ଓଡିଶା ଖବର

କର୍ମକ୍ଷେତ୍ରରେ ମହିଳା ଯୌନ ଶୋଷଣ ନିଷେଧ,ନିବାରଣ ଓ ନିରାକରଣ ଆଇନ ୨୦୧୩ ସମ୍ବନ୍ଧୀୟ ତାଲିମ ଶିବିର

(AKN NEWS):ନବରଙ୍ଗପୁର କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯ୍ୟାତନା ନିଷେଧ, ନିବାରଣ ଓ ନିରାକରଣ ଆଇନ ୨୦୧୩ ସମ୍ବନ୍ଧିୟ ଜିଲ୍ଲାସ୍ତରୀୟ ଏକଦିବସିୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀ ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି କାର୍ଯ୍ୟକ୍ରମ ଉପରେ ନିଜର ସୁଚିନ୍ତିତ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ। ଏତଦ୍ ବ୍ୟତୀତ ଅତିରିକ୍ତ ଜିଲ୍ଲାପାଳ( ସାଧାରଣ), ମୁଖ୍ୟ ଉନ୍ନୟନ ଅଧିକାରୀ( ଡି ଆର ଡି ଏ), ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ପୋଲିସ ମହିଳା( ଡି ଏସ ପି), ଜିଲ୍ଲା ଓ ବ୍ଲକ ସ୍ତରୀୟ ସମସ୍ତ ବିଭାଗର ଅଧିକାରୀ ବୃନ୍ଦ, ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟରୁ ଆସିଥିବା ଅଧ୍ୟକ୍ଷ ଓ ପ୍ରଧାନଶିକ୍ଷକ ବୃନ୍ଦ,ବିଭିନ୍ନ ବେସରକାରୀ ଓ ଏନ ଜି ଓର କର୍ମକର୍ତାଗଣ ଯୋଗଦାନ କରିଥିଲେ।ଏହି ତାଲିମ ଶିବିରରେ ମହିଳା ଆଇନଜୀବି କିଶୋରୀ ପଟ୍ଟନାୟକ ଓ ଅନୁପମା ଗନ୍ତାୟତ, ସମାଜସେବୀ ତଥା ଅଭିଯୋଗ କମିଟି ସଦସ୍ୟା ମନୋରମା ମାଝୀ ଓ ୱାନ ଷ୍ଟପ ସେଣ୍ଟର(ସଖୀ)ର ମୁଖ୍ୟ ରଞ୍ଜିତା ସାହୁ ସାଧନ କର୍ମୀ ଭାବେ ଯୋଗଦାନ କରି କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ନିବାରଣ ଆଇନର ଲକ୍ଷ ଓ ଉଦେଶ୍ୟ ବୁଝାଇଥିଲେ।ଏହା ସହ କର୍ମସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡନ ରୋକିବା ପାଇଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଓ ସ୍ଥାନୀୟ ଅଭିଯୋଗ କମିଟିର ଗଠନ ଓ କାର୍ଯ୍ୟ ପ୍ରକ୍ରିୟା ତଥା କମିଟି ସଦସ୍ୟଙ୍କ ଦାଇତ୍ୱ ଓ କର୍ତ୍ତବ୍ୟ ବିଷୟରେ ବୁଝାଇଥିଲେ।ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଦ୍ରୋପତି କହଁରଙ୍କ ତତ୍ୱାବଧାନରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତି ରମା ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!