀଳକଣ୍ଠ ତ୍ରିପାଠୀ ଙ୍କ ପୌରହିତ୍ୟରେ ଏକ ସ୍ମୃତି ଚାରଣ ସଭା ଆୟୋଜନ କରାଯାଇଥିଲା ଉକ୍ତ ସଭାରେ ବିଶିଷ୍ଟ ସମ୍ମାନିତ ଅତିଥି ପୂର୍ବତନ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସ୍ ବର୍ମା, ଏବଂ ପୂର୍ବତନ ଖଣିମନ୍ତ୍ରୀ ପୂର୍ବତନ ବାଚସ୍ପତି ଏବଂ ଅନୁଗୁଳ ଜିଲ୍ଲାର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରଜନୀକାନ୍ତ ସିଂ ତତ୍ ସହିତ ଓଡ଼ିଶାର ଶିକ୍ଷକ ମାନଙ୍କର ସମ୍ପାଦକ ଓ ନେତା ଶ୍ରୀଯୁକ୍ତ ପ୍ରକାଶ ମାହାନ୍ତି, ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶ୍ରୀଯୁକ୍ତ ପ୍ରମୋଦ କୁମାର ପରିଡ଼ା ମଞ୍ଚ ପରିଚାଳନା କରିଥିବା ବେଳେ କୃଷ୍ଣ ପ୍ରସାଦ ବ୍ଲକ ଅଞ୍ଚଳର ମାନ୍ୟଗଣ୍ୟ ସମ୍ମାନିତ ବ୍ୟକ୍ତି ମାନଙ୍କ ମଧ୍ୟରେ ପୂର୍ବତନ ଚ୍ୟାରମ୍ୟାନ ଶ୍ରୀଯୁକ୍ତ ଲକ୍ଷ୍ମୀଧର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଶ୍ରୀମତୀ ପ୍ରଭାତୀ ପ୍ରଧାନ ,ପ୍ରଦୀପ ଦାସ, ହେମନ୍ତ କୁମାର ଜେନା ,ହୃଷି ଜେନା, ରମେଶ ତରେଇ ଗାଣ୍ଡୁ ବିଶ୍ଵାଳ, ସୁକାନ୍ତ ବିଶ୍ଵାଳ, ଏବଂ ପାରିକୁଦ ଅଞ୍ଚଳର ଆଧ୍ୟାତ୍ମିକ ପ୍ରବକ୍ତା ଶ୍ରୀ ପ୍ରଦୀପ କୁମାର ଜେନା, କାଶୀନାଥ ଜେନା, ପ୍ରଶାନ୍ତ କୁମାର ପଳେଇ, ବାବୁଲି ନାୟକ, ବିଭୂତି ଭୂଷଣ ବାରୀକି, କବି ବିଦ୍ୟାଧର ପ୍ରଧାନ, ମନୋଜ କୁମାର ବାରିକ, ଏବଂ ପାଞ୍ଚ ମୌଜା ସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା, ବିଜୟ ସାହୁ ଙ୍କ ସମେତ ଅନେକ ଭଦ୍ର ବ୍ୟକ୍ତି ଓ ଶହ ଶହ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ଏବଂ ରାଜକିଶୋର ସାହୁ ଭଜନ ପରିବେଷଣ କରିଥିବା ବେଳେ ବ୍ଲକର ସମସ୍ତ ହାଇସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହିତ ଝିଅ ଜ୍ବାଇଁ ନାତି ନାତୁଣୀ ଓ ଭଣଜା ବାଣିଜି ମାନେ ମିଶି ସ୍ବର୍ଗତ ଜେନାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରିଶେଷରେ ଗୋଦାବରୀଶ ମହା ବିଦ୍ୟାଳୟର କାର୍ଯ୍ୟରତ ମନୋବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ପୁଲିନୀ ବିହାରୀ ଜେନା ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!