ଓଡିଶା ଖବର

ଦିନ ଦ୍ୱିପହରେ ନାଙ୍ଗାଗୁଡ଼ାସ୍କୁଲ ବନ୍ଦ ଆଦିବାସୀ ଅଞ୍ଚଳର ଶିକ୍ଷା ଉନ୍ନତିକୁ ଲାଗିଲା ଝଟକା 

(AKN NEWS):ନବରଙ୍ଗପୁର ଆଦିବାସୀ ଅଧୁଷିତ ଜଙ୍ଗଳ ବେଷ୍ଠିତ ବେହେଡ଼ା ପଞ୍ଚାୟତର ନାଙ୍ଗାଗୁଡ଼ା ଗାଁର ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ମନମାନି ଚରିତ୍ର ଯୋଗୁ ଶିକ୍ଷା ବ୍ୟବସ୍ଥା ଆଉ ଥରେ ପ୍ରଶ୍ନ ଚିହ୍ନ ମୁହଁ ଆଗକୁ ଆସିଛି। ସମ୍ପ୍ରତି ଦିନ ଦୁଇଟା ୧୬ ମିନିଟ ମାତ୍ର ପାଠ ପଢ଼ାଇ ସେ ସ୍କୁଲକୁ ତାଳା ଲଗାଇ ଗାଁ ଦାଣ୍ଡରେ ବୁଲୁଥିବା ଦେଖାଯାଇଛି। ଏହା ଦେଖି ସ୍ଥାନୀୟ ଲୋକ ଓ ଗାଁର ବୁଦ୍ଧିଜୀବୀ ମାନେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଏହି ଘଟଣା ସମୟରେ କଲେଷ୍ଟାର ନିରୀକ୍ଷକ (CRCC) ବିଷ୍ଣୁ ସାହୁଙ୍କ ଫୋନ ଯୋଗେ ସ୍କୁଲ ଆଜି ଛୁଟି କି କାରଣ ପଚାରିଲାରୁ , CRCC ଉଲଟା ପ୍ରଶ୍ନ କରି କହିଲେ, “ତମେ କିଏ? ଘର କଉଠି? ରାଇଘର ଲୋକ ସେଠି କାହିଁକି ଯାଇଛ?” ଯେତେବେଳେ ଆମେ ନ୍ୟୁଜ ରିପୋର୍ଟର ବୋଲି ଚିହ୍ନଟ କଲୁ, ସେତେବେଳେ ସେ ଫୋନ କାଟି ଦେଲେ। ଏହା ପରେ ସେହି ସ୍କୁଲର ଶିକ୍ଷକ ଗାଁ ମଝିରୁ ଆସି କହିଲେ ଯେ,ସେ ସ୍କୁଲ ସଭାପତିଙ୍କ ସହ ଆଲୋଚନା ପାଇଁ ଯାଇଥିଲି ବୋଲି କହିଲେ କିନ୍ତୁ ଗ୍ରାମର ବଧ୍ରବେକ୍ତି ଙ୍କୁ ପଚାରି ବୁଝିବାରୁ କହିଲେ ସଭାପତି ସକାଳୁ ଚାଷ କାମରେଯାଇଛନ୍ତି ବୋଲି କହିଲେ ଆମେ ତାଙ୍କ ଘରକୁ ଯାଇ ଜାଣିବାକୁ ପାଇଥିଳୁ ସଭାପତି ଙ୍କ ଘରେ ଚାବି ପଡିଛି ଘରେ କେହି ନ ଥିଲେ , ଘରର ଦରୱାଜ଼ା ଓ ଫାଟକ ସବୁ ଚାବି ପଡିଥିଲା।ସ୍ଥାନୀୟ ଗାଁ ଲୋକଙ୍କ କହିବା କଥା ଆଜି ମୁଁ ଘରେ ପୁଅକୁ ପଚାରିଲାରୁ ସାର ସ୍କୁଲ ଛୁଟି ବୋଲି କହିଲା ପୁଅ ଏହି ପ୍ରକାର ଅନୁଶାସନ ଭଙ୍ଗ ଏବଂ ଅନୁତ୍ତରଦାୟୀତା ପାଇଁ ଶିକ୍ଷା ପ୍ରଣାଳୀରେ ଅସୁବିଧା ସୃଷ୍ଟି ହେଉଛି। ଲୋକମାନେ କହିଲେ, ଜଙ୍ଗଳ ଅଞ୍ଚଳ ଓ ଅନ୍ଧାର ଅବସ୍ଥାର ଫାଇଦା ଉଠାଇ କିଛି ଶିକ୍ଷକ ଏଭଳି ମନମାନି କରୁଛନ୍ତି, ଯାହା ଚାଷୀ ଓ ଦିନକାମିଆ ଲୋକଙ୍କ ଶିଶୁମାନଙ୍କ ଶିକ୍ଷାକୁ ଗୁରୁତର କ୍ଷତି ପହଞ୍ଚାଉଛି।ଗାଁର ବୁଦ୍ଧିଜୀବୀ ଓ ବୃଦ୍ଧ ସିଆନ ସିଆଣୀମାନେ କହିଲେ, “ଯଦି ଏଭଳି ଅନୁଶାସନ ଭଙ୍ଗ ଓ ଦାୟିତ୍ୱ ହୀନତା ଉପରେ ରୋକ ନ ଲାଗିବ, ତେବେ ଗାଁ ଗାଁର ଶିକ୍ଷା ବ୍ୟବସ୍ଥା ଅନ୍ଧକାରରେ ଚାଲିଯିବ।”ଗାଁ ଲୋକ ଭୟ ଯୋଗୁ ଆମ ଗଣମାଧ୍ୟମର କେମେରା ଆଗରେ ମତ ଦେବାକୁ ଚାହାନ୍ତି ନାହିଁ। କିନ୍ତୁ ସମସ୍ତଙ୍କ ମଧ୍ୟରେ ଏକ ଆଶା ଅଛି ଯେ ଉଚ୍ଚ ସ୍ତରର ତଦନ୍ତ ଏବଂ ପ୍ରସ୍ତାବିତ ନୀତି ମାଧ୍ୟମରେ ଏହି ପରି ଶିକ୍ଷକଙ୍କ ମନମାନି ଚରିତ୍ର ଉପରେ ଅଂଶତଃ ରୋକ ଲାଗିପାରିବ।ଆଗାମୀ ଦିନରେ ସରକାରୀ ପକ୍ଷରୁ ଏହା ଉପରେ କୌଣସି ପଦକ୍ଷେପ ନିଆଯିବ କି ନାହିଁ ସେଥି ପାଇଁ ଅଞ୍ଚଳବାସୀ ଦେଖିବାକୁ ଆସା କରୁଛନ୍ତି।

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!