ଓଡିଶା ଖବର

ଗୋଲାମୁଣ୍ଡା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ୟୁଏଏସ ବାତିଲ ଦାବିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ ।

(AKN NEWS):ଦେଶର ଭବିଷ୍ୟତ ଗଢୁଥିବା ବିନ୍ଧାଣି, ମଣିଷ ଗଢୁଥିବା କାରଖାନା ରେ ମସଗୁଲ ରେ ଶିକ୍ଷଣ କାର୍ଯ୍ୟ ତୁଳାଇଥାଏ। ନିଜ ଅଧିକାର କ୍ଷୁର୍ଣ୍ଣ ହେଲା ଭଲି ପରିସ୍ଥିତିରେ ସରକାରଙ୍କୁ ଗୁହାରି କରେ, ପରିଶେଷରେ ନିଜକୁ ଆନ୍ଦୋଳନରେ ସାମିଲ୍ କରେ।। ଏଭଳି ଏକ ପରିସ୍ଥିତି ଗୋଲାମୁଣ୍ଡା ବ୍ଲକ ରେ ଦେଖିବାକୁ ମିଳିଛି। ସମସ୍ତେ ଅନଲାଇନ୍ ରେ ଶିକ୍ଷକ, ଛାତ୍ର ଛାତ୍ରୀଙ୍କ ଉପସ୍ଥାପନା ଓ ତଥ୍ୟ ଠିକ୍ ସମୟରେ ପ୍ରଦାନ କରିବା ପାଇଁ ସରକାର ୟୁଏଏସ ଲାଗୁ କରିବାକୁ ଯାଉଛନ୍ତି।ବିଦ୍ୟାଳୟରେ ଆବଶ୍ୟକୀୟ ଭିଭିଭୂମି ନଥାଇ ୟୁ.ଏ.ଏସ୍ ଲାଗୁ କରିବା ବିଭାଗୀୟ ଦୂରଦୃଷ୍ଟିର ଅଭାବ ବୋଲି କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଥିବା ବେଳେ ଏହି ପରିପ୍ରେକ୍ଷୀରେ ଗୋଲାମୁଣ୍ଡା ଶିକ୍ଷକ ସଙ୍ଘ ପକ୍ଷରୁ ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସମସ୍ତ ପ୍ରକାର ଭିତ୍ତି ଭୂମି, ପ୍ରଧାନ ଶିକ୍ଷକ,ଅନ୍ୟାନ୍ୟ ଶିକ୍ଷକ ପଦବୀ ପୂରଣ ନ ହେବା ଯାଏଁ ୟୁ ଏ ଏସ ବ୍ୟବସ୍ଥା ସ୍ଥଗିତ ରଖାଯାଉ, ପ୍ରାଥମିକ ଶିକ୍ଷକ ମାନଙ୍କୁ ବିନା ଓ ଟି ଇ ଟି ପରୀକ୍ଷାରେ ପଦୋନ୍ନତି ପ୍ରଦାନ, ପ୍ରାଥମିକ ଶିକ୍ଷକ ମାନଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ,ପ୍ରାଥମିକ ବିଦ୍ୟାଳୟ ରେ ନିୟୋଜିତ ଠିକା ଶିକ୍ଷକ ଙ୍କୁ ନିୟମିତ କରିବା ଭଳି ବିଭିନ୍ନ ଦାବୀ ରହିଛି।ଦାବିପତ୍ର ପ୍ରଦାନ ସମୟରେ ସଭାପତି ଭାବରେ ରମେଶ କୁମାର ସାହୁ, ସଂପାଦକ ସୁନୀଲ ଖାନସମା, କୋଷାଧ୍ୟକ୍ଷ ପୂର୍ଣ୍ଣ ପୁଝାରୀ, କନିଷ୍ଠ ଶିକ୍ଷକ ସଙ୍ଘ ସଭାପତି ଲଲାତେନ୍ଦୁ ରାଉତ, ଶିକ୍ଷକ ଶିବ ସୁନାନୀ, ଗମ୍ଭିରୀ ନାଏକ, ତରଙ୍ଗ ଚଣ୍ଡି, ମୋହନ ବିଶି ସମେତ ଅନେକ ଶିକ୍ଷକ ଉପସ୍ଥିତ ଥିଲେ।

dhramgarh upa khanda ru shyam sundar agrawal AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!