ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର କିଛି ଛାତ୍ର ଛାତ୍ରୀ।

(AKN NEWS):ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର କିଛି ଛାତ୍ର ଛାତ୍ରୀ। ହାତରେ ଦାନ ବାକ୍ସ ନେଇ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗକୁ ବୁଲିବୁଲି ଅନାଥ ଓ ଦିବ୍ୟାଙ୍ଗ ପିଲାଙ୍କ ସହ ରାକ୍ଷୀ ପାଳନ ଉଦ୍ଦେଶ୍ୟରେ ସ୍ବେଚ୍ଛାକୃତ ଅନୁଦାନ ମାଗିଥିଲେ।
ଛାତ୍ର ଛାତ୍ରୀ ମାନେ ଦେଇଥିବା ୩୪୪୦ ଟଙ୍କାକୁ ଉପଯୋଗ କରି ଭବାନୀପାଟଣା ରେଡକ୍ରସ ଅନ୍ଧ ଓ ବଧିର ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ସହ ରକ୍ଷାବନ୍ଧନ ଉତ୍ସବ ପାଳନ କରିଥିଲେ।
ସେମାନଙ୍କୁ ରାକ୍ଷୀ ପୂର୍ଣ୍ଣିମାର ପାଳନର ଖୁସି ବାଣ୍ଟିବା ସହ ପିଲାଙ୍କୁ ଚକଲେଟ୍, ବିସ୍କୁଟ, ଜୁସ ଆଜି ଦେଇଥିଲେ। ସେହିପରି ବାଲଗୋପାଲ ସେବା ନିକେତନର ଅନାଥ ପିଲାଙ୍କ ପାଇଁ ଜଳପାନର ବ୍ୟବସ୍ଥା କରାଯାଇଥିଲା।
ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଏହି ନିଆରା ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ର ନେତା ଚୈତନ୍ୟ ବାଗ, ପ୍ରତିଭା ଜାଲ, ସୁହାନୀ ନାଏକ, ଆର୍ଯ୍ୟ ନାୟକ, ଆକାଶ ପଟ୍ଟନାୟକ, ବିଭୁତି ମଲ୍ଲିକ, ମାନସ ସିନ୍ଦୂର, ପିନାକୀ ଆଚାର୍ଯ୍ୟ, ଆଦିତ୍ୟ ରାଉତ, ସୁରଜ ହରପାଲ ପ୍ରମୁଖ ଯୋଗଦେଇଥିଲେ।
ବ୍ୟୁରୋ ରିପୋର୍ଟ AKN NEWS


