ଓଡିଶା ଖବର

କୁନ୍ଦୁରା ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

କୁନ୍ଦୁରା(AKN NEWS):କୁନ୍ଦୁରା ବ୍ଲକ କାର୍ଯ୍ଯାଳୟ ସଭାଗୃହ ଠାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଉପସ୍ଥିତ ରହି ୫୦ ଟି ଅଭିଯୋଗ ଶୁଣାଣୀ କରିଛନ୍ତି I ଉପ ଜିଲ୍ଲାପାଳ ଏ ଶଶ୍ୟା ରେଡ୍ଡୀ, ଏସ୍ ପି ରୋହିତ ବର୍ମା, ସି ଡି ଓ ବେଣୁଧର ଶବର, ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜା ପ୍ରମୁଖ ମଞ୍ଚାସୀନ ଥିଲେ l ବି ଡି ଓ ପି. ମନସ୍ମିତା, ତହସିଲଦାର ବିନୋଦ କୁମାର ନାଏକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ଯା କନକଲତା ପେଣ୍ଠିଆଙ୍କ ସମେତ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ସମସ୍ତ ସରପଞ୍ଚ ,ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ l ଆଜିର ଅଭିଯୋଗ ଶୁଣାଣୀରେ ଗୋଷ୍ଠୀଗତରେ ମସିଗାଁ ପଞ୍ଚାୟତରେ ନେଟୱାର୍କ ସମସ୍ୟା, କୁନ୍ଦୁରା ଜଗନ୍ନାଥ ମନ୍ଦିର ରାସ୍ତାର ଉନ୍ନତିକରଣ, ବାଣୁଆଗୁଡ଼ାରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ, ବରଗୁଡ଼ାରେ ହୋମିଓପାଥି ଚିକିତ୍ସାଳୟ ଗୃହ ନିର୍ମାଣ, ବ୍ଲକ କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ପୂରଣ, ରାଣୀ ଗୁଡ଼ା ଏକଲବ୍ୟ ବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ,ମେଟ୍ରୋନ ଓ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ସହ ବିଦ୍ୟୁତ୍ ସଂଯୋଗ, ବାଲିବେଢ଼ା ଛକ ଠାରୁ ଆମ୍ବଗୁଡ଼ା ଛକ ପର୍ଯ୍ୟନ୍ତ ରାସ୍ତାର ମରାମତି, ଗୁଣ୍ଡାଳ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀ ହଷ୍ଟେଲ ଖୋଲିବା, ବେହେରା ଗୁଡ଼ା ଛକ ଠାରୁ କଟ୍ରିଗୁଡ଼ା ରାସ୍ତା ଉନ୍ନତିକରଣ, ଲିମା କୁରୁଲୁ ନଦୀରେ ଚେକ୍ ଡ୍ୟାମ ନିର୍ମାଣ, ବାଗଦେରୀ ମଣ୍ଡିରେ ରାସ୍ତା ଓ ଖୋଳା ନିର୍ମାଣ, ଚାଷୀ ବିଭିନ୍ନ ସମସ୍ଯା କୁ ନେଇ କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ ଦାବୀପତ୍ର ପ୍ରଦାନ, ନୂତନ ପୋଲ ନିର୍ମାଣ, ନଳକୂପ ମରାମତି, ସୋଲାର ଲାଇଟ୍ ମରାମତି, ଜବାପଦର ଠାରେ ଉପ ସ୍ଵାସ୍ଥ୍ୟକେନ୍ଦ୍ର ଓ ପି ଡି ଏସ୍ ଗୋଦାମ୍ ଗୃହ ନିର୍ମାଣ, ଡ୍ରେନ୍ ଓ ସି ସି ରାସ୍ତା ନିର୍ମାଣ, କେରମେଟି ମାଉଲି ମନ୍ଦିର ନିର୍ମାଣ, ପାଇପ୍ ଜଳ ଯୋଗାଣ ଆଦି ରହିଥିଲା l ବ୍ୟକ୍ତିଗତରେ ଜମିଜମା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା, ରାସନ କାର୍ଡ, ଅନ୍ତୋଦୟ କାର୍ଡ, ଘରବାରି ଜମି ଚିହ୍ନଟି କରଣ, ବୋରୱେଲ୍ ଖନନ ଆଦି ରହିଥିଲା l ଗୋଷ୍ଠୀଗତ ୨୯ ଓ ବ୍ୟକ୍ତିଗତ ୨୧ ସମୁଦାୟ ୫୦ ଟି ଅଭିଯୋଗ ରହିଥିଲା l ସମସ୍ତ ଅଭିଯୋଗ ଶୁଣିବା ପରେ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଯେଉଁ ସବୁ ସମସ୍ୟାର ସମାଧାନ ହୋଇ ପାରିବ ଯେଉଁ ସବୁ ହୋଇ ନ ପାରିବ ସେ ସବୁର ଲିଖିତ ଭାବେ ଜିଲ୍ଲାପାଳଙ୍କୁ ଜଣାଇବାକୁ ଜଣାଇବାକୁ ନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳ କହିଛନ୍ତି l ଅଭିଯୋଗ ଶୁଣାଣି ପରେ ମିଶନ ଶକ୍ତି ପକ୍ଷରୁ ବ୍ଲକର ୩୨ ଟି ଏସ୍ ଏଚ୍ ଜି କୁ ସମୁଦାୟ ୧ କୋଟି ୪୮ ଲକ୍ଷ ୫୦ ହଜାର ଟଙ୍କାର ମିଶନ ଶକ୍ତି ଋଣର ଚେକ୍ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ଓ ସମସ୍ତ ମଞ୍ଚାସୀନ ଅଧିକାରୀ l ଆଜି ବ୍ଲକର ବିଭିନ୍ନ ପଞ୍ଚାୟତରୁ ୧୧ ଟି ଏସ୍ ଏଚ୍ ଜିର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହି ସେମାନଙ୍କ ଚେକ୍ ଗ୍ରହଣ କରିଥିବା ସୂଚନା ଦେଇଛନ୍ତି ବି ପି ସି ବିନୋଦ କୁମାର ବିଶୋୟୀ I ଆଜି ଥିଲା ନୂତନ ଜିଲ୍ଲାପାଳଙ୍କ ପ୍ରଥମ କୁନ୍ଦୁରା ବ୍ଲକ ଗସ୍ତ I ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଥାନା ଅଧିକାରୀ ଅଶ୍ୱନୀ କୁମାର ପଟ୍ଟନାୟକଙ୍କ ନେତୃତ୍ଵରେ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ l

 କୁନ୍ଦୁରା ରୁ ବିଜୟ ପାଙ୍ଗି ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!