ନବରଙ୍ଗପୁର ଠାରେ ବିଶ୍ୱ ଆଦିବାସୀ ଦିବସ ପାଳନ।

ନବରଙ୍ଗପୁର( AKN NEWS):ଆଜି ନବରଙ୍ଗପୁର ସଦର ମହକୁମ୍ମା ଠାରେ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ତରଫରୁ ବିଶ୍ଵ ମୂଳନିବାସୀ ଦିବସ (World indigenous Day) ବା ଆଦିବାସୀ ଦିବସ ପାଳନ କରାଯାଇଛି ।
ସଂଗଠନର ଜିଲ୍ଲା ସମ୍ପାଦକ ରାଜେଶ୍ ଜାନୀ ଙ୍କ ନେତୃତ୍ଵରେ ନବରଙ୍ଗପୁର ସଦର ଚାଉଁରିଆ ଗୁଡ଼ା ଛକ ଠାରୁ ମାଝୀଗୁଡ଼ା ଛକ ପର୍ଯ୍ୟନ୍ତ ଆଦିବାସୀ ପରମ୍ପରା ବେଶଭୂଷା , ବାଦ୍ୟ ଗୀତନାଟ,ସହିତ ଏକ ବିଶାଳ ଶୋଭାଯାତ୍ରା ହୋଇଥିଲା ଓ ମାଝୀଗୁଡ଼ା ପଡ଼ିଆ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଲେମ୍ ମାରାଣ୍ଡି(ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ରାଜ୍ୟ ସମ୍ପାଦକ)ଯୋଗ ଦେଇଥିଲେ ଓ ଆଦିବାସୀ ମାନଙ୍କ ଜଲ, ଜଙ୍ଗଲ, ଜମିନ ଉପରେ ଥିବା ଅଧିକାର , ପେସା ଆଇନର ଅଧିକାର ଉପରେ ନିଜର ମତାମତ ରଖିଥିଲେ ।
ସମ୍ମାନୀୟ ଅତିଥି ଭାବେ ଭଗବାନ ବୈରାଗୀ(ଅଖିଳ ଭାରତୀୟ ଏସ୍ସି, ଏସ୍ଟି ପରିସଂଘ ଜିଲ୍ଲା ସଭାପତି ) ଯୋଗ ଦେଇଥିଲେ ଓ ମୂଳନିବାସୀ ଦିବସ ବା ଆଦିବାସୀ ଦିବସ ବିଶ୍ଵରେ କାହିଁକି ପାଳନ କରାଯାଇଛି ଓ ଆଦିବାସୀ ମାନେ ପ୍ରକୃତି, ପରିବେଶ ଜଲ ,ଜଙ୍ଗଲ, ଜମିନ୍ ର ପ୍ରକୃତ ଅଧିକାରୀ ଓ ସେମାନେ ହିଁ ସୁରକ୍ଷା ଦେଉଛନ୍ତି ତାହା ଭାଷଣରେ ବୁଝାଇଥିଲେ । ଅନ୍ୟ ଅତିଥି ବୃନ୍ଦ ନୂଆଁଖାଉ ଉତରା(ଆଦିବାସୀ ଅଧିକାର ମଞ୍ଚ ଜିଲ୍ଲା ସଭାପତି) ଦେବରାଜ ନାଗ(ବ୍ଲକ ଏସ୍ସି ସଂଘ ସଭାପତି), ଦୟାନିଧି ସୁନା (ଯୁବ ସମାଜସେବୀ), ଲଳିତ ମହୋନ ନାୟକ (ବରିଷ୍ଠ ସମାଜସେବୀ) ଚୁର୍ନୀଲାଲ୍ ମିର୍ଜା(ଭୀମ ଆର୍ମୀ ଜିଲ୍ଲା ସଭାପତି), H.D ସୁଧିର ପାତ୍ର(ଖ୍ରୀଷ୍ଟୀୟାନ ମାଇନେରିଟି ଜିଲ୍ଲା ସଭାପତି), ତ୍ରିନାଥ ପାଙ୍ଗୀ(କୋଟିଆ ଆଦିବାସୀ ସମାଜ ଜିଲ୍ଲା ଉପ ସଭାପତି).ଓ ଅନ୍ୟମାନଙ୍କ ମଧ୍ୟରୁ ଆଦିବାସୀ ଅଧିକାର ମଞ୍ଚ ସଂଗଠକ ବିଶ୍ଵନାଥ ଜାନୀ ସାଲେମ ଜାନୀ, ରବିସାନ୍ତା , ରେନ୍ଦୁ ଗଣ୍ଡ ,ଜୟରାମ ଗଣ୍ଡ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS


